Drama-NADI-SAMUDRA-RA-KATHA--at-Rabindra-Mandap

ଗୋପୀକୃଷ୍ଣ ବେହେରାଙ୍କୁ ‘ଏବଂ ଆମେ’ ସମ୍ମାନ

35

ଭୁବନେଶ୍ୱର,୨୦ା୪(ବୁ୍ୟରୋ): କେତେ ଆଶାନେଇ, ସ୍ୱପ୍ନ ନେଇ ନଦୀଟିଏ ବହିଯାଏ, ସାଗର କକ୍ଷରେ ମିଶିବା ପାଇଁ । ଦୁଃଖ , କଷ୍ଟ , ଯନ୍ତ୍ରଣାକୁ ଆପଣେଇ ନେଇ କେତେ ଜନପଦ, ଅରଣ୍ୟ, ପାହାଡ ଅତିକ୍ରମ କରି ସେ ଧାଇଁ ଥାଏ ଟିକିଏ ସାଗର ର ସାନିଧ୍ୟ ପାଇବା ପାଇଁ । ମନରେ କେତେ ଆବେଗ, ଉସôାହ, ଅନୁରାଗ ସାଗର ସହିତ ମିଶିଲେ ତା’ ଜୀବନ ସାର୍ଥକ ହେବ । କିନ୍ତୁ ନଦୀ ଯେତେବେଳେ ସାଗର ସହିତ ମିଶେ ତା’ ସ୍ୱପ୍ନ କଣ ସାର୍ଥକ ହୁଏ । ବରଂ ତାର କୁଳୁ କୁଳୁ ଗୀତ ହଜିଯାଏ । ତାର ମଧୁର ପାଣି ଲବଣାକ୍ତ ହୁଏ । ସାଗରର ନୀଳ ପାଣି ଅନ୍ତରାଳରେ ଏକ ଭୟଙ୍କର ତୀମି, ମଗର, ସାର୍କଙ୍କର ନିଷ୍ଠୁର ସଂସାର ଦେଖି ସେ ଆତଙ୍କିତ ହୁଏ । ଆଉ ସେ ଯେତେ ଚାହିଁଲେ ବି ଶୀଳା ଶିଖରକୁ, ଅରଣ୍ୟର ସ୍ନେ ପ୍ରେମର ସବୁଜିମା ପାଖକୁ ଫେରି ପାରେନା । ଠିକ୍ ସେମିତି କାଳିପଦ ବାବୁ ଚାହିଁଥିଲେ ପୁଅ, ବୋହୂ, ନାତୁଣୀକୁ ନେଇ ବିଶାଳ ନୀଳ ସାଗର ପରି ପରିବାର ସ୍ନେହ, ମମତାର ଛାଇ ତଳେ ଅବଶିଷ୍ଟ ଜୀବନ କଟେଇ ଦେବେ । କିନ୍ତୁ ସେତିକି ବି ତାଙ୍କ ଭାଗ୍ୟରେ ଜୁଟିଲାନି । ତାଙ୍କୁ ବାରଦୂଆର ଶୁଣ୍ଡିପିଣ୍ଡା ହେବାକୁ ପଡିଲା । ଶେଷରେ ତାଙ୍କ ଅବର୍ତ୍ତମାନର ଆହା ପଦେ କହିବାକୁ କେହି ଆପଣାର ଲୋକ ମିଳିଲେ ନାହିଁ । ସେ ଚାଲିଗଲେ ମହାସାଗରର ଅନନ୍ତ କକ୍ଷ ମଧ୍ୟକୁ । ଏଠି ଜୀବନ ସତ୍ୟ, ମୃତୁ୍ୟ ସତ୍ୟ, ଏମିତି କାଳୀପଦ ମାନଙ୍କର ସ୍ୱପ୍ନ ଭଙ୍ଗ ହେବା ମଧ୍ୟ ସତ । ଏପରି ଏକ କାହାଣୀକୁ ନେଇ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ହୋଇଯାଇଛି ନାଟକ ‘ନଦୀ ସମୁଦ୍ରର କଥା’ । ‘ଏବଂ ଆମେ’ ଅନୁଷ୍ଠାନ ପକ୍ଷରୁ ତିନିଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ନାଟକ ଉତ୍ସବର ଉଦ୍ୟାପନୀ ସନ୍ଧ୍ୟାରେ ଏହି ନାଟକ ପରିବେଷଣ କରାଯାଇଥିଲା । ନାଟକର ନିଦେ୍ର୍ଦଶନା ଦେଇଛନ୍ତି ସୌମ୍ୟରଞ୍ଜନ ମହାନ୍ତି ଏବଂ କାହାଣୀ ରଚନା ଭାସ୍କର ଜେନା ନାଟକର କରିଥିବାବେଳେ ଏହାକୁ ନାଟ୍ୟରୂପ ଦେଇଛନ୍ତି ଲକ୍ଷ୍ମୀଧର ମହାନ୍ତି । ସନ୍ଧ୍ୟାରେ ଅତିଥି ଭାବେ ଡ. ଦେବେନ୍ଦ୍ର ନାଥ ଜେନା, ଗୋକୁଳାନନ୍ଦ ଦାସ, ଉପସଭାପତି ରମାକାନ୍ତ ମହାପାତ୍ର ଓ ସଭାପତି ସଚ୍ଚି ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଶିଷ୍ଟ ନୃତ୍ୟଗୁରୁ ଗୋପୀକୃଷ୍ଣ ବେହେରାଙ୍କୁ ‘ଏବଂ ଆମେ’ ସମ୍ମାନରେ ସମ୍ମାନିତ କରାଯାଇଥିଲା ।




Powered by odothemes.com