୨ ଲକ୍ଷରୁ ଊଦ୍ଧ୍ୱର୍ର ମୂଲ୍ୟବାନ କାଠ ଜବତ

ATAHAGADA--KATHA

ଆଠଗଡ଼, ୨୧ା୩(ଆପ୍ର): କଟକ ଭିଜିଲାନ୍ସ ବିଭାଗ ତରଫରୁ ଭିଜିଲାନ୍ସ ଭାରପ୍ରାପ୍ତ ବନଖଣ୍ଡ ଅଧିକାରୀ ରଜନୀକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଭିଜିଲାନ୍ସ ଇନିସ୍ପେକ୍ଟର ଜାଞ୍ଜସେନୀ ପ୍ରଧାନ ପ୍ରମୁଖ ଆଠଗଡ଼ ଥାନା ଅର୍ନ୍ତଗତ ଧୁରୁକୁଡିଆ ଗ୍ରାମର ପ୍ରଭାକର ଦାସଙ୍କ ଫାର୍ମରେ ଚଢ଼ାଉ କରି ୮୨ ଘନଫୁଟ ଶାଗୁଆନ କାଠ ଓ ୭୨ ଘନଫୁଟ ଆମ୍ବ କାଠ ମୋଟରେ ୧୫୪ ଘନଫୁଟ କାଠ ଜବତ କରିଛନ୍ତି । ଜବତ କାଠର ମୂଲ୍ୟ ଆନୁମାନିକ ୨ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ହେବ ବୋଲି ଜଣାପଡ଼ିଛି । ଏହା ସହିତ କାଠ କଟା ହେବା ପାଇଁ ଏକ କରତୀ ଜବତ ମଧ୍ୟ ହୋଇଛି । ଜବତ କାଠକୁ ଆଠଗଡ଼ ବନାଞ୍ଚଳ ଅଧିକାରୀଙ୍କ ଜିମା ଦିଆଯାଇଛି । କୌଣସି ସୂତ୍ରରୁ ଖବରପାଇ ଭିଜିଲାନ୍ସ ତରଫରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ସ୍ଥାନୀୟ ପୁଲିସ୍ ଓ ବନ ବିଭାଗ ତରଫରୁ ବନପାଳ ପ୍ରଶାନ୍ତ ପରିଡ଼ା, ଭ୍ରାମ୍ୟମ୍ରାଣ ବନପାଳ ବଳରାମ ସ୍ୱାଇଁ, ପ୍ରଦୀପ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ସେଥିମଧ୍ୟରୁ ୮ଟି ପଟା ଥିଲା ବେଳେ ୩୭ଖଣ୍ଡ ଶାଗୁଆନ୍ କାଠ ଗଣ୍ଡି ଓ ୪ ଖଣ୍ଡ ଆମ୍ବ କାଠ ଗଣ୍ଡି ବୋଲି ଜଣାପଡ଼ିଛି । କାଠ ଜବତ ହୋଇଥିବା ଅଭିଯୁକ୍ତ ପ୍ରଭାକର ଦାସ ଫେରାର ହୋଇଯାଇଛି । େଆଠଗଡ଼ ବନାଞ୍ଚଳ ଅଧିକାରୀ ଗୌର ଗୋପାଳ ସୀଙ୍କ ସୂଚନା ଅନୁଯାୟୀ ଅଭିଯୁକ୍ତ ପ୍ରଭାକର ଜଣେ ପେସାଦାର ଚୋରାକାଠ ବେପାରୀ । ଏହା ପୂର୍ବରୁ ବନ ବିଭାଗ ଦ୍ୱାରା ପ୍ରଭାକରର ୪ଟି ଗାଡ଼ି ଜବତ ହେବା ସହିତ ଅନେକ କେସ୍ ଆଠଗଡ଼ ବନାଞ୍ଚଳରେ ରହିଛି ।