GGGG-(3)

ଖରାରେ ଜମୁଛି ରାହ୍ଗିରି

23

ଭୁବନେଶ୍ୱର,୨୭ା୩(ବୁ୍ୟରୋ): ପ୍ରତି ରବିବାର ସକାଳେ ରାଜଧାନୀରେ ଜମୁଛି ରାହ୍ଗିରି । ଇତିମଧ୍ୟରେ ରାହ୍ଗିରି ୧୧ତମ ପର୍ଯ୍ୟାୟ ଅତିକ୍ରମ କରିସାରିଲାଣି । ପ୍ରତିଟି ପର୍ଯ୍ୟାୟରେ କିଛି ନୂଆ ବିଷୟବସ୍ତୁକୁ ନେଇ ଏହା ପାଳନ କରାଯାଉଛି । ଛୋଟ ପିଲାଙ୍କଠୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ସମସ୍ତେ ରବିବାରରେ ମଜା ନେଉଛନ୍ତି । ରବିବାର ପାହାନ୍ତିଆରୁ ରାଜଧାନୀବାସୀଙ୍କ ନିଦ ଭାଙ୍ଗିଯାଉଛି । ଆଉ ଏକମୁହାଁ ହୋଇ ସମସ୍ତେ ପ୍ରାୟ ଧାଉଁଛନ୍ତି ରାହ୍ଗିରି ସ୍ଥଳକୁ । ରାହ୍ଗିରିରେ ପ୍ରତିଥର ଲୋକମାନଙ୍କର ସଂଖ୍ୟା ବଢିବାରେ ଲାଗିଛି । ରାହ୍ଗିରି ଶେଷ ହେଲା ବେଳକୁ ପ୍ରଚଣ୍ଡ ଖରା ହେଉଥିଲେ ମଧ୍ୟ ଏହାକୁ ଖାତିର୍ ନକରି ଶେଷ ପର୍ଯ୍ୟନ୍ତ ଏହାର ମଜା ଉଠାଉଛନ୍ତି ଲୋକେ । ତେବେ ଏକାଦଶ ରାହ୍ଗିରିରେ ପ୍ରାୟ ୧୦୦ମିଟର ପର୍ଯ୍ୟନ୍ତ ଅଭିନବ ଚିତ୍ରାଙ୍କନ କରାଯାଇଥିବା ଦେଖିବାକୁ ମିଳିଥିଲା । ଏଥିସହିତ ବ୍ୟାୟାମ, ନାଚ, ଗୀତ, ସାଇକେଲିଂ, ସ୍କେଟିଂ ରାଜଧାନୀବାସୀଙ୍କୁ ବେଶ୍ । ରାମ ମନ୍ଦିର ଠାରୁ ଆରମ୍ଭ କରି ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ଲୋକ ଭରିଯାଇଥିଲେ । ତେବେ ଆଜିର ରାହ୍ଗିରିରେ ମୁଖ୍ୟ ଆକର୍ଷଣ ଥିଲା ପାକଶାଳା ଉଦ୍ୟାନକାରୀ ସଂଘ । ଆଜିର ଏହି କଂକ୍ରିଟ୍ ଜଙ୍ଗଲରେ କିଭଳି ଭାବେ ଆମ ଛାତ ଉପରେ ତଟକା ପନିପରିବା ପାଇବା ସହିତ କଂକ୍ରିଟ୍ ଜଙ୍ଗଲରେ କିଛି ଅଂଶ ସବୁଜ କରିପାରିବା ସେ ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ସେହିପରି ଉକ୍ରଳ ସମ୍ମିଳନୀ ପକ୍ଷରୁ ଓଡ଼ିଆ ରାହ୍ଗିରିର ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଆଗିରି ସହିତ ୫୦୦ରୁ ଊଦ୍ଧ୍ୱର୍ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଆ ସମ୍ପର୍କରେ ପ୍ରଶ୍ନକୁ ନେଇ ଓଡ଼ିଆ ଅଲମ୍ପିକ୍ ପ୍ରତିଯୋଗିତା ହୋଇଥିଲା । ଶେଷରେ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ଅବସରରେ ‘ଉକ୍ରଳ ପ୍ରଭାତ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ପ୍ରତିଥର ବିଭିନ୍ନ ଇଭେଣ୍ଟକୁ ନେଇ କେହି ନା’ କେହି ଚକିତ ହେଉଥିବାବେଳେ ଚଳିତଥର ରଞ୍ଜୀବ ବିଶ୍ୱାଳଙ୍କ ବୋଲିଂ ଷ୍ଟାଇଲ୍ ଏବଂ ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବ୍ୟାଟିଂ ଷ୍ଟାଇଲ୍ ଯୁବପିଢ଼ିଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ରାହ୍ଗିରିସ୍ଥଳରେ ବାନ୍ଧି ରଖିଥିଲା । ବାବା ପାଟ୍ଟଶାଣୀ ନିଆରା ଢଙ୍ଗରେ ବ୍ୟାଟିଂ କରିବା ସହ ବୁଲିବୁଲି ଛୋଟ ଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସେଲ୍ଫି ନେଇଥିଲେ ।
ଆଜିର ଏହି ରାହ୍ଗିରିରେ ସାଂସଦ ପ୍ରସନ୍ନ ପାଟଶାଣୀ, ସାଂସଦ ରଞ୍ଜୀବ ବିଶ୍ୱାଳ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।




Powered by odothemes.com