CAPITAL-HOSPITAL--reducing-blindness-from-dibeticretinopathy&-inindia-project-inaguretion-(2)

୮୦% ଦୃଷ୍ଟିହୀନତାକୁ ଏଡ଼ାଇ ହେବ

37

ଦି କୁଇନ୍ ଏଲିଜାବେଥ୍ ଡାଇମଣ୍ଡ ଜୁବୁଲି ଟ୍ରଷ୍ଟ ପକ୍ଷରୁ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, ୨୮ ।୪ (ବୁ୍ୟରୋ): ବ୍ରିଟେନ୍ର ରାଣୀଙ୍କ ଦ୍ୱାରା ୨୦୧୨ରେ ଗଠନ କରାଯାଇଥିବା ଦାତବ୍ୟ ଅନୁଷ୍ଠାନ ଦି କୁଇନ୍ ଏଲିଜାବେଥ୍ ଡାଇମଣ୍ଡ୍ ଜୁବୁଲି ଟ୍ରଷ୍ଟ୍ ପକ୍ଷରୁ ଦୃଷ୍ଟିହୀନତା ଏଡାଇବା ସଂପର୍କିତ ଏକ କାର୍ଯ୍ୟକ୍ରମ ସ୍ଥାନୀୟ କ୍ୟାପିଟାଲ ହସ୍ପିଟାଲ ପରିସରରେ ଆୟୋଜନ କରାଯାଇଥିଲା । ଦୃଷ୍ଟିହୀନତା ପାଇଁ ମୁଖ୍ୟତଃ ଦାୟୀ ଡାଇବେଟିକ୍ ରେଟିନୋପାଥ । ରେଟିନୋପାଥି ଅଫ୍ ପ୍ରିମାଚୁ୍ୟରିଟି ଓ ଟ୍ରାକୋମା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଟ୍ରଷ୍ଟ ରାଜ୍ୟଗୋଷ୍ଠୀ ରାଷ୍ଟ୍ରଗୁଡ଼ିକରେ କାମ କରୁଛି । ଭାରତରେ ଏହା ରେଟିନୋପାଥି ଅଫ୍ ପ୍ରିମାଚୁ୍ୟରିଟି (ଆର୍ଓପି) ଉପରେ କାର୍ଯ୍ୟ କରୁଛି । ପ୍ରସବ ପରବର୍ତ୍ତୀ ସମୟରେ ଏହାକୁ ଚିହ୍ନଟ କରି ତାହାର ପ୍ରତିକାର କରିବାକୁ ପ୍ରୟାସ କରାଯାଉଛି ଏବଂ ୮୦% ଦୃଷ୍ଟିହୀନତାକୁ ଏଡ଼ାଇ ଦେଇ ହେବ ବୋଲି ଡ. ସ୍ନିଗ୍ଧା ଦାସ କହିଛନ୍ତି । ୪-୫ଟି ରାଜ୍ୟରେ ମେଡିକାଲ୍ କଲେଜ୍ ଓ ଜିଲ୍ଲା ହସ୍ପିଟାଲ୍ ଜରିଆରେ ସହାୟତା ପ୍ରଦାନ କରିବାକୁ ଚେଷ୍ଟା କରାଯାଉଛି । ଓଡ଼ିଶାରେ ମୟୁରଭଞ୍ଜ, କଟକ, ବାଲେଶ୍ୱର ଓ ଗଂଜାମ୍କୁ ଏହି କାର୍ଯ୍ୟକ୍ରମ ପାଇଁ ଚୟନ କରାଯାଇଛି । ରାଜ୍ୟର ସ୍ୱାସ୍ଥ୍ୟ ସେବା ନିର୍ଦେଶାଳୟ ସହଯୋଗରେ ଟ୍ରଷ୍ଟ୍ ପକ୍ଷରୁ ଭୁବନେଶ୍ୱରର କ୍ୟାପିଟାଲ୍ ହସ୍ପିଟାଲ୍, ଏଲ୍ଭିପିଇଆଇ, ଏମ୍ସ, ଭୁବନେଶ୍ୱରକୁ ଏଥିପାଇଁ ଚୟନ କରାଯାଇଛି । ଓଡ଼ିଶା ସମେତ ମହାରାଷ୍ଟ୍ର, ତେଲେଙ୍ଗାନା, ମଧ୍ୟ ପ୍ରଦେଶ, ରାଜସ୍ଥାନରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ଟ୍ରଷ୍ଟ୍ ପକ୍ଷରୁ ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରେ ଡାଇବେଟିକ୍ ରେଟିନୋପାଥି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଛି । ଏହା ସଫଳ ହେଲେ ବିଭିନ୍ନ ରାଜ୍ୟର ସରକାରଙ୍କ ସହଯୋଗରେ ତାହାକୁ ସେଠାରେ କାର୍ଯ୍ୟକାରୀ କରାଯିବ । ଏହି କାର୍ଯ୍ୟକ୍ରମରେ ଅପ୍ଥାଲମୋଲୋଜିଷ୍ଟ୍ଙ୍କୁ ତାଲିମ ଓ ଅପ୍ଥାଲମୋଲୋଜି ସର୍ଜନ, ଅଫିସର ଓ ଫିଜିସିଆନ୍ଙ୍କ ଦକ୍ଷତା ବିକାଶ କରାଯିବ ।

ସେଆର କରନ୍ତୁ:



Powered by odothemes.com