kohli111

ସେମି ଫାଇନାଲ୍ରେ ଭାରତ

30

ମୋହାଲି, ୨୭ ।୩ (ଏଜେନ୍ସି): ବିରାଟ କୋହଲିଙ୍କ ଉଜ୍ଜ୍ୱଳ ଅର୍ଦ୍ଧଶତକୀୟ ଇନିଂସ୍‌ ସହାୟତାରେ ଭାରତ ୬ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇ ଆଇସିସି ବିଶ୍ୱ ଟି-୨୦ ଚାମ୍ପିଅନ୍‌ସିପ୍‌ର ସେମିଫାଇନାଲ୍‌ରେ ପ୍ରବେଶ କରିଛି । ଭାରତର ଏହା ଥିଲା କ୍ରମାଗତ ତୃତୀୟ ବିଜୟ । ତେବେ ଟି-୨୦ କ୍ରିକେଟ୍‌ ଇତିହାସରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହା ଭାରତର କ୍ରମାଗତ ଷଷ୍ଠ ବିଜୟ ସାଫଲ୍ୟ । ଏଥିସହ ମହେନ୍ଦ୍ର ସିଂ ଧୋନିଙ୍କ ଟିମ୍‌ ୬ ପଏଣ୍ଟ ପାଇ ଗ୍ରୁପ୍‌-୨’ରେ ଦ୍ୱିତୀୟ ସ୍ଥାନ ହାସଲ କରିଥିବାବେଳେ ଅଷ୍ଟ୍ରେଲିଆ ୪ ପଏଣ୍ଟ ପାଇ ଅଭିଯାନ ଶେଷ କରିଛି । କୋହଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି । ଅଷ୍ଟ୍ରେଲୀୟ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୦ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତୀୟ ଟିମ୍‌ ୧୯.୧ ଓଭରରେ ୪ ୱିକେଟ୍‌ ହରାଇ ଆବଶ୍ୟକ ୧୬୧ ରନ୍‌ ସଂଗ୍ରହ କରିଥିଲା । କୋହଲି ଓ ଧୋନି ପଞ୍ଚମ ୱିକେଟ୍‌ରେ ୬୭ ରନ୍‌ର ଅପରାଜିତ ଭାଗୀଦାରୀ କରି ଟିମ୍‌କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଧୋନି ଏକ ଚୌକା ଲଗାଇ ମ୍ୟାଚ୍‌ ଫିନିଶ୍‌ କରିଥିଲେ । ଚଳିତ ମାସ ୩୧ ତାରିଖରେ ମୁମ୍ବାଇ ଠାରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ଭାରତୀୟ ଟିମ୍‌ ୱେଷ୍ଟଇଣ୍ଡିଜ୍‌କୁ ଭେଟିବ । ଏଥିପୂର୍ବରୁ ୩୦ରେ ନୂଆଦିଲ୍ଲୀ ଠାରେ ନୁ୍ୟଜିଲାଣ୍ଡ୍‌ ଓ ଇଂଲଣ୍ଡ୍‌ ମଧ୍ୟରେ ପ୍ରଥମ ସେମିଫାଇନାଲ୍‌ ଖେଳାଯିବ ।

ସେଆର କରନ୍ତୁ:



Powered by odothemes.com