punyamatira-dukha

‘ପୂଣ୍ୟମାଟିର ଦୁଃଖ’ ଲୋକାର୍ପିତ

37

ଭୁବନେଶ୍ୱର,୨୮ା୩(ବୁ୍ୟରୋ): ବରିଷ୍ଠ କବି ଓ ପ୍ରାବନ୍ଧିକ ଡକ୍ଟର ବାସୁଦେବ ଦାସଙ୍କ କବିତା ସଂକଳନ ‘ପୂଣ୍ୟମାଟିର ଦୁଃଖ’ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ଡ. ଦାସ ଜଣେ ପ୍ରଗତିଶୀଳ କବି ଭାବରେ ଓଡ଼ିିଶାରେ ସୁପରିଚିତ । ଏହି ପୁସ୍ତକକୁ ମିଶାଇ ଡ. ଦାସ ବର୍ତ୍ତମାନ ପର୍ଯ୍ୟନ୍ତ କାବ୍ୟ କବିତା, ପ୍ରବନ୍ଧ, ଗଳ୍ପ, ଜୀବନୀ ଆଦି ୨୦ଖଣ୍ଡ ପୁସ୍ତକ ରଚନା କରିଛନ୍ତି । ଭୁବନେଶ୍ୱର କଳିଙ୍ଗ ବିକାଶ ପବ୍ଲିକେଶନ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ ୪୩ଟି କବିତା ସଂକଳିତ ହୋଇଥିବା ବେଳେ ପ୍ରତିଟି କବିତା ମର୍ମସ୍ପର୍ଶୀ ଓ ସମାଜଧର୍ମୀ ବୋଲି ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପୁସ୍ତକ ଲୋକାର୍ପଣ ଅବସରରେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଭାଗବତ ପ୍ରସାଦ ମହାନ୍ତି, ଓଡ଼ିିଶା ସାହିତ୍ୟ ଏକାଡେମୀ ସଭାପତି ସାତକଡି ହୋତା, କବି ରାଜେନ୍ଦ୍ର ପଣ୍ଡା, ପଦ୍ମଭୂଷଣ କବି ରମାକାନ୍ତ ରଥ, ଜ୍ଞାନପୀଠ ପୁରସ୍କାର ବିଜେତା କବି ସୀତାକାନ୍ତ ମହାପାତ୍ର, କବି ଡ. ପ୍ରତିଭା ଶତପଥୀ, କଥାକାର କୃପାସାଗର ସାହୁ, ପ୍ରାବନ୍ଧିକ ଶତୃଘ୍ନ ପାଣ୍ଡବ, କଥାକାର ପବିତ୍ର ପାଣିଗ୍ରାହୀ. କବି ଡ. ଅପର୍ଣ୍ଣା ମହାନ୍ତିଙ୍କ ସମେତ ବହୁ କବି ଓ ଲେଖକ ଉପସ୍ଥିତ ଥିଲେ । ବର୍ତ୍ତମାନ ସମାଜରେ ଘଟୁଥିବା ଘଟଣାବଳୀକୁ ନେଇ ବାସୁଦେବ ଦାସ ତାଙ୍କର ସମସ୍ତ ଲେଖାରେ ସ୍ଥାନ ଦେଇଥାନ୍ତି । ତାଙ୍କର ସମସ୍ତ କବିତା ବାସ୍ତବଧର୍ମୀ ଏବଂ ହୃଦୟସ୍ପର୍ଶୀ ।




Powered by odothemes.com