Odisha-krusaka-sathi-sangha-pakhyaru-9-dafa-dabi-re-pmg-thare-bikhyab-Pradarsana-bele-Police-saha-DhastaDhasti-(1)

ଏନ୍ଜିଓ ନିଯୁକ୍ତି ନୀତି ବନ୍ଦ ପାଇଁ କୃଷକ ସଂଘର ଦାବି

118

ଭୁବନେଶ୍ୱର, ୨୮ ।୩ (ବୁ୍ୟରୋ):ରାଜ୍ୟ ସରକାର କୃଷି ବିଭାଗରେ ଏନ୍ଜିଓ ନିଯୁକ୍ତି ନୀତି ବନ୍ଦ କରି ସମସ୍ତ କାର୍ଯ୍ୟକୁ କୃଷକ ସାଥୀମାନଙ୍କ ଦ୍ୱାରା କରାଇବା ଦାବିରେ ଓଡ଼ିଶା କୃଷକ ସାଥୀ ସଂଘର ଏକ ବିଶାଳ ପଟୁଆର ରେଳ ଷ୍ଟେସନରୁ ବାହାରି ବିଧାନସଭା ପର୍ଯ୍ୟନ୍ତ ଆସିଥିଲା । କୃଷକ ସାଥୀମାନଙ୍କୁ ଶ୍ରମିକର ମର୍ଯ୍ୟାଦା ଦିଆଯିବା ସହ ସରକାରଙ୍କ ଘୋଷଣା ଅନୁଯାଇ ସର୍ବନିମ୍ନ ମଜୁରି ମାସିକ ବେତନ ପ୍ରଦାନ, ଗଞ୍ଜାମ, ନୂଆପଡ଼ା ଜିଲ୍ଲାମାନଙ୍କରେ ୬ହଜାର ଟଙ୍କା ବାର୍ଷିକ ଅନୁଦାନ, କୃଷକ ସାଥୀମାନଙ୍କୁ ୨୦୧୪ବର୍ଷର ବିଜିଆରଇଆଇ କାମର ପାରିଶ୍ରମିକ, ଖାଲିଥିବା ଭିଏଡବ୍ଲୁ ପଦବୀରେ କୃଷକ ସାଥୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉ ବୋଲି ସଂଘ ଦାବି କରିଛି । ସମାବେଶରେ ସଂଘର ସ୍ଥାୟୀ ସଭାପତି ତଥା ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଦୁଷ୍ମନ୍ତ ଦାସ, ସାଧାରଣ ସଂପାଦକ ସନ୍ତୋଷ ବେହେରା, ଉପ ସଭାପତି ଶ୍ରୀଧର ମିଶ୍ର, ଗୁଣନିଧି ଦନ୍ତା, ଶ୍ରୀନିବାସ ଛୋଟରାୟ, ଭାଗିରଥି ବାରିକ, ଲୋକନାଥ ମହନ୍ତ, ପ୍ରଣବ ରାଉତ, ରତିକାନ୍ତ ଦାସ, ଲକ୍ଷ୍ମିଧର ପ୍ରଧାନ, କୃଷ୍ଣ ଚନ୍ଦ୍ର ପରିଡା, ମହେଶ୍ୱର ମହଲ, କଲାସାହେବ ଭୋଇ, ଅନନ୍ତ ପଣ୍ଡା, ହରିହର ଜେନା, ରବିନ୍ଦ୍ର ତ୍ରୀପାଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।




Powered by odothemes.com