At--Redcross-Bhaban

ଅକ୍ଷୟଙ୍କୁ ଡା. କବି ପ୍ରସାଦ ମିଶ୍ର ସ୍ମୃତି ସମ୍ମାନ

33

ଭୁବନେଶ୍ୱର,୨୨ା୩(ବୁ୍ୟରୋ): ସ୍ଥାନୀୟ ରେଡକ୍ରସ ଭବନରେ ଡା. କବି ପ୍ରସାଦ ମିଶ୍ର ସ୍ମୃ୍ତି ସମ୍ମାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଡା. କବି ପ୍ରସାଦ ମିଶ୍ର ସ୍ମୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ହୋମିଓପାଥୀ ଚିକିସôକ ଡ. ଅକ୍ଷୟ କୁମାର ମିଶ୍ରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଅବସରରେ ‘ମଣିଷ ଦେହେ ଦିବ୍ୟଜ୍ଞାନ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଭାତ ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଇଂ ପ୍ରିୟବ୍ରତ ଦାସ ଯୋଗଦେଇଥିବା ବେଳେ ପ୍ରଫେସର ଗୌରାଙ୍ଗ ଚରଣ ନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏ ସମ୍ପର୍କିତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ପ୍ରଫେସର ବାଉରୀ ବନ୍ଧୁ କର ଯୋଗଦେଇ ଡା. କବି ପ୍ରସାଦଙ୍କ ବହୁମୁଖୀ ପ୍ରତିଭା ଉପରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ନଳିନୀକାନ୍ତ ପାଢୀଙ୍କ ‘ମାଟି ମମତାର ମୂଲ’ ଓ ‘ବରଷା ରାଣୀ’୨ଟି ପୁସ୍ତକ ଆରତି ମିଶ୍ରଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ତେବେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ରଜତ କୁମାର କର, ସୌରୀବନ୍ଧୁ କର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପରିଷଦର କାର୍ଯ୍ୟକାରୀ ସମ୍ପାଦକ ରମାକାନ୍ତ ମିଶ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ଶେଷରେ ବାବଜୀ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଦାମୋଦର ସେନାପତି ଜଗନ୍ନାଥ ଭଜନ ଗାନ କରିଥିଲେ । ଏଥିରେ ବହୁ ସାରସ୍ୱତ ପ୍ରେମୀଙ୍କ ସହ ବୁଦ୍ଧିଜୀବୀମାନେ ଉପସ୍ଥିତ ଥିଲେ ।




Powered by odothemes.com