Chief-Minister-Shri-Naveen-Patnaik-Video-Conferencing-with-Engineers-of-Water-Resources-Department-at-Secretariat

ଜଳସେଚିତ ହେବ ୧୦ ଲକ୍ଷ ହେକ୍ଟର ଜମି

33

ଭୁବନେଶ୍ୱର,୪ା୪(ବ୍ୟୁରୋ): ଆମ ସରକାର ସର୍ବଦା ଚାଷୀ ଏବଂ କୃଷି ଉପରେ ଧ୍ୟାନ ଦେଇ ଆସୁଛନ୍ତି । ୨୦୧୯ ମାର୍ଚ୍ଚ ମାସ ଶେଷ ସୁଧା ରାଜ୍ୟରେ ୧୦ ଲକ୍ଷ ହେକ୍ଟର୍ ଜମିକୁ ଜଳସେଚନ କରିବା ପାଇଁ କାର୍ଯ୍ୟପନ୍ଥା ଗଠନ କରିଛୁ । ଏହି ଅବଦ୍ଧି ସମୟ ମଧ୍ୟରେ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ନିବୀନ ପଟ୍ଟନାୟକ ଆଶା କହିଛନ୍ତି । ଜଳସେଚନ ଯନ୍ତ୍ରୀ ବିଭାଗ ତରଫରୁ ଆଯୋଜିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୧୬-୧୭ ଆର୍ଥକ ବର୍ଷରେ ୨ ଲକ୍ଷ ୬୦ ହଜାର ଜମିକୁ ଜଳସେଚିତ କରିବା ପାଇଁ ଆମେ ଲକ୍ଷ ରଖିଛୁ । ଏହା ସହିତ ଅଧାରୁ ଅଟକି ଯାଇଥିବା ବିଭିନ୍ନ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଯୋଜନା ରଖିଛୁ । ଅଧାରୁ ଅଟକି ଥିବା ୧୬୦ ଟି ପ୍ରକଳ୍ପକୁ ଚଳିତ ଆର୍ଥôକ ବର୍ଷ ଭିତରେ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଆରମ୍ଭ ହୋଇଥିବା ୪୦ ଗୋଟି ମେଗା ଉଠା ଜଳସେଚନ ପ୍ରକଳ୍ପକୁ ୨୦୧୬-୧୭ ଆର୍ଥôକ ବର୍ଷରେ ଶେଷ କରିବାକୁ ଧାର୍ଯ୍ୟ କରାଯାଇଛି । ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଡିପ୍ ବରୱେଲ୍ ଦ୍ୱାରା ଜଳସେଚନ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ଶେଷରେ ଜଳସେଚନ କାର୍ଯ୍ୟରେ ଯେପରି କୌଣସି ତ୍ରୁଟି ନ ରହେ ସେଥିପାଇଁ ଯନ୍ତ୍ରୀମାନଙ୍କୁ ନିର୍ମାଣ କାର୍ଯ୍ୟରେ ସଠିକ୍ ଧ୍ୟାନ ଦେବା ସହ ଉନ୍ନତ ମାନର ସାମଗ୍ରୀ ବ୍ୟବହାର କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସଭାରେ ସଚିବ ୟୁଏନ୍ ବେହେରା, ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀ ପିକେ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫୋରେନ୍ସ୍ ମାଧ୍ୟମରେ ଯନ୍ତ୍ରୀମାନଙ୍କୁ ଉଦ୍ବୋଧନ ଦେଇଥିଲେ ।




Powered by odothemes.com