୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ

pmg-re-108-ambulance-karmachari-nkn-dhrmaghata-2-ya-dinare-(2)

ଭୁବନେଶ୍ୱର,୧୮ା୩(ବୁ୍ୟରୋ): ୭ଦଫା ଦାବିରେ ବୁଧବାର ଠାରୁ କଳାବ୍ୟାଜ୍ ପିନ୍ଧିଥିବା ୧୦୮ଆମ୍ବୁଲାନ୍ସ କର୍ମଚାରୀମାନେ ଆଜିଠାରୁ କାର୍ଯ୍ୟବନ୍ଦ ଆନେ୍ଦାଳନ କରିଛନ୍ତି । ଏହା ପୂର୍ବରୁ ଗତକାଲି ସେମାନେ ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଧାରଣା ଦେଇଥିଲେ । ବାଷିକ ୧୫ ପ୍ରତିଶତ ଇନ୍କ୍ରିମେଣ୍ଟ୍ ବ୍ୟବସ୍ଥା ପ୍ରଚଳନ, କର୍ମଚାରୀଙ୍କ ପାଇଁ ବିଶ୍ରାମଗୃହ, ୩୦ କିଲୋମିଟରରୁ ଅଧିକ ଦୂରକୁ ଯାତ୍ରାବେଳେ ଖାଦ୍ୟ ବ୍ୟବସ୍ଥା, ୧୨ ଘଣ୍ଟା ବଦଳରେ ୮ଘଣ୍ଟା କାମ, ଭଦ୍ରକ ଜିଲ୍ଲାରେ କ୍ଲଷ୍ଟର ରିଡରଙ୍କ ଅସଦ୍ ବ୍ୟବହାର ଓ କର୍ମଚାରୀଙ୍କୁ ହତ୍ୟା ଧମକ ବିରୋଧରେ କାର୍ଯ୍ୟାନୁଷ୍ଠାନ, ବେଆଇନ୍ ଛଟେଇ ଓ ବହିଷ୍କାର କରାଯାଇଥିôବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଜିକୁ୍ୟଟିକା କଂପାନୀ ଯାହା ଅଧୀନରେ ସେମାନେ କାର୍ଯ୍ୟ କରୁଛନ୍ତି ତୁରନ୍ତ ସରକାର ଏହି କଂପାନୀକୁ ହଟାଇ ଏନ୍ଆରଏଚ୍ଏମ୍ ଅଧୀନରେ ନିଯୁକ୍ତି ଦିଆଯିବା ଆଦି ଦାବି ନେଇ ବିଭିନ୍ନ ପ୍ରକାରେ ଆନେ୍ଦାଳନ ଚଳାଇ ଆସିଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ପୂର୍ବ ଚେତାବନୀ ମୁତାବକ କାର୍ଯ୍ୟବନ୍ଦ ଆନେ୍ଦାଳନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବାର ପ୍ରଶ୍ନ ଉଠୁନି ବୋଲି ସଂଘ ତରଫରୁ କୁହାଯାଇଛି । ଅନ୍ୟପକ୍ଷରେ ୧୦୮ଆମ୍ବୁଲାନ୍ସ କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନକୁ ଓହ୍ଲାଇଲେ ଉପୁଜିବାକୁ ଥିବା ପରିସ୍ଥିତିର ମୁକାବିଲା ପାଇଁ ସରକାର ବୁଧବାର ଏକ ବୈଠକ ଡାକିଥିଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ମୁଖ୍ୟ ଶାସନ ସଚିବ ଭିଡିଓକନଫରେନ୍ସ ଯୋଗେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କ ସହିତ ଆଲୋଚନା କରିଥିଲେ । ଆବଶ୍ୟକ ପଡ଼ିଲେ ଏସ୍ମା ଲାଗୁ କରାଯିବ ବୋଲି ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ ।