utkal-univercity-re-national-conforence-of-conservation-of-eastern-ghat-ku-rajyapal-udghatan-karuchanti--(2)

ପରିବେଶ ସୁରକ୍ଷା ପ୍ରତି ଜନସଚେତନତାର ଆବଶ୍ୟକତା ରହିଛି

20

ଭୁବନେଶ୍ୱର,(ବୁ୍ୟରୋ): ଉତ୍କଳ ବିଶ୍ୱବିଦ୍ୟାଳୟର ଏମକେସିଜି ଅଡିଟୋରିୟମ ଠାରେ ହାଇଦ୍ରାବାଦସ୍ଥିତ କାଉନସିଲ ଫର ଗ୍ରୀନ୍ ରିଭଲୁ୍ୟସନ ଓ ପରିବେଶବିତମାନଙ୍କୁ ନେଇ ଗଠିତ ଗ୍ରୀନ୍ସ ଆଲାଏନ୍ସ ଫର କନଜରଭେସନ ଅଫ୍ ଇଷ୍ଟର୍ଣ୍ଣ ଘାଟସ୍ ଓ ସ୍ନାତକୋତ୍ତର ପ୍ରାଣୀ ବିଜ୍ଞାନ ପକ୍ଷରୁ ପୂର୍ବଘାଟ ପର୍ବତମାଳା ସଂରକ୍ଷଣ ଶୀର୍ଷକ ଜାତୀୟ ସମ୍ମିଳନୀକୁ ରାଜ୍ୟପାଳ ଉଦ୍ଘାଟନ କରି ପରିବେଶ ସୁରକ୍ଷା ପ୍ରତି ଯଥେଷ୍ଟ ଜନସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଏ ଦିଗରେ ଆୟୋଜକଙ୍କ ଉଦ୍ୟମକୁ ରାଜ୍ୟପାଳ ପ୍ରଂଶସା କରିଥିଲେ । ଦେଶର ପୂର୍ବ ଭାଗରେ ଥିବା ୫ଟି ରାଜ୍ୟ ଯଥା- ପଶ୍ଚିମବଙ୍ଗ, ଓଡ଼ିଶା, ଅବିଭାଜିତ ଆନ୍ଧ୍ର ପ୍ରଦେଶ, ତାମିଲନାଡୁ ଓ କର୍ଣ୍ଣାଟକର କେତେକାଂଶରେ ବିସ୍ତାରିତ ପାଖାପାଖି ୧୭୦୦କିମି ଦୈର୍ଘ୍ୟ ବିଶିଷ୍ଟ ପୂର୍ବଘାଟ ପର୍ବତମାଳା ଜୈବ ବିବିଧତା, ଖଣିଜ ସମ୍ପଦ ଏବଂ ପ୍ରାକୃତିକ ସମ୍ପଦରେ ଭରପୁର, କିନ୍ତୁ ଧିରେ ଧିରେ ଜଙ୍ଗଲ ହ୍ରାସ ପାଇବା ସହ ପର୍ବତମାଳାର ବିବିଧତା ଧ୍ୱସାଂଭିମୁଖୀ ହେବା ବାସ୍ତବିକ୍ ଉଦ୍ବେଗର ବିଷୟ । ପରିବେଶ ଉପରେ ପଡ଼ୁଥିବା କୁପ୍ରଭାବକୁ ପ୍ରତିହତ କରିବା ଏବଂ ପର୍ବତମାଳାର ବିବିଧତାର ସଂରକ୍ଷଣ ସମୟରେ ବଡ ଆହ୍ୱାନ ବୋଲି ରାଜ୍ୟପାଳ ଡ. ଏସ୍ ସି ଜମିର ମତବ୍ୟକ୍ତ କରିଥିଲେ । ପୂର୍ବଘାଟ ପର୍ବତମାଳାରେ ବସବାସ କରୁଥିବା ଆଦିବାସୀମାନଙ୍କର ଅଧିକାରର ସୁରକ୍ଷା, ଦାବିକାର ମାଧ୍ୟମ ସୁନିଶ୍ଚିତ କରିବା ସହ ସେମାନଙ୍କୁ ସଂରକ୍ଷଣ ପ୍ରକ୍ରିୟାରେ ସାମିଲ କରାଗଲେ ପ୍ରୟାସ ଫଳବତୀ ହେବା ବୋଲି କହିଥିଲେ । ଉଦ୍ଘାଟନୀ ଅଧିବେଶନରେ ଯୋଗଦେଇ ବିଶିଷ୍ଟ ପ୍ରାଣୀବିଜ୍ଞାନ୍ବିତ୍ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ପୂର୍ବଘାଟ ପର୍ବତମାଳାରେ ଥିବା ୭ହଜାରରୁ ଊଦ୍ଧ୍ୱର୍ େଔଷଧୀୟ ବୃକ୍ଷ ଓ ଗୁଳ୍ମର ସୁରକ୍ଷା ଓ ପ୍ରାକୃତିକ ସମ୍ପଦର ସୁରକ୍ଷା ଜରୁରୀ ବୋଲି କହିଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଅଶୋକ କୁମାର ଦାସ ପୂର୍ବଘାଟ ପର୍ବତମାଳାର ସୁରକ୍ଷା ଦିଗରେ ଉତ୍କଳ ବିଶ୍ୱବିଦ୍ୟାଳୟ ତାର ଅଧିନରେ ଥିବା ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଓ ଗବେଷଣା ଦ୍ୱାରା ସକ୍ରୀୟ ଭୂମିକା ଗ୍ରହଣ କରିବା ସହ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବ ବୋଲି କହିଥିଲେ । ବିଶିଷ୍ଟ ପରିବେଶବିତ୍ ଶ୍ରୀ.କେ ପୁରୁଷୋତ୍ତମ ରେଡ୍ଡିି ବିଶ୍ୱବିଦ୍ୟାଳୟମାନଙ୍କ ସମ୍ପୃକ୍ତି ସଂରକ୍ଷଣ ଅଭିଯାନକୁ ମଜବୁତ୍ କରିବ ବୋଲି କହିଥିଲେ । ଏହି ଅବସରରେ ଗ୍ରୀନସ୍ ଆଲାଏନ୍ସର ସଭାପତି ଆର୍. ଦିଲ୍ଲୀପ ରେଡ୍ଡି, ଗ୍ରୀନ୍ ରିଭଲୁ୍ୟସନ କାଉନସିଲର ସଭାପତି କେ. ଲୀଲା ଲକ୍ଷ୍ମୀ ରେଡ୍ଡି, ସ୍ନାତକୋତ୍ତର ପ୍ରାଣୀବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ପି.କେ ମହାପାତ୍ର ଓ ରିଡର ଡକ୍ଟର ଗୁଣନିଧି ସାହୁ ଉଦ୍ବୋଧନ ଦେଇଥିଲେ ।




Powered by odothemes.com