Jobra-re-dandis-anchala-paridarsana-(5)

ଚେତା ପଶିଲା, ବଦଳିବ ପାଇପ

35

୫୫ରେ ପହଞ୍ଚôଲା ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା
କଟକ,୨୬ ।୩(ବୁ୍ୟରୋ): କଟକ ମହାନଗର ନିଗମ ୪୧ନମ୍ବର ୱାର୍ଡ଼ରେ କାମଳ (ଜଣ୍ଡିସ) ରୋଗ ଥମିବାରେ ନାଁ ନେଉନାହି । ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ସରକାରୀ ଭାବେ ୨୫ଜଣ ଏହି ରୋଗରେ ଆକ୍ରାନ୍ତ ଥିବା କୁହାଯାଉଥିବାବେଳେ ବେସରକାରୀ ରିପୋର୍ଟ ଅନୁସାରେ ଏହି ସଂଖ୍ୟା ୫୫ରୁ ଊଦ୍ଧ୍ୱର୍ ହେବ ବୋଲି ଜଣାଯାଇଛି । ଦୈନିକ ନୂଆନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ଆଜି ୬ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଏସ୍ସିବି ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେଉଥିବାରୁ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ସ୍ଥିତିକୁ ନେଇ ସମୀକ୍ଷା କରିଛନ୍ତି । ଯୋବ୍ରା ଅଞ୍ଚଳରେ ଜଣ୍ଡିସ ନିୟନ୍ତ୍ରଣକୁ ଆଣିବା ପାଇଁ ମନ୍ତ୍ରୀମାନେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ତେବେ ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ୬ଟି ଟିମ କାର୍ଯ୍ୟ କରୁଥିବା ବେଳେ ଏହି ଟିମର ସଂଖ୍ୟା ୨୦କୁ ବୃଦ୍ଧି କରାଯିବ । ଆସନ୍ତା କାଲି ଠାରୁ ଏହି ଟିମ କାର୍ଯ୍ୟ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ସେହିପରି ପୁରୁଣା ପାଣି ପାଇପ ପରିବର୍ତ୍ତନ ଓ ନୂତନ ପାଇପ ସଂଯୋଗୀକରଣ ପାଇଁ ଖୁବଶୀଘ୍ର ୭୬ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି । ସହରରେ ଯଦି କୌଣିସି ସ୍ଥାନରେ ପାଣି ପାଇପ ଗୁଡିକ ନଷ୍ଟ ହୋଇଯାଇଥାଏ, ତେବେ ସେହି ସ୍ଥାନରେ ନୂତନ ପାଇପ ସଂଯୋଗୀକରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଜଣ୍ଡିସ ସମୀକ୍ଷା ବୈଠକରେ ଯୋଗ ଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଲେ ଯେ, ଏହି ଟିମ ଗୁଡିକ ସେହି ଅଞ୍ଚଳକୁ ଯାଇ ବିଭିନ୍ନ ଘର ଘର ବୁଲି ଲୋକମାନଙ୍କ ରକ୍ତ ନମୁନା ସଂଗ୍ରହ କରିବେ । ରକ୍ତ ନମୁନାରେ ପରୀକ୍ଷା ପରେ ଜଣ୍ଡିସ ରୋଗ ବାହାରିଲେ, ସେହି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ପରାମର୍ଶ ଦେବେ । ଅନ୍ୟ ଟିମ ପାଣି ପାଇପ ଗୁଡିକ ଯାଞ୍ଚ କରିବା ସହ ମରାମତି କାର୍ଯ୍ୟରେ ନିୟୋଜିତ ରହିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି । ୪୧ ନମ୍ବର ୱାର୍ଡରେ ଥିବା ନୂଆ ସାହି, ତଳ ସାହି, ମଝି ସାହିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଗ୍ରହଣ କରିଛନ୍ତି । ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ଓ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ଦଳ ଗଠନ କରାଯାଇ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ କାର୍ଯ୍ୟ କରାଯାଉଛି । ସେହିପରି ଆଜି ପ୍ରଶାସନ ପକ୍ଷରୁ ସାହିର ମୁଖ୍ୟ ସ୍ଥାନ ମାନଙ୍କରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ସେବା ଶିବିର ଖୋଲା ଯାଇଛି । ଏହି ସ୍ୱାସ୍ଥ୍ୟ ସେବା ଶିବିରରେ ୪ଜଣ ସ୍ୱାସ୍ଥ୍ୟ କର୍ମୀ ନିୟୋଜିତ କରାଯାଇଛି । ଏହି କର୍ମୀ ମାନେ ଲୋକ ମାନଙ୍କୁ ହାଲେଜିନ ବଟିକା, ଓଆରଏସ ପାଉଡର ପ୍ରଦାନ କରିବା ସହ ପାଣି ଫୁଟାଇ ପିଇବା ପାଇଁ ପରାମର୍ଶ ଦିଆଯାଉଛି । ସେହିପରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୧୬ଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କରାଯାଇଛି । ଏହି ପାଣିର ନମୁନା ଖପୁରିଆସ୍ଥିତ ପରୀକ୍ଷାଗାରକୁ ପରୀକ୍ଷା ପାଇଁ ପଠାଇ ଦିଆଯାଇଛି । ଅନ୍ୟପଟେ ବିଭିନ୍ନ ଘରଘର ବୁଲି ଏକ ସ୍ୱତନ୍ତ୍ର ଟିମ ପହଞ୍ଚô ରକ୍ତ ନମୁନା ସଂଗ୍ରହ କରୁଛନ୍ତି । ଅନ୍ୟପଟେ ପିଏଚ୍ଡି ପକ୍ଷରୁ ପାଣିର ଡି୍ରଷ୍ଟି୍ରବୁ୍ୟସନ ଲାଇନ ଓ ସର୍ଭିସ ପାଇପ ଲାଇନ ଗୁଡିକ ଯାଞ୍ଚ କରାଯାଉଛି । ଯାଞ୍ଚ ସମୟରେ ପାଣି ପାଇପର କୌଣସି ସ୍ଥାନରେ ଫଟା କିମ୍ବା ନଷ୍ଟ ହୋଇଥିବା ଦେଖିବାକୁ ମିଳୁଛି ସେହି ପାଇପ ଗୁଡିକ ତୁରନ୍ତ ମରାମତି କରାଯାଉଛି । ଯେଉଁ ଅଞ୍ଚଳରେ ପାଇପରେ ପ୍ରଦୂଷିତ ଜଳ ଆସୁଛି । ସେହି ସ୍ଥାନମାନଙ୍କରେ ସୁପର କ୍ଲୋରନେସିନ କରାଯାଉଛି ଓ ପ୍ରମୁଖ ଛକ ମାନଙ୍କରେ ପିଇବା ପାଣି ପାଇଁ ପାଣି ଟ୍ୟାଙ୍କର ବ୍ୟବସ୍ଥା କରାଯାଇଛି । ଅନ୍ୟପଟେ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସିଏମସି ମେୟର ଅନିତା ବେହରା, ସ୍ୱାସ୍ଥ୍ୟ ବିଭାଗ ଇନ୍ସପେକ୍ଟର ଓ ସ୍ୱତନ୍ତ୍ର ବିଭାଗୀୟ ଅଧିକାରୀ ଟିମ୍ ଯୋବ୍ରା ଅଞ୍ଚଳକୁ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ସ୍ଥାନୀୟ ଲୋକ ମାନଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ, ଏହାର ନିରାକରଣ ଖୁବ ଶୀଘ୍ର କରାଯିବ । ପରୀକ୍ଷାଗାରକୁ ପାଣିର ନମୁନା ପଠାଇ ଦିଆଯାଇଛି । ରିପୋର୍ଟ ଆସିଲେ ପ୍ରକୃତ ଘଟଣା କ’ଣ ତାହା ଜଣାପଡିବା ଏହା ପରେ ଏହାର ସମାଧାନ ପାଇଁ ତୁରନ୍ତ ପକ୍ଷେପ ଗ୍ରହଣ କରାଯିବ । ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି ଯେ, ଗତ ବର୍ଷ ଜଣ୍ଡିସ ରୋଗ ବ୍ୟାପୀ ଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା । କେବଳ ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ଦିଆଯାଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ । ଯାହାଫଳରେ ଚଳିତ ବର୍ଷ ପୁଣି ଥରେ ଜଣ୍ଡିସ ରୋଗ ବ୍ୟାପିଛି । ଯଦି ଜଣ୍ଡିସ ରୋଗରେ କୌଣସି ବ୍ୟକ୍ତିଙ୍କ ମୃତୁ୍ୟ ଘଟେ, ଏଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com