Kalinga-Yuba-Mahotsav-Logo-Unmochana

ଏପ୍ରିଲ ୧୫ରୁ ‘କଳିଙ୍ଗ ଯୁବ ମହୋତ୍ସବ’

40

ଭୁବନେଶ୍ୱର,୨୯ା୩(ବୁ୍ୟରୋ): ଓଡ଼ିଶାର ଗାରିମାମୟ ଐତିହ୍ୟ, ସଂସ୍କୃତି ଓ ମହାନ୍ ପରମ୍ପରାକୁ ଉଜ୍ଜିବୀତ କରିବା ସହ ଏକ ସବୁଜ, ସ୍ୱଚ୍ଛ, ସୁନ୍ଦର ଓ ବିକଶିତ ଏବଂ ଓଡ଼ିଶା ଗଠନରେ ଯୁବପିଢିଙ୍କର ଗଠନମୂଳକ ଯୋଗଦାନ ପାଇଁ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ଆସନ୍ତା ଏପ୍ରିଲ୍ ମାସ ୧୫ ଓ ୧୬ ତାରିଖ ଦୁଇଦିନ ଧରି କଳିଙ୍ଗ ଯୁବ ମହୋସôବ-୨୦୧୬ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ ବୋଲି ସ୍ଥାନୀୟ ବୁଦ୍ଧମନ୍ଦିରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏଥିପାଇଁ ୧୫ ତାରିଖ ସକାଳେ ହଜାର ସଂଖ୍ୟାରେ ଯୁବକଙ୍କୁ ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକରୁ କଳିଙ୍ଗ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଏକ ମିନି ମାରାଥନ୍ କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୧୬ ତାରିଖ ଅପରାହ୍ନରେ ୟୁନିଟ୍-୯ ସ୍ଥିତ ରାଷ୍ଟ୍ରଭାଷା ପ୍ରଚାର ସମିତି ପରିସରରେ ଛାତ୍ର ଏବଂ ଯୁବକମାନଙ୍କ ମଧ୍ୟରେ ଓଡ଼ିଶା ଗଠନରେ ଯୁବ ଶକ୍ତିର ଭୂମିକା ସମ୍ପର୍କରେ ବିଭିନ୍ନ ପ୍ରତିଯୋଗିତା କରାଯିବ । ଏହାସହ ସନ୍ଧ୍ୟାରେ ଓଡ଼ିଶାର କଳା ସଂସ୍କୃତି ଉପରେ ନୃତ୍ୟ, ସଙ୍ଗୀତର ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହେବ । ଉଭୟ ଦିବସରେ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ଯୁବ ପ୍ରତିଭା ତଥା ବହୁ ବୁଦ୍ଧିଜୀବୀ ଯୋଗଦାନ କରିବେ । ସେହିପରି ବିଭିନ୍ନ ବର୍ଗରେ ଦକ୍ଷତା ଅର୍ଜନ କରିଥିବା ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯିବ ବୋଲି ମହୋସôବ କମିଟିର ଅଧ୍ୟକ୍ଷ ଡ. ଦିଲ୍ଲୀପ୍ ଶ୍ରୀଚନ୍ଦନ ଓ ଆବାହକ ସୁଶାନ୍ତ କୁମାର ପାଢୀ ଏଠାରେ ସୂଚନା ଦେଇଛନ୍ତି । ଏହି ଅବସରରେ ‘କଳିଙ୍ଗ ଯୁବ ମହୋସôବ ଲୋଗୋ’ ଉନ୍ମୋଚିତ ହୋଇଥିଲା ।




Powered by odothemes.com