Dadhichi-Samman-at-Jayadev-Bhaban

ଶରୀର ଦାନ ପ୍ରକ୍ରିୟାରେ ସମସ୍ତେ ସହଯୋଗର ହାତ ବଢାନ୍ତୁ

28

ଭୁବନେଶ୍ୱର,୧୦ ।୪(ବୁ୍ୟରୋ): ୧୯୭୧ ମସିହାରେ ଦେଶରେ ପ୍ରଥମେ କିଡ୍ନୀ ପ୍ରତ୍ୟାରୋପଣ ହୋଇଥିଲା । ଆଗରୁ ଶରୀର ପ୍ରତ୍ୟାରୋପଣ ପାଇଁ କିଛି ନିୟମ ନଥିଲା । ଏବେ ଏଥିପାଇଁ ଆଇନ୍ ଆସିଗଲାଣି । ଅଙ୍ଗପ୍ରତ୍ୟାରୋପଣ ପରେ ଅନେକ ଜୀବନ ରକ୍ଷା କରାଯାଇପାରୁଛି । ସେଇଭଳି ଶରୀର ଦାନ ଫଳରେ ଚିକିତ୍ସା ବିଜ୍ଞାନ ଆଗକୁ ବଢିପାରିବ । ଆନାଟୋମି ଓ ସର୍ଜରୀ ବିଭାଗ ଛାତ୍ରଛାତ୍ରୀମାନେ ବିଭିନ୍ନ କର୍ମଶାଳା ମାଧ୍ୟମରେ ପ୍ରାକ୍ଟିକାଲ ଜ୍ଞାନ ପାଉଛନ୍ତି । ଯାହା ରାଜ୍ୟରେ ଭଲ ଡାକ୍ତର ସୃଷ୍ଟି କରିବାରେ ଅନେକ ସହାୟତା ଦେବ ବୋଲି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମସ୍) ଭୁବନେଶ୍ୱରର ନିଦେ୍ର୍ଦଶକ ଡା. ଅଶୋକ ମହାପାତ୍ର କହିଛନ୍ତି । ସ୍ଥାନୀୟ ଜୟଦେବ ଭବନଠାରେ ଲୋକସେବକ ମଣ୍ଡଳୀ, ସମାଜ ଓ ‘ବଡି’ ପକ୍ଷରୁ ମିଳିତ ଭାବେ ଆୟୋଜିତ ରାଜ୍ୟସ୍ତରୀୟ ଅଙ୍ଗ ଓ ଶରୀର ଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମହାପାତ୍ର ଏହା କହିଛନ୍ତି ।କାର୍ଯ୍ୟକ୍ରମରେ ଲୋକସେବକ ମଣ୍ଡଳୀ ସଭାପତି ଦୀପକ ମାଲବ୍ୟ ଅଧ୍ୟକ୍ଷତା କରି କହିଲେ, ଋଷିମୁନି ଯୁଗରୁ ଏଇ ଶରୀର ଦାନ ପ୍ରକ୍ରିୟା ରହିଥିଲା । ଋଷି ଦଧୀଚି ନିଜର ଶରୀରକୁ ଦାନ କରିଥିଲେ । ଶରୀର ଦାନ ଯୋଗୁ ଚିକିତ୍ସା ବିଜ୍ଞାନ ଆହୁରି ଆଗକୁ ଯାଇପାରିବ । ଏହି ଶରୀର ଦାନ ପ୍ରକ୍ରିୟାରେ ସମସ୍ତେ ସହଯୋଗର ହାତ ବଢାଇବା ଦରକାର । କିଭଳି ଭାବେ ଆନାଟୋମି ବିଭାଗରେ ଅଧିକରୁ ଅଧିକ ଶରୀର ସଂରକ୍ଷିତ କରି ରଖାଯିବ । ସେ ନେଇ ବ୍ୟବସ୍ଥା ହେବା ଜରୁରୀ । ଏଥିପାଇଁ ସିଷ୍ଟମ ଡେଭଲପ କରାଯିବା ଉଚିତ୍ । ମୃତୁ୍ୟପରେ ଶରୀର ଦାନ କରିଥିବା ଲୋକଙ୍କ ବଡି ଆଣିବାକୁ ମେଡିକାଲ କଲେଜରେ ଗୋଟିଏ ଟିମ୍ ରହିବା ଉଚିତ୍ ବୋଲି ଶ୍ରୀ ମାଲବ୍ୟ କହିଛନ୍ତି । ଏହି ଅବସରରେ ଲୋକସେବକ ମଣ୍ଡଳୀ ଶରୀର ପକ୍ଷରୁ ଶରୀର ଆଣିବାକୁ ଏକ ଗାଡି ଦେବାକୁ ଶ୍ରୀ ମାଲବ୍ୟ ଘୋଷଣା କରିଛନ୍ତି । ଅଙ୍ଗଦାନ କାର୍ଯ୍ୟକ୍ରମର ମୁଖ୍ୟ ତଥା ‘ବଡି’ର ଅବାହକ ଡ. ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ ଆସନ୍ତାବର୍ଷ ୫ ହଜାର ଶରୀର ଦାନ ପାଇଁ ସଂସ୍ଥା ଲକ୍ଷ୍ୟ ରଖିଥିବାର ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସମ୍ପାଦକ ନିରଞ୍ଜନ ରଥ ଓ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ୩୦୦ଜଣଙ୍କୁ ଦଧୀଚି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ୧୦୦ଜଣଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।




Powered by odothemes.com