kiss

ଅଣପାରମ୍ପରିକ ଶକ୍ତି ସମ୍ପର୍କିତ କର୍ମଶାଳା

96

କିସ୍‌, ନୀତି ଫାଉଣ୍ଡେସନ୍‌ ଓ କେମ୍ବି୍ରଜ୍‌ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା
ଭୁବନେଶ୍ୱର (ବୁ୍ୟରୋ): କଳିଙ୍ଗ ଇନ୍‌ଷ୍ଟିଚୁ୍ୟଟ୍‌ ଅଫ୍‌ ସୋସିଆଲ୍‌ ସାଇନ୍‌ସେସ୍‌ (କିମ୍‌ସ), ନୀତି ଫାଉଣ୍ଡେସନ୍‌, ଇଣ୍ଡିଆ ଓ କେମ୍ବି୍ରଜ୍‌ ବିଶ୍ୱବିଦ୍ୟାଳୟର ସେଣ୍ଟର ଅଫ୍‌ ଡେଭେଲପମେଣ୍ଟାଲ୍‌ ଷ୍ଟଡିଜ୍‌ ମଧ୍ୟରେ ଶନିବାର ଏକ ବୁଝାମଣା ହୋଇଯାଇଛି । ଭାରତରେ ରହୁଥିôବା ଅବହେଳିତ ଶିଶୁ ଓ ସେମାନଙ୍କ ପରିବାର ଲୋକଙ୍କୁ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ ଉନ୍ନତ ଜୀବନଧାରଣ ଶୈଳୀ ନିମନ୍ତେ ଉପରୋକ୍ତ ତିନି ଅନୁଷ୍ଠାନ ମିଳିତ ଭାବେ ଗବେଷଣା, ପରାମର୍ଶ ଓ ଦକ୍ଷତା ବିକାଶ ଦିଗରେ କାର୍ଯ୍ୟ କରିବେ । ଏହି ଅବସରରେ ନବୀକରଣ ଯୋଗ୍ୟ ଶକ୍ତି ଉପରେ ଏକ କର୍ମଶାଳା ଓ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା । ଏଥିରେ କେମ୍ପି୍ରଜ୍‌ ବିଶ୍ୱବିଦ୍ୟାଳୟର ପ୍ରଫେସର ଶୈଳଜା ଫେନେଲ୍‌, ନୀତି ଫାଉଣ୍ଡେସନ୍‌ର ମୁଖ୍ୟ ପରାମର୍ଶଦାତା ସୁରଜ କୁମାର, ଭୁବନେଶ୍ୱର ସ୍ମାର୍ଟସିଟି ଟିମ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଡ. ଭିନୀଲ କ୍ରିଷ୍ଣା, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଡ. କି୍ରଷ୍ଣାକୁମାର ଏବଂ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ପ୍ରମୁଖ ଯୋଗଦେଇ ନବୀକରଣ ଯୋଗ୍ୟ ଶକ୍ତିର ଆବଶ୍ୟକତା ଉପରେ ଆଲୋଚନା କରିଥିଲେ । ତାପମାତ୍ରା ବୃଦ୍ଧି କାରଣରୁ ପରିବେଶ ଅସନ୍ତୁଳିତ ହେଉଛି । ଏସବୁରୁ ରକ୍ଷା ପାଇବା ପାଇଁ ନବୀକରଣ ଯୋଗ୍ୟ ଶକ୍ତି ଉତ୍ସ ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ । ଏହା ଦ୍ୱାରା ବାୟୁ ମଣ୍ଡଳ ସ୍ୱଚ୍ଛ ରହିବା ସହ ପରିବେଶ ମଧ୍ୟ ସନ୍ତୁଳିତ ରହିବ । ବର୍ତ୍ତମାନ କେନ୍ଦ୍ର ସରକାର କ୍ଲିନ୍‌ ଏନର୍ଜୀ ଓ ଗ୍ରୀନ୍‌ ଏନର୍ଜୀ ଉପରେ ଗୁରୁତ୍ୱାରୋପ କରୁଛନ୍ତି । ସୌରଶକ୍ତିରୁ ବିଦୁ୍ୟତ ଶକ୍ତି ଉତ୍ପନ୍ନ ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ଦିଆଯାଉଛି । ବର୍ଷାଜଳ ଅମଳ ଓ ପରିଚାଳନା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଅତିଥିମାନେ ମତ ଦେଇଥିଲେ, ଗାଁ ଗୁଡ଼ିକରେ ବର୍ଷାଜଳ ସଂରକ୍ଷଣ ଓ ପରିଚାଳନାଠାରୁ ଆରମ୍ଭ କରି ସୌରଶକ୍ତି ଉତ୍ପାଦନ, ସ୍ୱଚ୍ଛତା, ପରିମଳ, ପରିବେଶ ସୁରକ୍ଷା ଓ ଜୈବଗ୍ୟାସ୍‌ ଉତ୍ପାଦନ ଉପରେ ଗୁରୁତ୍ୱ ପ୍ରଦାନ କରାଯିବା ଉଚିତ୍ । ଏ ନେଇ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ପ୍ରଥମେ ଗ୍ରାମଗୁଡ଼ିକୁ ସ୍ମାର୍ଟ କରାଯାଇପାରିଲେ ସହରଗୁଡ଼ିକ ସ୍ମାର୍ଟ ସିଟି ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା । ଶ୍ରୀ ସାମନ୍ତ କହିଲେ, ଆଜି ଯେଉଁ ସ୍ମାର୍ଟ ଭିଲେଜ କଥା କୁହାଯାଉଛି ଏହାକୁ ଦୀର୍ଘ ୧୫ବର୍ଷ ପୂର୍ବରୁ ଆମେ କାର୍ଯ୍ୟକାରୀ କରି ସଫଳ ହୋଇଛୁ । କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ସମସ୍ତ ପ୍ରକାର ସହରୀ ସୁବିଧା ଯୋଗାଇ ଦିଆଯାଇ ଏହାକୁ ଏକ ସ୍ମାର୍ଟ ଗ୍ରାମରେ ପରିଣତ କରାଯାଇଛି ଏବଂ ଖୁବ୍‌ଶୀଘ୍ର ଏହି ଅଞ୍ଚଳ ଏକ ସ୍ମାର୍ଟ ପଞ୍ଚାୟତରେ ପରିଣତ ହେବ ବୋଲି ସେ ସୂଚନା ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com