ସ୍କାଉଟ୍‌ସ୍ ଓ ଗାଇଡ୍‌ସ୍ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରେ

03-----Rajya-Puraskar-Bharat-Scouts-&-Guides-at-Raj-Bhawan-in-Bhubaneswar

ଭାରତ ସ୍କାଉଟ୍ସ୍ ଓ ଗାଇଡ୍ସ୍ର ରାଜ୍ୟ ପୁରସ୍କାର ଉତ୍ସବ
ଭୁବନେଶ୍ୱର,୨୭ ।୪(ବୁ୍ୟରୋ): ସ୍କାଉଟ୍‌ସ ଓ ଗାଇଡ୍‌ସ୍‌ ପ୍ରଶିକ୍ଷଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା ଜ୍ଞାନ, ସେବା ମନୋଭାବ, ପରିବେଶ ସୁରକ୍ଷା, ରାଷ୍ଟ୍ରିୟ ଏକତା ଓ ସଂହତି ରକ୍ଷାକୁ ଗୁରୁତ୍ୱ ଦେଇଆସିଛି । ଏହା ସେମାନଙ୍କୁ ଶୃଙ୍ଖଳିତ ଓ ଉତ୍ତମ ନାଗରିକ ଭାବେ ଗଢି ତୋଳିଥାଏ ବୋଲି ରାଜ୍ୟପାଳ ଡ. ଏସ୍‌ସି ଜମିର କହିଛନ୍ତି । ରାଜଭବନରେ ଓଡିଶା ରାଜ୍ୟ ଭାରତ ସ୍କାଉଟ୍‌ସ୍‌ ଓ ଗାଇଡ୍‌ସର ବାର୍ଷିକ ରାଜ୍ୟ ପୁରସ୍କାର ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଜ୍ୟପାଳ ପ୍ରତ୍ୟେକ ସ୍କାଉଟ୍‌ସ ଓ ଗାଇଡ୍‌ଙ୍କ ପାଇଁ ରାଷ୍ଟ୍ର ଗର୍ବ ଅନୁଭବ କରେ ବୋଲି କହିଥିଲେ । ରାଜ୍ୟ ପୁରସ୍କାର ମାନପତ୍ର ହାସଲ କରିବା ସମସ୍ତଙ୍କର ଏଖ ଲକ୍ଷ୍ୟ ଓ ଏଥିରେ ସଫଳ ହୋଇଥିବା ସ୍କାଉଟ୍‌ସ ଗାଇଡ୍‌ମାନଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇ ଭବିଷ୍ୟତରେ ଅଧିକ ଉତ୍ସାହିତ ହୋଇ ସ୍କାଉଟିଂ ଓ ଗାଇଡିଂ କଳାକୌଶଳ ହାସଲ ସହ ସମାଜସେବାରେ ସାମିଲ ହୋଇ ସମ୍ମାନଜନକ ରାଷ୍ଟ୍ରପତି ସ୍କାଉଟ ଗାଇଡ୍‌ ଭାବେ ଯୋଗ୍ୟ ବିବେଚିତ ହେବା ପାଇଁ ନିଜକୁ ପ୍ରସ୍ତୁତ ହେବା ପାଇଁ କହିଥିଲେ । ସ୍କାଉଟ୍‌ସ ଓ ଗାଇଡ୍‌ମାନେ ସଂଗଠନର ମହତ୍ତ୍ୱ ଏବଂ ଲକ୍ଷ୍ୟ ସମ୍ପର୍କରେ ନିଜର ସାଙ୍ଗସାଥୀଙ୍କୁ ବୁଝାଇ ଏହାର ସଦସ୍ୟ ହେବା ।ପଇଁ ଚେଷ୍ଟା କରିବାକୁ ରାଜ୍ୟପାଳ କହିଥିଲେ । ଏଥିସହିତ ଆଗାମୀ ଦିନରେ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଅଧିକରୁ ଅଧିକ ସ୍କାଉଟ୍‌ସ ଗାଇଡ୍‌ସ ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ସେ କହିଥିଲେ । ଏହି ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ଭାରତୀୟ ସ୍କାଉଟ୍‌ସ ଓ ଗାଇଡ୍‌ସର ସଭାପତି ବିଷ୍ଣୁଚରଣ ଦାସ ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ନିଆଯାିତିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ । ରାଜ୍ୟ ମୁଖ୍ୟ କମିଶନର କାଳୀପ୍ରସାଦ ମିଶ୍ର ବିଭିନ୍ନ ସମୟରେ ସ୍କାଉଟ୍‌ସ ଓ ଗାଇଡ୍‌ସମାନଙ୍କ ସଫଳତା ଓ ପ୍ରଦାନ କରିଥିବା ସେବା ବାସ୍ତବିକ ପ୍ରଶଂସନୀୟ ବୋଲି କହିଛନ୍ତି । ରାଜ୍ୟ ସଂଯୋଜକ ରାମମୂର୍ତ୍ତି ଦୋରା ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ମନୋରଞ୍ଜନ ମହାନ୍ତି ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟ, ୩୫୨୩ ସ୍କାଉଟ୍ସ, ୨୦୬ ରୋଭର୍ସ, ୧୭୭ କ୍ଲବ୍, ୨୬୯୭ ଗାଇଡ୍, ୭୮ ରେଞ୍ଜର୍ସ, ୧୪୭ ବୁଲବୁଲ୍, ରାଜ୍ୟ ପୁରସ୍କାର ମାପତ୍ର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହା ବ୍ୟତୀତ ଆଇଟିବିପି ଓଡ଼ିଶା ସେଣ୍ଟରର ଆଇଜି ସୁରେନ୍ଦ୍ର ଖତ୍ରୀଙ୍କ ସମେତ ୧୩ ଜଣଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରାଜ୍ୟ ପୁରସ୍କାର ମାନପତ୍ର, ସାର୍ଟିଫିକେଟ୍ ଅଫ୍ ଆପିସିଏସନ୍ ୭ ଜଣଙ୍କୁ ୧୦ଜିଲ୍ଲା ଓ ନଅଜଣଙ୍କ୍ୁ ରାଜ୍ୟପାଳ ସର୍ଭିସ୍ ଷ୍ଟାର ଓ ଯୋଗ୍ୟ ବିବେଚିତ ସ୍କାଉଟ୍ସ ଓ ଗାଇଡ୍ସଙ୍କୁ ରାଜ୍ୟ ପୁରସ୍କାର ପ୍ରଦାନ କରିଥିଲେ ।