Sunit-Mund

“ଜ୍ଞାନକୁ ଯୋଡ଼ିବାର ମାଧ୍ୟମ ହେଉଛି ଭାଷା’

71

ଭୁବନେଶ୍ୱର, ୨୫ ।୩ (ବୁ୍ୟରୋ): ସ୍ଥାନୀୟ ଓୟୁଟି ବିଜୁ ପଟ୍ଟନାୟକ ସମ୍ମିଳନୀ କକ୍ଷରେ ତୃତୀୟ ଜାତୀୟ ଭାଷା ସମ୍ମିଳନୀର ଆୟୋଜନ ହୋଇଯାଇଛି । ଓଡିଆ ଭାଷାକୁ ଜ୍ଞାନର ଭାଷା ଏବଂ ବିକାଶର ଭାଷା କରିବା ଉଦେ୍ଦଶ୍ୟରେ ଏହି ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଛି । ୪ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀକୁ ମନ୍ତ୍ରୀ ଜୁଏଲ ଓରାମ ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ ଏବଂ ଓଡିଆମାନେ ରାଜ୍ୟବାହାରକୁ ଗଲେ ଓଡିଆ କହୁନଥିବାକୁ ନେଇ କ୍ଷୋଭ ପ୍ରକାଶ କରି ଯଥେଷ୍ଟ ଓଡିଆ ଶବ୍ଦର ବ୍ୟବହାର କରିବାକୁ କହିଥିଲେ । ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସଂସ୍କୃତି ଓ ପର୍ଯ୍ୟଟନ ଓଡିଶା ସରକାର ଯୋଗ ଦେଇ ସାଧାରଣ ଲୋକଙ୍କର କଥିତ ଭାଷାର ବହୁଳ ପ୍ରଚାର ହେବା ଦରକାର ବୋଲି କହିଥିଲେ । ପ୍ରଫେସର ଶରତ ଚନ୍ଦ୍ର ନାୟାର ଚେୟାରମ୍ୟାନ ଜାତୀୟ ଅନୁବାଦ ମିଶନ, ଭାରତ ସରକାର ଜାତୀୟ ଭାଷାକୁ ପାଠ୍ୟକ୍ରମରେ ତାଲିକା ଭୁକ୍ତ କଲେ ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି କହିଥିଲେ । ସାଂସଦ ବୈଷ୍ଣବ ଚରଣ ପରିଡା ପାଠାଗାର ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିବାବେଳେ ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନୀ ଉସôବକୁ ସଭାପତିତ୍ୱ କରିବା ସହିତ ଜ୍ଞାନକୁ ଯୋଡିବାର ମାଧ୍ୟମ ହେଉଛି ଭାଷା ଏଣୁ ଗ୍ଲୋବାଲ ଏବଂ ଲୋକାଲ ମିଶିଲେ ଯାଇ ଜ୍ଞାନର ବିକାଶ ହେବ ବୋଲି କହିଥିଲେ । ଭାଷା ସଂଗ୍ରାମୀ, କବି ତଥା ରାଜନେତା ଶଙ୍କର୍ଷଣ ପରିଡା ଅତିଥିମାନଙ୍କର ସ୍ୱାଗତ ଭାଷଣ ଦେଇଥିବାବେଳେ ଜାତୀୟ ସମ୍ମିଳନୀର ସଂପାଦକ ଡଃ ସୁବ୍ରତ ପୃଷ୍ଟି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଲେଖିକା ତଥା ପ୍ରକାଶିକା ସୁନୀତି ମୁଣ୍ଡ୍ । ଏହି ସମ୍ମିଳନୀର ପ୍ରଥମ ଦିନରେ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରାୟ ତିନିଶହ ଲୋକ ଯୋଗ ଦେଇଥିଲେ । ଏହି ଅବସରରେ ପଟ୍ଟନାୟକ ପଟ୍ଟନାୟକ ବେୟରଙ୍କ ‘ମଲ୍ଟି ଲିଙ୍ଗୁଇଜମ୍ ଆଣ୍ଡ୍ ମଲ୍ଟିକଲ୍ଚରାଲିଜମ୍’ ପୁସ୍ତକ ଏବଂ ସୁନୀତି ମୁଣ୍ଡ୍ଙ୍କ ‘ନିଜ ସୃଜନତାକୁ ଚିହ୍ନନ୍ତୁ’ ପୁସ୍ତକ ଲୋକାର୍ପିତ ହୋଇଥିଲା । ସମ୍ମିଳନୀର ଉଦ୍ଘାଟନୀ ଉସôବ ପରେ ତିନୋଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଫେସର ନିବେଦିତା ମହାନ୍ତି, ପ୍ରଫେସର ଅମିୟ ପଟ୍ଟନାୟକ, ପ୍ରଫେସର ଶରତ ଚନ୍ଦ୍ର ନାୟାର ନିଜ ପ୍ରସ୍ତୁତ ତଥ୍ୟ ଉପସ୍ଥାପନ କରିଥିଲେ । ୪ଦିନ ବ୍ୟାପୀ ଆୟୋଜିତ ଏହି ସମ୍ମିଳନୀରେ ରାଜ୍ୟ ତଥା ରାଜ୍ୟ ବାହାରୁ “ଓଡିଶାର ନୈାବାଣିଜ୍ୟ ଏବଂ ଭାରତ ମହାସାଗରର ଉପକଣ୍ଠରେ ଥିବା ବିଭିନ୍ନ ରାଜ୍ୟ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କ”, “ଓଡିଆ ବ୍ୟାକରଣର ଉଦ୍ଭବଠାରୁ ଆଧୁନିକ ସ୍ଥିତି”, କମ୍ପ୍ୟୁଟରରେ ଓଡିଆ ଭାଷା ପ୍ରୟୋଗ ଓ ଭାଷାବିଜ୍ଞାନ ସହ ସମ୍ପର୍କ” ଆଦି ବିଭିନ୍ନ ବିଷୟକୁ ନେଇ ପେପର ପ୍ରସ୍ତୁତ ସହିତ ବିଭିନ୍ନ ପ୍ରେଜେଣ୍ଟେସନ୍ର ବ୍ୟବସ୍ଥା ରହିଛି । ଓଡିଆ ଭାଷାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ୫ବର୍ଷ ଧରି ଉଦ୍ୟମ କରିଆସିଛି । ଓଡିଆ ସଂସ୍କୃତି, ଭାଷା ଓ ଇତିହାସକୁ ଲୋକଲୋଚନକୁ ଆଣିବା ପାଇଁ ଚଳିତ ବର୍ଷ ଏହି ସମ୍ମିଳନୀରେ କିଛିଟା ଫଳଶ୍ରୁତି ହୋଇଥିବା ଉପଲବ୍ଧô ହୋଇଛି ।

ସେଆର କରନ୍ତୁ:



Powered by odothemes.com