ghai-kalanhandi

ଇନ୍ଦ୍ରାବତୀ ମୁଖ୍ୟ କେନାଲରେ ଘାଇ, କୃତ୍ରିମ ବନ୍ୟା

44

ଭବାନୀପାଟଣା,୨୭ ।୪ (ଆପ୍ର): କଳାହାଣ୍ଡି ଜିଲ୍ଲାରେ ଥିବା ଇନ୍ଦ୍ରାବତୀ ମୁଖ୍ୟ କେନାଲର ବାମ କେନାଲରେ ଘାଇ ସୃଷ୍ଟି ହୋଇଛି । ଫଳରେ ଜୟପାଟଣା ବ୍ଲକର ପରଜା ନାଗଫେଣୀ ଅଞ୍ଚଳରେ ଶହ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଛି । ଶତାଧିକ ଚାଷୀଙ୍କ ରବି ଫସଲ କ୍ଷତିଗ୍ରସ୍ତ ହୋଇଛି । ବନ୍ଧରେ ଠିକାଦାରଙ୍କ ନିମ୍ନମାନର କାମ ଯୋଗୁଁ ଏହି ଘାଇ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଏକ ଟେକ୍ନିକାଲ୍ ଟିମ୍ ଗଠନ କରିଛନ୍ତି । କେଉଁଭଳି ପରିସ୍ଥିତିରେ କେନାଲର ବନ୍ଧ ଭାଙ୍ଗିଲା, ସେ ସମ୍ପର୍କରେ ଟିମ୍ ତଦନ୍ତ କରି ରିପୋର୍ଟ ଦେବ । ପ୍ରାୟ ପ୍ରତିବର୍ଷ ଇନ୍ଦ୍ରାବତୀ ମୁଖ୍ୟ କେନାଲର ଉଭୟ ବାମ ଓ ଦକ୍ଷିଣ ପାଶ୍ୱର୍ରେ ଏଭଳି ଘାଇ ସୃଷ୍ଟି ହେଉଥିବାର ନଜିର ରହିଛି । ଫସଲହାନୀ ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଜିଲ୍ଲା ପ୍ରଶାସନ ସହାୟତା ଦେବାକୁ ଦାବି ହେଉଛି ।

ସେଆର କରନ୍ତୁ:



Powered by odothemes.com