‘ଉତ୍ତାପ ବୃଦ୍ଧିର କାରଣ ନିରାକରଣ’ ଶୀର୍ଷକ ଆଲୋଚନାଚକ୍ର

BANNER-CAPTION-(1)

ଭୁବନେଶ୍ୱର,୧୨ା୪(ବୁ୍ୟରୋ): ରାଜଧାନୀ ଭୁବନେଶ୍ୱର ସମଗ୍ର ଭାରତର ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ଯାହା ଦୀର୍ଘ ୩୫ ବର୍ଷର ରେକଡ ଭାଙ୍ଗିଛି । ଯଦି ଏହାର ନିରାକରଣ କରାନଯାଏ ତେବେ ଆଉ କିଛି ବର୍ଷ ପରେ ଘରୁ ବାହାରକୁ ବାହାରି ହେବ ନାହଁ ବୋଲି ସ୍ଥାନୀୟ ଏକ ହୋଟେଲରେ ପେରଣା ପକ୍ଷରୁ ‘ଉତ୍ତାପ ବୃଦ୍ଧିର କାରଣ ନିରାକରଣ’ ଉପରେ ଆୟୋଜିତ ଆଲୋଚନାଚକ୍ରରେ ମତପ୍ରକାଶ ପାଇଛି । ପ୍ରେରଣାର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଭିତ୍ତି ପ୍ରବନ୍ଧ ଉପସ୍ଥାପନା କରି କହିଲେ, ବିଗତ ଦଶ ବର୍ଷ ମଧ୍ୟରେ ଭୁବନେଶ୍ୱରରୁ ୫୧୨୫ଟି ବିରାଟ କାୟ ଗଛ କଟାଯାଇଛି । ଗୋଟିଏ ପୂର୍ଣ୍ଣ ଅବୟବ ବରଗଛ ଯେତିକି ଥଣ୍ଡା ପ୍ରଦାନ କରେ ତାହା ୫୦ ଗୋଟି ଶୀତଳୀକରଣ ଯନ୍ତ୍ରରୁ ମିଳି ନଥାଏ । କଟି ଯାଇଥିବା ଗଛଗୁଡିକର ଅଭାଗ ସାଙ୍ଗକୁ ସହରରେ ଥିବା ଛୋଟ ବଡ ୨୦୦ଶହ ଜଳାଶ୍ରୟକୁ ପୋତାଯାଇଛି, ଯାହା ଫଳରେ ଉତ୍ତାପ ବୃଦ୍ଧି ପାଉଛି । ଏଥିସହିତ ବହୁଳ ପରିମାଣ ଶୀତଳୀକରଣ ଯନ୍ତ୍ରର ବ୍ୟବହାର, ଯାନବାହାନ ଚଳାଚଳ ଏବଂ କଳକାରଖାନାର ବୃଦ୍ଧି ଉତ୍ତାପ ବୃଦ୍ଧିର କାରଣ ବୋଲି ସେ କହିଥିଲେ । ଉତ୍ତାପ ବୃଦ୍ଧିକୁ ରୋକିବାକୁ ହେଲେ ଲୋକମାନଙ୍କ ସହିତ ସରକାରଙ୍କୁ ଏ ଦିଗରେ ପଦକ୍ଷେପ ନେବାକୁ ପଡିବ ବୋଲି ଏଠାରେ ଯୋଗଦେଇଥିବା ବକ୍ତାମାନେ କହିଥିଲେ । ଓଡ଼ିଶା ପରିବେଶ ସମିତିର ସଭାପତି ସୁନ୍ଦର ନାରାୟଣ ପାତ୍ର, ପରିବେଶ ବିତ୍ ଗଦାଧର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଶଂଗ୍ରହଣ କରିଥିଲେ ।