ମଙ୍ଗଳବାରକୁ ଘୁଞ୍ଚôଲା ନିଷ୍ପତ୍ତି

41

ଭାଟ୍ ଛାଡ଼ ପ୍ରସଙ୍ଗ
ଭୁବନେଶ୍ୱର, ୨୬ ।୩(ବୁ୍ୟରୋ): ଡ଼ାଲି, ଚିନି ଓ ଗହମଜାତ ସାମଗ୍ରୀରୁ ମୂଲ୍ୟଯୁକ୍ତ କର (ଭାଟ୍) ଛାଡ଼ ନିଷ୍ପତ୍ତି ସଂପର୍କରେ ପୁର୍ନବାର ମଙ୍ଗଳବାର ବୈଠକ ବସିବ । ଆଜି ବୈଠକରେ ଏ ସଂପର୍କରେ କୌଣସି ନିଷ୍ପତ୍ତି ହୋଇ ପାରିନି । ତେବେ ସରକାରଙ୍କ ପକ୍ଷରୁ ବ୍ୟବସାୟୀ ସଂଘକୁ କିଛି ବିକଳ୍ପ ପ୍ରସ୍ତାବ ଦିଆଯାଇଛି । ଡାଲି, ଚିନି ଓ ଗହମଜାତ ସାମଗ୍ରୀ ଯଥା ଅଟା, ସୁଜି, ମଇଦାରୁ ସରକାର ଆଦାୟ କରୁଥିବା ୫ ପ୍ରତିଶତ ଭାଟ୍କୁ ଛାଡ଼୍ କରିବା ପାଇଁ ଓଡ଼ିଶା ବ୍ୟବସାୟୀ ସଂଘ ପକ୍ଷରୁ ଦାବି କରାଯାଇଛି । ଏହା କରାନଗଲେ ଆସନ୍ତା ଏପ୍ରିଲ୍ ପହିଲରୁ ଏହି ସାମଗ୍ରୀଗୁଡ଼ିକର ଆମଦାନୀ ସଂଘ ବନ୍ଦ କରିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛି । ସଂଘର ଦାବି ସଂପର୍କରେ ଆଲୋଚନା କରିବା ପାଇଁ ଆଜି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ୍ଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକର ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଲେ, ସୌହାର୍ଦ୍ଦପୂର୍ଣ୍ଣ ବାତାବରଣରେ ଆଲୋଚନା ହୋଇଛି । ସରକାରଙ୍କ ପକ୍ଷରୁ ବ୍ୟବସାୟୀ ସଂଘକୁ କିଛି ପ୍ରସ୍ତାବ ଦିଆଯାଇଛି । ତାହା ଉପରେ ସେମାନେ ବିଚାର କରିବେ ବୋଲି କହିଛନ୍ତି । ମଙ୍ଗଳବାର ବୈଠକରେ ସକରାତ୍ମକ ନିଷ୍ପତ୍ତି ନେବାର ସମ୍ଭାବନା ଅଛି ବୋଲି ଶ୍ରୀ ଦାସବର୍ମା କହିଛନ୍ତି । ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି, ଭାଟ୍ ଛାଡ଼୍ ଦାବି ସଂପର୍କରେ ଆଜିର ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଟିକସ ଛାଡ଼ କରାଗଲେ କ’ଣ ଲାଭ ଓ କ୍ଷତି ହେବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଛି । ସରକାର ଦେଇଥିବା ପ୍ରସ୍ତାବ ଉପରେ ସଂଘର କାର୍ଯ୍ୟକାରିଣୀରେ ଆଲୋଚନା ହେବ । ବୈଠକ ବିଫଳ ହୋଇନି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଆଜିର ବୈଠକରେ ଅର୍ଥ, ଖାଦ୍ୟ ଓ ଯୋଗାଣ ବିଭାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ବ୍ୟବସାୟୀ ସଂଘ ପକ୍ଷରୁ ଭାଟ୍ ଛାଡ଼ କରିବା ପାଇଁ ଦୀର୍ଘଦିନରୁ ଦାବି କରାଯାଉଛି । ୨୦୧୫ ଜୁନ୍ ମାସରେ ସରକାରଙ୍କ ସହ ବ୍ୟବସାୟୀ ସଂଘର ବୈଠକ ଅନୁଷ୍ଠିତ ହୋଇଥିଲା । ସରକାର ୩ମାସ ମଧ୍ୟରେ ସମସ୍ୟା ସମାଧାନ କରିବେ ବୋଲି କହିଥିଲେ । ମାତ୍ର ୯ ମାସ ବିତିଯାଇଥିଲେ ସୁଦ୍ଧା ଏଦିଗରେ କୌଣସି ପଦକ୍ଷେପ ନିଆ ନଯିବାରୁ ବ୍ୟବସାୟୀ ସଂଘ ପକ୍ଷରୁ ପୁଣି ଆନେ୍ଦାଳନ କରାଯିବ ବୋଲି ଧମକ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସରକାର ଆଜି ବୈଠକ ଡ଼ାକିଥିଲେ ।

ସେଆର କରନ୍ତୁ:



Powered by odothemes.com