odia-kala-o-sahitya-mahostav

ସାହିତ୍ୟ ହିଁ ଜୀବନର ପର୍ବ

38

ଭୁବନେଶ୍ୱର,(ବୁ୍ୟରୋ): ପ୍ରଥମ ଓଡ଼ିଶା କଳା ଓ ସାହିତ୍ୟ ମହୋତ୍ସବ- ୨୦୧୬ ସ୍ଥାନୀୟ ପ୍ରେସ୍ କ୍ଲବ୍ଠାରେ ଉଦ୍ଘାଟିତ ହୋଇଯାଇଛି । ବିଶିଷ୍ଟ କବି ରମାକାନ୍ତ ରଥ ଓ ଜ୍ଞାନପୀଠ ପୁରସ୍କାର ବିଜୟନୀ ଲେଖିକା ଡକ୍ଟର ପ୍ରତିଭା ରାୟ ପ୍ରଦୀପ ପ୍ରଜ୍ୱଳନ କରି ମହୋତ୍ସବକୁ ଉଦ୍ଘାଟନ କରଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଡକ୍ଟର ରଥ ଓଡ଼ିଶାର ପାଠକୀୟ ସମସ୍ୟା କ୍ରମଶଃ ଉକ୍ରଟ ରୂପ ଧାରଣ କରୁଥିବାରୁ କ୍ଷୋଭ ପ୍ରକାଶ କରିଥିଲେ । ଉପାନ୍ତ ଅଞ୍ଚଳରେ ପୁସ୍ତକ ଉପଲବ୍ଧତା ହ୍ରାସ ଏହି ସଙ୍କଟକୁ ଅଧିକ ଘନିଭୂତ କରୁଛି ବୋଲି ସେ କହିଥିଲେ । ଡକ୍ଟର ପ୍ରତିଭା ରାୟ ତାଙ୍କ ଅଭିଭାଷଣରେ କହିଥିଲେ, ସାହିତ୍ୟ ହିଁ ଜୀବନର ପର୍ବ । ଜୀବନ ନ ଥିଲେ ସାହିତ୍ୟ ନାହିଁ । ସାହିତ୍ୟ, ସଙ୍ଗୀତ କଳା ସବୁ ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଆ ସାହିତ୍ୟକୁ ମହାନ ବିବେଚନା କରିବା ସହ ଭୀମ ଭୂଆଁ ଉପନ୍ୟାସ ଆଦିବାସୀ ଜୀବନଧାରାରେ ପ୍ରଥମ ଅବିଭକ୍ତି ବୋଲି କହିଥିଲେ । ମଥୁରା ଶଙ୍କରାଚାର୍ଯ୍ୟଙ୍କ ନିକଟରେ ମହିଳାଙ୍କୁ ମନ୍ଦିର ପ୍ରବେଶ ବାରଣ ସପକ୍ଷରେ ମତକୁ ସେ ସମାଲୋଚନା କରିଥିଲେ । ଏଥିରେ ଯୋଗ ଦେଇଥିବା ଅନ୍ୟତମ ଅତିଥି ତଥା ବିଶିଷ୍ଟ ଚଳଚ୍ଚିତ୍ର ପ୍ରଯୋଜକ ଓ ଅଭିନେତା ସାଧୁ ମେହେର କହିଥିଲେ, ପ୍ରତ୍ୟେକ କ୍ଷେତ୍ରରେ ସାହିତ୍ୟର ଏକ ପରିଚୟ ପତ୍ର । ଗୋଟେ ଦେଶ ଓ ଜାତି ନିମନ୍ତେ ସାହିତ୍ୟ ଶେଷ ପରିଚୟପତ୍ର ନୁହେଁ ବରଂ ମାର୍ଗଦର୍ଶକ । ଏହି ଅବସରରେ ସାଧୁ ମେହେର ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ଅକ୍ଷୟ ପରିଜାଙ୍କୁ ଅଙ୍ଗବସ୍ତ୍ର ସହ ସମ୍ମାନିତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com