air-odisha

ଏୟାର ଓଡ଼ିଶା ନିଦେ୍ର୍ଦଶକଙ୍କୁ ସମନ୍

30

ଭୁବନେଶ୍ୱର (ବୁ୍ୟରୋ): ବିଜେପି ବିଧାୟକ ଦିଲୀପ ରାୟଙ୍କ ପୁଅ ସମ୍ବିତ ରାୟଙ୍କ ଠକେଇ ଅଭିଯୋଗ ପରେ ଏୟାର ଓଡ଼ିଶା ନିଦେ୍ର୍ଦଶକ ସନ୍ତୋଷ ପାଣିଙ୍କୁ ଆଜି ଖଣ୍ଡଗିରି ଥାନା ପୁଲିସ୍ ସମନ୍ ଜାରି କରିଛି । ଆସନ୍ତା ବୁଧବାର ଥାନାରେ ହାଜର ହେବା ପାଇଁ ସମନ୍ରେ ନିଦେ୍ର୍ଦଶ ରହିଛି । ଏୟାର ଓଡ଼ିଶାରେ ଭାଗିଦାର ରହିବାକୁ ସମ୍ବିତ୍ ୮୦ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । ଲାଭାଂଶରୁ ୪୦ ଶତକଡ଼ା ପାଇବାକୁ ଏୟାର ଓଡ଼ିଶା ସହ ସମ୍ବିତ୍ଙ୍କର ଚୁକ୍ତି ହୋଇଥିଲା । ପରମୁହୂର୍ତ୍ତରେ ତାଙ୍କୁ ୪୦ଲକ୍ଷ ଟଙ୍କା ଫେରାଇ ଦିଆଯାଇଥିଲା । ଅବଶିଷ୍ଟ ୪୦ଲକ୍ଷ ଟଙ୍କାର ଦୁଇଟି ଚେକ୍ (ଗୋଟିଏ ୩୦ ଲକ୍ଷ ଓ ଅନ୍ୟଟି ୧୦ ଲକ୍ଷ) ଦେଇଥିଲେ । ସେହି ଚେକ୍ରେ ଏୟାର ଓଡ଼ିଶାର ନିଦେ୍ର୍ଦଶକ ସନ୍ତୋଷ ପାଣି ଦସ୍ତଖତ କରିଥିଲେ । ଉକ୍ତ ଚେକ୍କୁ ସମ୍ବିତ୍ ବ୍ୟାଙ୍କରେ ଡିପୋଜିଟ କରିବା ପରେ ଚେକ୍ ବାଉନ୍ସ୍ ହୋଇଥିଲା । ଚେକ୍ରେ ଦସ୍ତଖତ କରିବା ପାଇଁ ସନ୍ତୋଷ ପାଣିଙ୍କ ଅଧିକାର ନଥିବା ବ୍ୟାଙ୍କ ଦର୍ଶାଇଥିଲା ବୋଲି ସମ୍ବିତ୍ ତାଙ୍କ ଏତଲାରେ ଦର୍ଶାଇଥିଲେ । ତାଙ୍କ ୪୦ ଲକ୍ଷ ଟଙ୍କା ଫେରସ୍ତ ପାଇବା ପାଇଁ ସମ୍ବିତ୍ ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଏକ ମାମଲା ରୁଜୁ କରିବା ସହ ନିଦେ୍ର୍ଦଶକ ଶ୍ରୀ ପାଣିଙ୍କୁ ପଚରାଉଚରା ପାଇଁ ଡାକିଛି ।




Powered by odothemes.com