Untitled-1

ସଚ୍ଚି ଦାସ ଓ ରାଖାଲ ଚନ୍ଦ୍ର ମହାନ୍ତି ପାଇଲେ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ

36

ଭୁବନେଶ୍ୱର(ବୁ୍ୟରୋ): ଓଡ଼ିଶାର ନୃତ୍ୟ, ସଙ୍ଗୀତ ଓ ନାଟ୍ୟକଳା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଖ୍ୟାତନାମା କଳାକାରମାନଙ୍କୁ ସେମାନଙ୍କ ଜୀବନବ୍ୟାପୀ ସାଧନା ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ ୨୦୧୪ ଓ ୨୦୧୫ ବର୍ଷ ପାଇଁ ସମ୍ବର୍ଦ୍ଧିତ କରାଯାଇଛି । ଏକାଡ଼େମୀର ସର୍ବୋଚ୍ଚ ସମ୍ମାନ ତଥା କବିସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନ ୨୦୧୪ବର୍ଷ ପାଇଁ ବିଶିଷ୍ଟ ସଙ୍ଗୀତଜ୍ଞ ରାଖାଲ ଚନ୍ଦ୍ର ମହାନ୍ତିଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୦୧୫ ପାଇଁ ଏହି ସମ୍ମାନ ବିଶିଷ୍ଟ ନାଟ୍ୟ ନିଦେ୍ର୍ଦଶକ ତଥା ଅଭିନେତା ସଚ୍ଚି ଦାସଙ୍କୁ ପ୍ରଦାନ କରାଯାଇଛି । ଏହି ସମ୍ମାନ ପାଇଁ ଉଭୟଙ୍କୁ ୧ଲକ୍ଷଟଙ୍କା ସମେତ ତାମ୍ରଫଳକ, ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇଥିଲା । ସେହିପରି ପୁରୁଷୋତ୍ତମ ପରିଡ଼ା (ଓଡ଼ିଶୀ କଣ୍ଠ ସଙ୍ଗୀତ), ପ୍ରଶାନ୍ତ ରଥ (ହିନ୍ଦୁସ୍ଥାନୀ କଣ୍ଠସଙ୍ଗୀତ), ମୋହନ ଚରଣ ସ୍ୱାଇଁ (ଯନ୍ତ୍ର ସଙ୍ଗୀତ), ସଚ୍ଚିଦାନନ୍ଦ ଦାସ (ଯନ୍ତ୍ର ସଙ୍ଗୀତ), ସୂରୁପା ଚକ୍ରବର୍ତ୍ତୀ (ସୁଗମ ସଙ୍ଗୀତ), ସୁବାସ ଚନ୍ଦ୍ର ମଲ୍ଲିକ୍ (ଲୋକବାଦ୍ୟ), ମୋତିଲାଲ ଦୋରା (ଲୋକସଙ୍ଗୀତ), ନାରାୟଣ ସାହୁ (ନାଟ୍ୟରଚନା), ଜଗଦାନନ୍ଦ ଛୁରିଆ (ଅଭିନୟ), ଦିନବନ୍ଧୁ ନାୟକ (ନିଦେ୍ର୍ଦଶନା), ଲାଲା ବୀରେନ୍ ପ୍ରସାଦ ରାୟ (ମଞ୍ଚକଳା), ଅରୁଣା ମହାନ୍ତି (ଓଡ଼ିଶୀ ନୃତ୍ୟ), ମହେଶ୍ୱର ସରାଫ୍ (ଲୋକନୃତ୍ୟ), ନାରାୟଣ ଚନ୍ଦ୍ର ରାୟ ମହାପାତ୍ର (ଲୋକନାଟ୍ୟ) ଓ ଗୀତିକବିତା ପାଇଁ ଅଲେଖ ଚନ୍ଦ୍ର ବିଶ୍ୱାଳଙ୍କୁ ୨୦୧୪ ବର୍ଷର ଏକାଡ଼େମୀ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ୨୦୧୫ ବର୍ଷ ପାଇଁ ଲତା ଘୋଷ (ଓଡ଼ିଶୀ କଣ୍ଠ ସଙ୍ଗୀତ), ଚିତ୍ତରଞ୍ଜନ ମିଶ୍ର (ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ), ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ (ଯନ୍ତ୍ର ସଙ୍ଗୀତ), ଗିରିଧାରୀ ମହାନ୍ତି (ଯନ୍ତ୍ର ସଙ୍ଗୀତ), ଲକ୍ଷ୍ମୀକାନ୍ତ ପାଲିତ୍ (ସୁଗମ ସଙ୍ଗୀତ), ଅଲେଖ ସାହୁ (ଲୋକବାଦ୍ୟ), ହାଡ଼ିବନ୍ଧୁ ସାହୁ (ଲୋକସଙ୍ଗୀତ), ଶଙ୍କର ପ୍ରସାଦ ତ୍ରିପାଠୀ (ନାଟ୍ୟରଚନା), ସୌଦାମିନୀ ପତି (ଅଭିନୟ), ସୁଦାମ ବିଶୋୟୀ (ଅଭିନୟ), ଧିର ବସା (ନିଦେ୍ର୍ଦଶନା), ବଟକୃଷ୍ଣ ସ୍ୱାଇଁ (ମଞ୍ଚକଳା), ନବକିଶୋର ମିଶ୍ର (ଓଡ଼ିଶୀ ନୃତ୍ୟ), ସନ୍ତୋଷ ପାଢୀ (ଲୋକନୃତ୍ୟ), ଖଗେଶ୍ୱର ପ୍ରଧାନ (ଲୋକନାଟ୍ୟ) ଓ ଗୀତିକବିତା ପାଇଁ ଶୀର୍ଷାନନ୍ଦ ଦାସ କାନୁନ୍ଗୋଙ୍କୁ ୨୦୧୫ ବର୍ଷର ଏକାଡ଼େମୀ ସମ୍ମାନ ପ୍ରଦାନ କରାଯାଇଛି । ଏକାଡ଼େମୀ ସମ୍ମାନ ବାବଦକୁ ପ୍ରତ୍ୟେକଙ୍କୁ ୩୦ହଜାରଟଙ୍କା ସମେତ ଅଙ୍ଗବସ୍ତ୍ର, ତାମ୍ରଫଳକ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଏକାଡ଼େମୀର ସଭାପତି ତୃପ୍ତୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ନିଦେ୍ର୍ଦଶକ ଅମରେନ୍ଦ୍ର ପଟ୍ଟନାୟକ ଓ ଏକାଡ଼େମୀ ସଚିବ ଧିରେନ୍ଦ୍ର ନାଥ ମଲ୍ଲିକ୍ ଓ ଏକାଡ଼େମୀର ଯୋଗଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ବିଜୟ ମଲ୍ଲ ।

ସେଆର କରନ୍ତୁ:



Powered by odothemes.com