Holly

ରାଜଧାନୀରେ ହୋଲି ଅଘଟଣ: ୨ ମୃତ, ୪୦ ଆହତ

32

ଭୁବନେଶ୍ୱର,୨୫ ।୩(ବୁ୍ୟରୋ): ରାଜଧାନୀର ହୋଲି ଅଘଟଣରେ ୨ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ପ୍ରାୟ ୪୦ ଜଣ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ମୃତକ ହେଲେ ମଞ୍ଚେଶ୍ୱର ଥାନା ଅଧୀନ ଆଖଣ୍ଡଳମଣୀ ବସ୍ତିରେ ରହୁଥିବା ଯାଜପୁର ଜିଲ୍ଲା ବୀରହରିପୁର ଗ୍ରାମର ରାଧାଶ୍ୟାମ ସାହୁ(୨୫) । ଅତ୍ୟଧିକ ମଦ୍ୟପାନ କରିବା ଦ୍ୱରା ରାଧାଶ୍ୟାମଙ୍କ ମୃତୁ୍ୟ ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ଜାଣିବାକୁ ପାଇଛି । ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠା ଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଜଣାପଡ଼ିବ ବୋଲି ମଞ୍ଚେଶ୍ୱର ପୁଲିସ୍ କହିଛି । ଅନ୍ୟ ଜଣେ ଦୁର୍ଘଟଣାରେ ମୃତୁ୍ୟ ଘଟିଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି । ସେ କ୍ୟାପିଟାଲ ଥାନା ଅଧୀନ ଫାଳିକିଆ ବସ୍ତିରେ ରହୁଥିବା ପୁଲିସ୍ କହିଛି । ତେବେ ତାଙ୍କ ପରିଚୟ ମିଳିପାରିନାହିଁ । ପୁଲିସ୍ ତାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି । ହୋଲି ମଜା ଉଠାଉଥିବା ସମୟରେ ସହରର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି କେତେକ ଆହତ ହୋଇଥିବା ବେଳେ ଅନ୍ୟ କେତେକଙ୍କ ଆଖିରେ କେମିକାଲ ମିଶା ରଙ୍ଗ ପଡ଼ି ଆହତ ହୋଇଥିବା ସୂଚନା ମିଳିଛି । ତେବେ ଆହତମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ଠାକ୍ ଥିବା ଜଣାପଡ଼ିଛି ।

ସେଆର କରନ୍ତୁ:



Powered by odothemes.com