Pic-1-OPGC-installed-roof-top-photolvoltaic

ଓପିଜିସି ପକ୍ଷରୁ ରୁଫ୍-ଟପ୍ ସୌରଶକ୍ତି ପ୍ରକଳ୍ପ ସ୍ଥାପନ

42

ଭୁବନେଶ୍ୱର, ୨୫ ।୩ (ବୁ୍ୟରୋ): ଓଡିଶା ପାୱାର ଜେନେରେସନ କର୍ପୋରେସନ (ଓପିଜିସି), ପ୍ରଦର୍ଶନମୂଳକ ପ୍ରକଳ୍ପର ଅଂଶ ସ୍ୱରୂପ, ଝାରସୁଗୁଡ଼ା ଜିଲ୍ଲା ବନହରପାଲୀସ୍ଥିତ ଏହାର ଇବ ଥର୍ମାଲ ପାୱାର ଷ୍ଟେସନର ୧ମ ଏବଂ ୨ୟ ୟୁନିଟ୍ର ସୁଇଚୟାର୍ଡ଼ ବିଲ୍ଡିଙ୍ଗ୍ରେ ଏକ ରୁଫ-ଟପ୍ ସୈାର ଶକ୍ତି ପ୍ରକଳ୍ପ (ଫଟୋଭୋଲ୍ଟାଇକ୍) ସ୍ଥାପନ କରିଛି । ୩ କିଲୋୱାଟ୍ ବିଶିଷ୍ଟ ଏହି ସୈାର ଶକ୍ତି ପ୍ରକଳ୍ପ ସୁଇଚୟାର୍ଡ଼ ବିଲ୍ଡିଙ୍ଗ୍ର ଆଭ୍ୟନ୍ତରୀଣ ଆଲୋକ ବ୍ୟବସ୍ଥା ନିମନ୍ତେ ଶକ୍ତି ପ୍ରଦାନ କରିବ । ଓପିଜିସି, ଇବ ଥର୍ମାଲ ପାୱାର ଷ୍ଟେସନର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି ପ୍ରକଳ୍ପଟିକୁ ଓପିଜିସିର ନିଦେ୍ର୍ଦଶକ (ପରିଚାଳନା) ଆଲୋକ ମୁଖାର୍ଜୀ ଉଦଘାଟନ କରିଥିଲେ । ସେହିପରି, ଇବ ଥର୍ମାଲ ପାୱାର ଷ୍ଟେସନ ଟାଉନସିପଠାରେ ଅବସ୍ଥିତ ଅତିଥି ଭବନଠାରେ ଆଉ ଏକ ରୁଫ୍-ଟପ୍ ସୈାର ଶକ୍ତି ପ୍ରକଳ୍ପ, ସୋଲାର ୱାଟର ହିଟର ପ୍ରକଳ୍ପ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଛି । ଆଗାମୀ ମାସ ମାନଙ୍କରେ କଂପାନୀ ପକ୍ଷରୁ ଆହୁରି ଅଧିକ ସୈାର ଶକ୍ତି ଚାଳିତ ଯନ୍ତ୍ରମାନ ସ୍ଥାପନା କରାଯିବାର ଯୋଜନା କରାଯାଉଛି । ଏଠାରେ ସୂଚନାଯୋଗ୍ୟ ଯେ ବର୍ତ୍ତମାନ ଓପିଜିସିର ଇବ୍ ଥର୍ମାଲ ପାୱାର ଷ୍ଟେସନଠାରେ ୨ଙ୍ଘ୨୧୦ ମେଗାୱାଟ୍ ବିଶିଷ୍ଟ ଦୁଇଟି ୟୁନିଟ କାର୍ଯ୍ୟକ୍ଷମ ରହିଛି । ଏହାର ସମ୍ପ୍ରସାରଣ କାର୍ଯ୍ୟର ଅଂଶସ୍ୱରୂପ, ୧୧,୫୪୭ କୋଟି ଟଙ୍କା ବ୍ୟୟରେ ପ୍ରତ୍ୟେକ ୬୬୦ ମେଗାୱାଟ୍ ବିଶିଷ୍ଟ ଦୁଇଟି ୟୁନିଟ୍ (ୟୁନିଟ ୩ଓ୪)ର ନିର୍ମାଣ କାର୍ଯ୍ୟ ନିମନ୍ତେ ବିଏଚ୍ଇଏଲ୍କୁ ମୁଖ୍ୟ କାରଖାନା ନିର୍ମାଣ ଏବଂ ବିଜିଆରଇକୁ ସହାୟକ ଏବଂ ପାରିପାଶ୍ୱିର୍କ କାରଖାନା ନିମନ୍ତେ କାର୍ଯ୍ୟାଦେଶ ଦିଆଯାଇଛି । ପରିବେଶ ଅନୁକୂଳ ସୁପରକ୍ରିଟିକାଲ୍ ବୈଷୟିକ ଜ୍ଞାନକୌଶଳ ସହାୟତାରେ ନିର୍ମାଣ କରାଯାଉଥିବା ଏହି ଦୁଇଟି ୟୁନିଟ୍ ୨୦୧୭-୧୮ ଆର୍ଥିକ ବର୍ଷର ଶେଷ ସୁଦ୍ଧା କାର୍ଯ୍ୟକାରୀ ହେବାର ଯୋଜନା ରହିଛି ।

ସେଆର କରନ୍ତୁ:



Powered by odothemes.com