BARAMUNDA-PADIA-RE-KRUSI-MAHOSTAV-RA-UDJAPANI-USTAV-(2)

ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଉଦ୍ୟାପିତ

44

ଭୁବନେଶ୍ୱର, ୧୪ ।୩ (ଆପ୍ର): ଗତ ତିନିଦିନଧରି ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ କୃଷି ମହୋତ୍ସବର ଉଦ୍ୟାପନୀ ଦିବସରେ ମୁଖ୍ୟଅତିଥି ଭାବେ ସମବାୟ ଓ ଅବକାରୀ ମନ୍ତ୍ରୀ ଡା. ଦାମୋଦର ରାଉତ ଯୋଗ ଦେଇଥିଲେ । ଏହି ମହୋତ୍ସବରେ ରାଜ୍ୟର ପ୍ରତ୍ୟେକ ବ୍ଲକ ତଥା ଜିଲ୍ଲାରୁ ଅନୂ୍ୟନ ୫ ହଜାର କୃଷକ ପ୍ରତିନିଧି ସକି୍ରୟ ଅଂଶଗ୍ରହଣ କରି ପ୍ରଦର୍ଶନୀ ଷ୍ଟଲ୍ରେ ପ୍ରଦର୍ଶିତ ସରକାରଙ୍କ ପ୍ରଚଳିତ ଯୋଜନାଗୁଡ଼ିକ ସମ୍ବନ୍ଧରେ ବିଶେଷଭାବେ ଅବଗତ ହୋଇଥିଲେ । ବିଶେଷକରି କୃଷି ଓ ଆନୁଷଙ୍ଗିକ ବିଭାଗ ଦ୍ୱାରା ସଂପୃକ୍ତ ଭାଗୀଦାରୀ ସଂସ୍ଥାମାନଙ୍କ ଦ୍ୱାରା ପ୍ରଦର୍ଶିତ ଷ୍ଟଲ୍ ଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା କୃଷି କ୍ୟାବିନେଟ୍ ଗଠନ ପ୍ରକି୍ରୟା ଓ କାର୍ଯ୍ୟକାରିତାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଭୂମିକା ସମ୍ବନ୍ଧରେ ମୁଖ୍ୟଅତିଥି ମନ୍ତ୍ରୀ ଡା. ରାଉତ ତାଙ୍କ ବକ୍ତବ୍ୟରେ ମତବ୍ୟକ୍ତ କରିଥିଲେ । ପାରମ୍ପରିକ କୃଷି ଯଥା ଜୈବିକ କୃଷିର ଆଜିର ଆଧୁନିକ କୃଷିକ୍ଷେତ୍ରରେ ଏକ ପ୍ରମୁଖ ଭୂମିକା ରହିଛି । ଜୟବାୟୁ ପରିବର୍ତ୍ତନ ଦ୍ୱାରା ସାରା ବିଶ୍ୱର ତାପମାତ୍ରା ବଢ଼ିବାରେ ଲାଗିଛି । ଏହାଦ୍ୱାରା କୃଷି କ୍ଷେତ୍ରରେ ପ୍ରଭୂତ ପ୍ରଭାବ ଉପଲବ୍ଧ ହେଉଛି । ତାହାର ମୁକାବିଲା ପାଇଁ କୃଷି ବୈଜ୍ଞାନିକମାନେ ଗବେଷଣା ମାଧ୍ୟମରେ ନୂତନ କିସମର ବିହନ ଯାହାକି ଜଳବାୟୁ ଉପଯୋଗୀ ନୂତନ ଜ୍ଞାନକୌଶଳ ଯୋଗେ ଉଦ୍ଭାବନ କରିଛନ୍ତି ତାହାର ସଦୁପଯୋଗ କରିବା ପାଇଁ ଡା. ରାଉତ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । କୃଷି ଓ କୃଷକର ବିକାଶ ଧାରାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର କୃଷି ବିଭାଗକୁ ନୂତନ ଭାବେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନାମରେ ନାମିତ କରିଛନ୍ତି । ସୂଚନା ଓ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ କରି ଚାଷୀ ସମ୍ବନ୍ଧୀୟ ଆଧୁନିକ ଜ୍ଞାନକୌଶଳ ସହିତ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପ୍ରୋତ୍ସାହନମାନ କୃଷକମାନଙ୍କୁ ସୀମିତ ସମୟ ମଧ୍ୟରେ ଉପଲବ୍ଧ ହୋଇପାରୁ ଥିବାରୁ ବିଭାଗକୁ ପ୍ରଶଂସା କରିଥିଲେ । ଏହାର ଫଳସ୍ୱରୂପ ରାଜ୍ୟ ୫ ବର୍ଷ ମଧ୍ୟରେ ଚତୁର୍ଥଥର ପାଇଁ ମୋଟ୍ ଖାଦ୍ୟଶସ୍ୟ ଉତ୍ପାଦନରେ ଜାତୀୟ ସ୍ତରରେ କୃଷି କର୍ମଣ ପୁରସ୍କାର ପାଇଁ ମନୋନୀତ ହୋଇଛି । ଏହି ଅବସରରେ ମୁଖ୍ୟଅତିଥି ଡା. ରାଉତ କୃତୀ କୃଷକମାନଙ୍କୁ ପୁରସ୍କୃତ କରିଥିଲେ ।
ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ବିରୋଧୀ ଦଳର ନେତା ବିଧାୟକ ନରସିଂହ ମିଶ୍ର ଯୋଗଦାନ କରିଥିଲେ । ରାଜ୍ୟକୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଆହୁରି ଆଗକୁ ଯିବାକୁହେଲେ କୃଷକଙ୍କୁ ଉତ୍ପାଦନର ଉଚିତ ମୂଲ୍ୟ ପ୍ରାପ୍ତି ଓ ନୂତନ ବଜାର ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିବାକୁ ହେବ ବୋଲି ମତ ପ୍ରକାଶ କରିଥିଲେ । ଆହୁରି ମଧ୍ୟ ଉତ୍ପାଦକତା ବଢ଼ାଇବା ପାଇଁ ନୂତନ ଜ୍ଞାନକୌଶଳର ସଠିକ୍ ବିନିଯୋଗ କରାଯିବା ପାଇଁ ଉପସ୍ଥିତ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ନୂଆପଡ଼ା ବିଧାୟକ ବସନ୍ତ କୁମାର ପଣ୍ଡା ତାଙ୍କ ଅଭିଭାଷଣରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଜାତୀୟ ଖାଦ୍ୟ ନିରାପତ୍ତା ମିଶନ, ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ଓ ସମନ୍ୱିତ ଉଦ୍ୟାନ କୃଷି ଉନ୍ନୟନ ଯୋଜନାରେ ଉପଲବ୍ଧ ବିଭିନ୍ନ ଉପକାରିତା ଉପରେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉପେନ୍ଦ୍ରନାଥ ବେହେରା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢ଼ୀ ଓ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଡଃ ମନୋରଞ୍ଜନ କର ଯୋଗଦାନ କରି କୃଷକମାନଙ୍କୁ ଏହିପରି ଭାବରେ କୃଷି କ୍ଷେତ୍ରରେ ସକି୍ରୟ ଭୂମିକା ଗ୍ରହଣ କରି ରାଜ୍ୟକୁ କୃଷିକ୍ଷେତ୍ରରେ ସମୃଦ୍ଧ ଓ ଶକ୍ତିଶାଳୀକରି ଗଢ଼ିତୋଳିବା ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ପୌରୋହିତ୍ୟ କରି ନିଜର କୃଷିର ଅଭିଜ୍ଞତାକୁ ନିଖୁଣ ଭାବରେ ଉପସ୍ଥାପନ କରିଥିଲେ । ଏହି ସଭାରେ ପ୍ରାଣୀ ପାଳକ ଓ ପ୍ରାଣୀ ଚିକିତ୍ସା ନିଦେ୍ର୍ଦଶକ ପ୍ରତାପ ଚନ୍ଦ୍ର ଦାଶ ସ୍ୱାଗତ ଭାଷଣ ଦେଇଥିଲେ । ଇମେଜ୍ ନିଦେ୍ର୍ଦଶକ ନିର୍ମଳାନନ୍ଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com