18-3-2016=2

ଟିକସ ମୁକ୍ତ, ରାଜସ୍ୱ ବଳକା ବଜେଟ୍

44

ଭୁବନେଶ୍ୱର, ୧୮ା୩(ବୁ୍ୟରୋ): ୨୦୧୬-୧୭ ଆର୍ଥôକ ବର୍ଷ ଲାଗି ସରକାର ଟିକସ ମୁକ୍ତ, ରାଜସ୍ୱ ବଳକା ୯୪,୦୫୨ କୋଟି ୬୫ ଲକ୍ଷ ଟଙ୍କାର ବଜେଟ୍ ଆଗତ କରିଛନ୍ତି । ବଜେଟ୍ରେ ୩,୬୮୩ କୋଟି ୩୩ ଲକ୍ଷ ଟଙ୍କା ରାଜସ୍ୱ ବଳକା ଦର୍ଶାଯାଇଥିବାବେଳେ ବର୍ଷ ଶେଷକୁ ବିତ୍ତୀୟ ନିଅଣ୍ଟ ୧୬,୯୪୯ କୋଟି ଟଙ୍କାରେ ପହଞ୍ଚôବ ବୋଲି ଆକଳନ କରାଯାଇଛି । ସରକାର ଏବର୍ଷ ୧୪,୬୯୯ କୋଟି ୩୭ ଲକ୍ଷ ଟଙ୍କା ଋଣ କରିବେ ବୋଲି ଦର୍ଶାଇଛନ୍ତି । ବଜେଟ୍ରେ ଅଣ ଯୋଜନା ବାବଦରେ ୪୮୦୯୬ କୋଟି ୪୯ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ ରାଜ୍ୟ ଯୋଜନା ବାବଦରେ ୪୫,୬୦୦ କୋଟି, କେନ୍ଦ୍ର ଯୋଜନା ବାବଦରେ ରାଜ୍ୟର ଅଂଶ ୩୧୧ କୋଟି ୩୩ ଲକ୍ଷ, କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ବାବଦରେ ୪୪ କୋଟି ୮୩ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଛନ୍ତି । ଚଳିତ ବର୍ଷ ବଜେଟ୍ ଅଟକଳ ଅନୁଯାୟୀ ୧୧.୩୨% ବୃଦ୍ଧି ହୋଇଛି । ବଜେଟ୍ରେ ଚାଲୁ ରହୁଥିବା ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ଗୁରୁତ୍ୱ ଦିଆଯାଇଥିବାବେଳେ କୃଷି ଓ ଆନୁସଙ୍ଗିକ କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି । ତେବେ ଋଣ ଅର୍ଥରେ ପୁଞ୍ଜି ବିନିଯୋଗକୁ ଗୁରୁତ୍ୱ ଦିଆଯାଇ ଭିତ୍ତିଭୂମିର ବିକାଶ କରାଯିବ ବୋଲି ସୂଚନା ଦିଆଯାଇଛି । ସରକାର ଚଳିତ ବର୍ଷ ନିଜସ୍ୱ ଟିକସରୁ ୪୯୭୬୭ କୋଟି ୫୬ ଲକ୍ଷ ଟଙ୍କା ପାଇବେ ବୋଲି ଲକ୍ଷ୍ୟ ରଖିଛନ୍ତି । ଯେଉଁଥିରେ କେନ୍ଦ୍ର ଟିକସରୁ ରାଜ୍ୟର ଅଂଶ ୨୬୫୬୭ କୋଟି ୫୬ କୋଟି । ସେହିଭଳି ଅଣଟିକସ ରାଜସ୍ୱରୁ ୨୮୩୫୯ କୋଟି ୧୫ ଲକ୍ଷ ଟଙ୍କା ପାଇବାକୁ ଲକ୍ଷ୍ୟ ରଖିଥିବାବେଳେ ଯେଉଁଥିରେ ୧୮୫୩୬ କୋଟି ୨୨ ଲକ୍ଷ ଟଙ୍କା କେନ୍ଦ୍ରୀୟ ଅନୁଦାନ ରହିଛି । ସରକାର ଋଣ ସୂତ୍ରରୁ ବକେୟା ଆଦାୟ ଓ ଅନ୍ୟାନ୍ୟ କ୍ଷେତ୍ରରୁ ୯୨,୯୮୧ କୋଟି ୮୩ ଲକ୍ଷ ଟଙ୍କା ରାଜସ୍ୱ ସଂଗ୍ରହ କରିବେ ବୋଲି ଆକଳନ କରିଛନ୍ତି ।  ଆଜି ବିଧାନସଭାରେ ୨୦୧୬-୧୭ ଆର୍ଥôକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ କହିଲେ ଯେ ପୂର୍ବରୁ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବା ପୂର୍ବରୁ ରାଜ୍ୟ ବଜେଟ୍ ଉପସ୍ଥାପନ ହେଉଥିଲା । ଚଳିତ ବର୍ଷ ପ୍ରଥମ ଥର ଲାଗି କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବା ପରେ ରାଜ୍ୟ ବଜେଟ୍ ଉପସ୍ଥାପନ କରାଯାଇଛି । ତେବେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା ଅଂଶଧନ କମାଇବା ଓ ଯୋଜନା ବନ୍ଦ କରୁଥିବାରୁ ପ୍ରକୃତ ଆକଳନ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ଗତବର୍ଷ କରାଯାଇଥିବା ବ୍ୟୟବରାଦରେ ୨୦.୮୯% ବୃଦ୍ଧି କରାଯାଇଛି । ରାଜ୍ୟର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ସେବା, ସମାଜର ଅବହେଳିତ ଗୋଷ୍ଠୀର ଉନ୍ନତି ଓ ସମସ୍ତଙ୍କ ପାଇଁ ଶିକ୍ଷା ଏହି ବଜେଟ୍ର ଏକ ମୁଖ୍ୟ ଦିଗ । ବିଦୁ୍ୟତ୍ ଉତ୍ପାଦନ କ୍ଷମତା ବୃଦ୍ଧି ଦ୍ୱାରା ଶକ୍ତି ନିରାପତ୍ତା ସୃଷ୍ଟି ସମସ୍ତଙ୍କୁ ବିଦୁ୍ୟତ୍ ଯୋଗାଣ ଓ ବ୍ୟବସ୍ଥାରେ ଗୁଣାତ୍ମକ ଉନ୍ନତି ପାଇଁ ଗୁରୁତ୍ୱ ଦିଆଯାଇଛି । ଅର୍ଥ କମିଶନଙ୍କ ସୁପାରିସକ୍ରମେ ଆର୍ଥôକ ନିଅଣ୍ଟ ସୀମାକୁ ସାମଗ୍ରୀକ ଘରୋଇ ଉତ୍ପାଦ (ଜିଏସ୍ଡିପି)ର ୩.୫% ବୃଦ୍ଧି କରାଯାଇଛି । ତେଣୁ ବିତ୍ତୀୟ ଉତ୍ତର ଦାୟୀ ଓ ବଜେଟ୍ ପରିଚାଳନା ଆଇନର ସଂଶୋଧନ କରାଯାଇଛି । ୨୦୧୬-୧୭ ଆର୍ଥôକ ବର୍ଷରେ ଦରମା ପାଇଁ ୧୮,୮୦୦ କୋଟି ଟଙ୍କା, ପେନ୍ସନ୍ ପାଇଁ ୯,୫୦୦ କୋଟି ଟଙ୍କା, ସୁଧ ଦେୟ ପାଇଁ ୪,୬୫୦ କୋଟି ଟଙ୍କା, ପୁଞ୍ଜି ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୪,୯୭୭ କୋଟି ୩୫ ଲକ୍ଷ ଟଙ୍କା ରଖାଯାଇଛି । ୨୦୧୬-୧୭ ଆର୍ଥôକ ବର୍ଷରେ ପୁଞ୍ଜି ବ୍ୟୟକୁ ୧୬,୭୪୯ କୋଟି ୭୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବାକୁ ପ୍ରସ୍ତାବ ରହିଛି । ଯାହା ସାମଗ୍ରୀକ ଘରୋଇ ଉତ୍ପାଦର ୪.୩୭% । ଏତଦ୍ବ୍ୟତୀତ ଋଣ ଓ ଅଗ୍ରୀମ ଦେୟ, ପୁଞ୍ଜି ସମ୍ପତ୍ତି ନିର୍ମାଣ ପାଇଁ ଅନୁଦାନ, ପୁଞ୍ଜି ସମ୍ପତ୍ତି ସୃଷ୍ଟି ପାଇଁ ଅନ୍ୟ ଖର୍ଚ୍ଚକୁ ଏକାଠି ମିଶାଇ ବ୍ୟୟବରାଦ ପରିମାଣ ୧୧,୭୬୬ କୋଟି ୨୦ ଲକ୍ଷ ଟଙ୍କା ହେବ । ଯାହା ଜିଏସ୍ଡିପିର ୩.୦୭% । ଦୁର୍ଗମ ଅଞ୍ଚଳରେ ଡାକ୍ତର ଅଭାବଜନିତ ସମସ୍ୟାକୁ ଦୂର କରିବା ପାଇଁ ୧୧ଟି ପଛୁଆ ଜିଲ୍ଲାରେ ପ୍ରତ୍ୟକ ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ୧ କୋଟି ଟଙ୍କାର ପାଣ୍ଠି ବ୍ୟବସ୍ଥା କରାଯାଇଛି । ସେହିଭଳି ବଲାଙ୍ଗୀର, କୋରାପୁଟ, ମୟୂରଭଞ୍ଜ, ବାଲେଶ୍ୱର ଓ ପୁରୀ ଜିଲ୍ଲାରେ ୫ଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ୬୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱାସ୍ଥ୍ୟ ସେବା ଅନୁଷ୍ଠାନର ଭିତ୍ତିଭୂମି ଲାଗି ୭୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଆଗାମୀ ଆର୍ଥôକ ବର୍ଷରେ ରାଜ୍ୟର ୩ଟି ମେଡିକାଲ କଲେଜ, କ୍ୟାପିଟାଲ୍ ହସ୍ପିଟାଲ, ରାଉରକେଲା ଜେନେରାଲ୍ ହସ୍ପିଟାଲ ଓ ଅନ୍ୟାନ୍ୟ ୪ଟି ଜିଲ୍ଲା ମୁଖ୍ୟ ଦପ୍ତର ହସ୍ପିଟାଲରେ ନିଶାମୁକ୍ତ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅର୍ଥ ବ୍ୟବସ୍ଥା କରାଯାଇଛି । ଶିଶୁ, ମାତୃ ମୃତୁ୍ୟହାର ରୋକିବା ପାଇଁ ଏକ ନୂତନ କାର୍ଯ୍ୟକ୍ରମ ଚାଲୁ କରାଯାଇଛି । ଶିକ୍ଷା କ୍ଷେତ୍ରରେ ପୁଞ୍ଜି ନିବେଶକୁ ଗୁରୁତ୍ୱ ଦିଆଯାଇଛି । ସରକାର ନିଜସ୍ୱ ଯୋଜନାରେ ଓଡିଶା ଆଦର୍ଶ ବିଦ୍ୟାଳୟ ନାମରେ ଏକ ନୂତନ ଯୋଜନା ପ୍ରଣୟନ କରି ଏଥିନିମନ୍ତେ ଅର୍ଥବରାଦ କରିଛନ୍ତି । ଅନୁସୂଚିତ ଜନଜାତି ଓ ଜାତି, ସଂଖ୍ୟାଲଘୁମାନଙ୍କ କଲ୍ୟାଣ ନିମନ୍ତେ ବଜେଟ୍ରେ ଗତବର୍ଷ ତୁଳନାରେ ୧୯.୫୯% ଅଧିକ ଅର୍ଥ ବରାଦ କରାଯାଇଛି । ନୂଆକରି ଗଠନ ହୋଇଥିବା ସାମାଜିକ ନିରାପତ୍ତା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ମହିଳା, ଶିଶୁ ବିକାଶ ବିଭାଗ ପାଇଁ ୪୬୯୩ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଲିଙ୍ଗଗତ ବୈଷମ୍ୟ ଦୂର କରିବା ପାଇଁ ଢେଙ୍କାନାଳ, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରେ ବିଜୁ କନ୍ୟାରନô ଯୋଜନା ଆରମ୍ଭ କରାଯିବ । ଏଥିପାଇଁ ୨ କୋଟି ଟଙ୍କା ଆଗାମୀ ଆର୍ଥôକ ବର୍ଷୟରେ ବ୍ୟୟବରାଦ ହୋଇଛି । କିନ୍ନରମାନଙ୍କ ପାଇଁ ୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ପଞ୍ଚାୟତିରାଜ ସଂସ୍ଥାକୁ ଅଧିକ ସଶକ୍ତ କରିବା ପାଇଁ ଗତବର୍ଷ ତୁଳନାରେ ଚଳିତ ବର୍ଷ ୧୯.୮୬% ବ୍ୟୟ ବୃଦ୍ଧି କରାଯାଇ ୮୪୫୮ କୋଟି ୯୫ ଲକ୍ଷ ଟଙ୍କା ବରାଦ କରାଯାଇଛି ।
୨୦୧୬-୧୭ ଆର୍ଥôକ ବର୍ଷରେ ବିଜୁ ପକ୍କାଘର ଯୋଜନାରେ ୯୩ ହଜାର ଘର ନିର୍ମାଣ ପାଇଁ ୭୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଗୋପନ୍ଧୁ ଗ୍ରାମୀଣ ଯୋଜନା ସବୁ ଜିଲ୍ଲାକୁ ସମ୍ପ୍ରସାରଣ କରାଯାଇ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଭିତ୍ତିଭୂମି କ୍ଷେତ୍ର ଲାଗି ଆଗାମୀ ଆର୍ଥôକ ବର୍ଷରେ ୧୭୧୭୨ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟ କରାଯିବାର ପ୍ରସ୍ତାବ ରହିଛି । ବିଜୁ ଏକ୍ସପ୍ରେସ୍ ୱେ ପାଇଁ ୧୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ଲାଗି ଗ୍ରାମ୍ୟ ଭିତ୍ତିଭୂମି ଉନ୍ନୟନ ପାଣ୍ଠି (ଆର୍ଆଇଡିଏଫ୍)ରୁ ଅର୍ଥ ଅଣାଯିବ ବୋଲି ପ୍ରସ୍ତାବ ରହିଛି । ପୁରୀରେ ଏକ ଜଗନ୍ନାଥ ଏନ୍କ୍ଲେଭ୍ ନିର୍ମାଣ ପାଇଁ ୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ସେଠାରେ ହବିଷ୍ୟାଳିମାନଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ ପାଇଁ ୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ୱଚ୍ଛ ଭାରତ ମିଶନ ପାଇଁ ୭୪୦ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସ୍ମାର୍ଟ ସିଟି ମିଶନ ପାଇଁ ୨୦୧୬-୧୭ ଆର୍ଥôକ ବର୍ଷରେ ୩୩୩ କୋଟି ୩୩ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ରାଉରକେଲା, ସମ୍ବଲପୁରରେ ନୂତନ ସ୍ୱରେଜ ପ୍ରକଳ୍ପ ପାଇଁ ବ୍ୟବସ୍ଥା କରାଯାଇଛି । ବଜେଟ୍ରେ ସ୍ୱରେଜ ବ୍ୟବସ୍ଥା ପାଇଁ ୧୭୫ କୋଟି ୧ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି । ସେହିଭଳି ଶକ୍ତି କ୍ଷେତ୍ର ଲାଗି ୨୮୦୦ କୋଟି ୯୨ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବ । ୫୫୦ଟି ୩୩/୧୧ କେଭି ସବ୍ଷ୍ଟେସନ୍ ନିର୍ମାଣ ପାଇଁ ୬୦୦ କୋଟି, ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନା ପାଇଁ ୨୫୫ କୋଟି, ରାଜଧାନୀ ବିଦୁ୍ୟତ୍ ବ୍ୟବସ୍ଥାର ଉନ୍ନତି ଲାଗି ୧୬୦ କୋଟି ବ୍ୟୟବରାଦ କରାଯାଇଛି । ଶିଳ୍ପ ପ୍ରୋତ୍ସାହନ ପାଇଁ ଗତବର୍ଷ ଇପିକଲ୍କୁ ୪ କୋଟି ଟଙ୍କା ଦିଆଯାଇଥିବାବେଳେ ଏହାକୁ ୧୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି । ଆଭ୍ୟନ୍ତରିଣ ନିରାପତ୍ତା ଓ ନ୍ୟାୟ ପରିଚାଳନା ପାଇଁ ୩୯୬୫ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ସେଥିମଧ୍ୟରେ ଅଦାଲତ ଗୃହ ନିର୍ମାଣ ପାଇଁ ୧୦୦ କୋଟି, ପୁଲିସ୍ ଥାନା ଗୃହ, ପୁଲିସ୍ଙ୍କ ଆବାସିକ ଗୃହ ଓ ସରାଞ୍ଜମ କ୍ରୟ ପାଇଁ ୧୦୦ କୋଟି ଟଙ୍କା ବରାଦ କରାଯାଇଛି । ଓଡିଶା ବିପର୍ଯ୍ୟୟ ପ୍ରଶମନ ପ୍ରକଳ୍ପ ପାଇଁ ରାଜ୍ୟ ଯୋଜନାରେ ୩୫୨ କୋଟି ଟଙ୍କା ବରାଦ କରାଯାଇଥିବାବେଳେ ଓଡିଶା ଜାତୀୟ ଖାଦ୍ୟ ମିଶନ ଗଠନ ପାଇଁ ୧ କୋଟି ୭୫ ଲକ୍ଷ ଟଙ୍କାର ବ୍ୟୟବରାଦ କରାଯାଇଛି । ଉତ୍ତମ ଆର୍ଥôକ ପରିଚାଳନା ପାଇଁ ଅନେକ ସଂସ୍କାର କରାଯାଇଛି । ସରକାରୀ ଦେୟଗୁଡିକ ଖୁବ୍ଶୀଘ୍ର ଇ-କୁବେର ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇ ହିତାଧିକାରୀମାନଙ୍କୁ ସିଧାସଳଖ ତ୍ୱରିତ୍, ସୁରକ୍ଷିତ ଓ ସ୍ୱୟଂଚାଳିତ ଉପାୟରେ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।




Powered by odothemes.com