DSC_2898

ସମସ୍ୟାଘେରରେ ବସ୍ତିବାସିନ୍ଦା

44

ମୁକୁଳା ପଡିଛି ଡ୍ରେନ୍
ଭୁବନେଶ୍ୱର, ୧୫ ।୪(ବୁ୍ୟରୋ): ହୁହୁ ହୋଇ ଜଣ୍ଡିସ୍ ବ୍ୟାପିବାରେ ଲାଗିଛି । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି ହେଲେ କମିବାର ନାଁ ଧରୁନି । ଝରଣା ସାହି ହେଉ ଅବା କାର୍ଗିଲ୍ ବସ୍ତିରେ ଏମିତି ବ୍ୟାପିବାରେ ଲାଗିଛି । ଯେଉଁଠି ଜଣ୍ଡିସ୍ ହେଉଛି ସେଠାରେ ବିଏମ୍ସି ପକ୍ଷରୁ ତତ୍ପରତା ଦେଖିବାକୁ ମିଳୁଛି, କିନ୍ତୁ ତା’ପୂର୍ବରୁ କିଛି ପଦକ୍ଷେପ ନେଉନାହାନ୍ତି । ୨୮ ନମ୍ବର ୱାର୍ଡ ସାଇନ୍ସ ପାର୍କ ବସ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ । ଯେଉଁଠି ୮୦୬ ପରିବାର ୩ହଜାର ୫ଶହ ଲୋକ ବାସ କରନ୍ତି । ଦୀର୍ଘ ୫ବର୍ଷ ହେବ ଡ୍ରେନ୍ ସବୁ ମୁକୁଳା ପଡିଛି । ମୁକୁଳା ଡ୍ରେନ୍ରେ ବର୍ଷାନୁବର୍ଷ ଚାଲିଛି ମଇଳା ପାଣି । ଯେତେବେଳେ ବର୍ଷା ହେଉଛି ଡ୍ରେନ୍ ପୂର୍ଣ୍ଣ ହୋଇ ଘରଦ୍ୱାର ଭିତରେ ପାଣି ପଶିଯାଉଛି । ଖାଲି ସେତିକି ନୁହେଁ, ରାତିରେ ଆସିବା ସମୟରେ ବହୁ ଲୋକ ଡ୍ରେନ୍ ପଡି ଖଣ୍ଡିଆଖାବରା ହେବା ସହିତ ହାତ ଗୋଡ ଭାଙ୍ଗି ଯାଇଛି ବୋଲି ବସ୍ତିର ବାସୀନ୍ଦା କହିଛନ୍ତି (ନାମ ଗୋପନ ରଖିବା ପାଇଁ କହିଛନ୍ତି) । ସେ କହିଛନ୍ତି ଯେ ସାଇନ୍ସ ପାର୍କ ନିକଟରେ ହୋଇଥିବା ଡ୍ରେନ୍ କାମ ଗତ ଦେଢ ମାସତଳେ ହୋଇଥିଲା ଏବଂ ତତ୍କ୍ଷଣାତ ସେଠାରେ ସ୍ଲାବ୍ ପଡିଯାଇଥିଲା । କିନ୍ତୁ ଦୀର୍ଘ ପଞ୍ଚ ବର୍ଷ ହେବ କହିଆସୁଛୁ ହେଲେ, କେହି ଶୁଣୁନାହାନ୍ତି । ନିର୍ବାଚନ ସମୟରେ ମନ୍ତ୍ରୀ ନେତାମାନେ ଆସି ମୋ ଭାଇ, ମୋ ଲୋକ କହି ପ୍ରତିଶ୍ରୁତି ଦେଉଛନ୍ତି କିନ୍ତୁ ନିର୍ବାଚନ ସରିଲେ ତମେ କିଏ ନା ମୁଁ କିଏ ବୋଲି ବସ୍ତିର ବାସୀନ୍ଦା ଜଣକ କହିଛନ୍ତି । ଏହି ଅଂଚଳକୁ ଯେଉଁ ସପ୍ଲାଇ ପାଣି ଆସିଛି ସେହି ପାନୀୟ ଜଳରେ ପ୍ରତିଦିନ ଗୋଳିଆ ପାଣି ଅସୁଛି ବୋଲି ଅଭିଯୋଗ ହୋଇଛି । ତେବେ ବିଭିନ୍ନ ରୋଗରେ ବସ୍ତିବାସୀନ୍ଦା ଆକ୍ରାନ୍ତ ହେବାର ପୂର୍ବରୁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ବସ୍ତିବାସୀନ୍ଦା କହିଛନ୍ତି ।




Powered by odothemes.com