DSC_0143

ଶିଶୁ ମୃତୁ୍ୟ ହାର ରୋକିବ ରୋଟାଭାଇରସ୍ ଟୀକା

49

ଭୁବନେଶ୍ୱରରେ ପ୍ରତିଷେଧକ ବୁନ୍ଦାର ଆରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି. ନଡ୍ଡା
ଭୁବନେଶ୍ୱର, ୨୬ା୩(ବୁ୍ୟରୋ): ସାର୍ବଜନୀନ ଟୀକାକରଣ ଯୋଜନାରେ ରୋଟାଭାଇରସ୍ ସାମିଲ୍ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଭୁବନେଶ୍ୱରରେ ଏହାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ଥର ପାଇଁ ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ହରିୟାଣା ଓ ହିମାଚଳ ପ୍ରଦେଶରେ ଏହି ଟୀକାର ଆରମ୍ଭ କରାଯାଇଛି । ପରବର୍ତ୍ତୀ ସମୟରେ ସବୁ ରାଜ୍ୟକୁ ଏହି ଟୀକାକରଣ ସମ୍ପ୍ରସାରଣ କରାଯିବ ।  ଏହି ଟୀକାର ଶୁଭାରମ୍ଭ କରି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନଡ୍ଡା କହିଛନ୍ତି, ଏହି ଟୀକାକୁ ୨ କୋଟି ୭୦ ଲକ୍ଷ ଶିଶୁଙ୍କ୍ୁ ପ୍ରଦାନ କରିବା ପାଇଁ ଯୋଜନା କରାଯାଇଛି । ଏହି ଟୀକା ଶିଶୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ମାଇଲ୍ଖୁଣ୍ଟ ହେବା ସହ ଶିଶୁ ମୃତୁ୍ୟ ହାର ରୋକିବାରେ ମଧ୍ୟ ସହାୟକ ହେବ । ପ୍ରତିବର୍ଷ ୮୦ହଜାର ଶିଶୁ ରୋଟାଭାଇରସ୍ ଆକ୍ରାନ୍ତରେ ପ୍ରାଣ ହରାଉଛନ୍ତି ଓ ୧୦ ଲକ୍ଷ ଶିଶୁ ଏହି ରୋଗ ଯୋଗୁ ଡ଼ାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି । ଏହା ଅତ୍ୟନ୍ତ ମାରାତ୍ମକ ଏବଂ ଏହାର ଯତ୍ନ ନେବା ପାଇଁ ସମୟ ମଧ୍ୟ କମ୍ । ଜନ୍ମରୁ ୫ ବର୍ଷ ମଧ୍ୟରେ ଶିଶୁ ମୃତୁ୍ୟକୁ ରୋକିବାରେ ନୂଆ କରି ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ରୋଟାଭାଇରସ୍ ସାମିଲ୍ ହୋଇଛି । ଏହା ବେଶ୍ ଉପଯୋଗୀ ହେବ । ଏହା ସହ ସାର୍ବଜନୀନ ଟୀକାକରଣରେ ଆଉ ୪ଟି ଟୀକା ସାମିଲ୍ ୍କରାଯିବ ବୋଲି ଶ୍ରୀ ନଡ୍ଡା କହିଥିଲେ । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଜୁନ୍ରୁ ଅଗଷ୍ଟ ମାସ ମଧ୍ୟରେ ସାଧାରଣତଃ ଡ଼ାଇରିଆ ହୋଇଥାଏ । ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ହରିୟାଣା ଓ ହିମାଚଳ ପ୍ରଦେଶରେ ୪୦ଭାଗ ରୋଗୀଙ୍କୁ ରୋଟାଭାଇରସ୍ କାରଣରୁ ମୃତୁ୍ୟ ହୋଇଥାଏ । ଭାରତ ସରକାରଙ୍କ ତରଫରୁ ୯ଟି ବିଶ୍ୱସ୍ତରୀୟ ଟୀକାକରଣ କାର୍ଯ୍ୟକ୍ରମ କରାଯାଉଥିଲା । ରୋଟାଭାଇରସ୍ ୧୦ନମ୍ବର ଟୀକାଭାବେ ଆରମ୍ଭ କରାଗଲା । କେନ୍ଦ୍ର ସରକାର ୩ହଜାର ଜନଔଷଧି କେନ୍ଦ୍ର ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ପ୍ରତି ଜିଲ୍ଲାରେ ପାଖାପାଖି ୫ଟି ଜନଔଷଧି କେନ୍ଦ୍ର ହେବ । ଏଥିରୁ ଓଡ଼ିଶା ସବୁଠୁ ଅଧିକ ଲାଭ ପାଇବ । ସେହିପରି ସର୍ବନିମ୍ନ ପ୍ରିମୟମ ମାଧ୍ୟମରେ ଗରିବଲୋକଙ୍କ ପାଇଁ ୧ଲକ୍ଷଟଙ୍କା ଓ ବରିଷ୍ଠ ନାଗରିକଙ୍କ ପାଇଁ ୧ଲକ୍ଷ ୩୦ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା କରାଯିବ ବୋଲି ଶ୍ରୀ ପ୍ରଧାନ କହିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ କହିଲେ, ରୋଟାଭାଇରସ୍ ଭଳି ଟୀକା ଶୁଭାରମ୍ଭ କରି ଭାରତ ସରକାର ଏକ ଭଲ ପଦକ୍ଷେପ ନେଇଛନ୍ତି । ମେଡ଼ିକାଲ୍ ଶିକ୍ଷା, ପାରାମେଡ଼ିକାଲ୍ ଶିକ୍ଷା, ଭିତ୍ତିଭୂମି, ବେଡ୍ ସଂଖ୍ୟା ବୃଦ୍ଧି, ଉତ୍ତମ ସ୍ୱାସ୍ଥ୍ୟ ସେବା, ଉପଯୁକ୍ତ ଔଷଧ ଇତ୍ୟାଦି ବିଷୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ ପ୍ରଯତ୍ନଶୀଳ ହେବା ଦରକାର । ଟୀକାକରଣ କ୍ଷେତ୍ରରେ ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କହିଥିଲେ । ଏଥିସହିତ ରାଜ୍ୟରେ ଥିବା ୫ଟି ମେଡ଼ିକାଲ୍ କଲେଜ, ଆଞ୍ଚଳିକ କ୍ୟାନ୍ସର ପ୍ରତିଷ୍ଠାନ, ଜାତୀୟ ଯୋଗ ଓ ପ୍ରାକୃତିକ ଚିକିତ୍ସା ପ୍ରତିଷ୍ଠାନ ଏବଂ ଭୁବନେଶ୍ୱରରେ ପାରାମେଡ଼ିକାଲ୍ ବିଜ୍ଞାନ କଲେଜ ସ୍ଥାପନ କରିବା ଓ ଏଥିପାଇଁ ଅର୍ଥବରାଦ ପାଇଁ ଶ୍ରୀ ନାୟକ କେନ୍ଦ୍ର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ଭାନୁ ପ୍ରତାପ ଶର୍ମା, ଜାତୀୟ ସ୍ୱାସ୍ଥ୍ୟ ମିଶନ୍ର ସଚିବ ସିକେ ମିଶ୍ର ରୋଟାଭାଇରସ୍ ପ୍ରତିଷେଧକ ସମ୍ବନ୍ଧରେ ଆଲୋଚନା କରିଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଆରତୀ ଆହୁଜା ସ୍ୱାଗତ ଭାଷଣ ଓ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାକେଶ କୁମାର ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ରୋଟାଭାଇରସ୍ ଟୀକାର କମୁ୍ୟନିକସେନ୍୍ ମାଟେରିଆଲ୍ଗୁଡ଼ିକୁ ଶ୍ରୀ ନଡ୍ଡା ଉନ୍ମୋଚିତ କରିବା ସହିତ ଏହି ଟୀକାର ପ୍ରଥମ ବୁନ୍ଦା ପ୍ରଦାନ କରିଥିଲେ ।

ସେଆର କରନ୍ତୁ:



Powered by odothemes.com