NIRAKARPUR-PHOTO

୨ ଟ୍ରକ୍-ଟ୍ୟାଙ୍କର ଧକ୍କା: ୩ ଟ୍ରକ ଜଳିଗଲା

40

ନିରାକାରପୁର (ଆପ୍ର): ୧୬ ନଂ ଜାତୀୟ ରାଜପଥ ଖୋର୍ଦ୍ଧା ଜିଲ୍ଲା ମଳିପଡ଼ା ନିକଟରେ ଦୁଇଟି ଟ୍ରକ ଓ ଟ୍ୟାଙ୍କର ଏକ ସଙ୍ଗରେ ଧକ୍କାହେବା ଫଳରେ ୩ଟି ଗାଡ଼ିରେ ନିଆଁ ଲାଗିଯିବା ଫଳରେ ୨ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ସୂଚନାଯୋଗ୍ୟ କି ବୁଧବାର ଅପରାହ୍ନ ୩ଟାରେ ଏପି୦୫-୦୩୪୯ ନମ୍ବର ବିଶିଷ୍ଟ କଦଳୀ ବୋଝେଇ ଆନ୍ଧ୍ରା ଟ୍ରକ ଜଙ୍କିଆ ପଟୁ ଖୋର୍ଦ୍ଧା ଆଡ଼କୁ ଯାଉଥିବାବେଳେ ଉକ୍ତ ଜାଗାରେ ଭାରସାମ୍ୟ ହରାଇ ବିପରୀତ ରାସ୍ତାକୁ ଲେଉଟି ପଡ଼ିଥିଲା । ସେହି ସମୟରେ ଖୋର୍ଦ୍ଧା ପଟୁ ଏଚପି ଗ୍ୟାସ ଟ୍ୟାଙ୍କର ଓ ଏକ ଟ୍ରକ (ଓଆର ୦୯ -୨୨୦୦) ଆଗପଛ ହୋଇ ଆସୁଥିବାବେଳେ ୩ଟି ଯାକ ଗାଡ଼ି ଏକ ସଙ୍ଗେ ଧକ୍କା ଲାଗି ନିଆଁ ଲାଗିଯାଇଥିଲା । ନିଆଁର ତୀବ୍ରତା ଏତେ ଥିଲା ଯେ ଖୋର୍ଦ୍ଧା – ଟାଙ୍ଗୀ -ଜଟଣୀ ଓ ଭୁବନେଶ୍ୱରରୁ ଆସିଥିବା ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବାକୁ ୨ଘଣ୍ଟା ସମୟ ଲାଗିଥିଲା । ନିଆଁରେ ଆହତ ୨ ଜଣଙ୍କୁ ଖୋର୍ଦ୍ଧା ହସପିଟାଲରେ ଭତ୍ତି କରାଯାଇଥିବା ବେଳେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଅନ୍ୟ ଡ଼୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ହଟାଇବା ପରେ ଯାନବାହନ ଚଳାଚଳ ସ୍ୱାଭାବିକ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com