ବିରୋଧୀ ବିଭାଜିତ, ଶାସକ ଦଳ ହାତରେ ପୁଣି କେନ୍ଦ୍ର ଅବହେଳା ଅସ୍ତ୍ର

assembly

ଭୁବନେଶ୍ୱର, ୧୩ ।୩(ବୁ୍ୟରୋ): ଦିନକ ପରେ ମଙ୍ଗଳବାରରୁ ଆରମ୍ଭ ହେବ ବିଧାନସଭାର ୩୨ ଦିନିଆ ବଜେଟ୍ ଅଧିବେଶନ । ସରକାରକୁ ଘେରିବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ନିକଟରେ ଅନେକ ପ୍ରସଙ୍ଗ ଥିଲେ ସୁଦ୍ଧା ଉଭୟ ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଯୋଗୁ ଏହା ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ ହେବା ନେଇ ସନେ୍ଦହ ପ୍ରକାଶ ପାଇଛି । ଅପରପକ୍ଷରେ ମତଭେଦ ଥିଲେ ସୁଦ୍ଧା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡ଼ି ବିଧାୟକମାନେ ଏକଜୁଟ୍ ଓ ବିରୋଧୀଙ୍କ ପ୍ରସଙ୍ଗର ମୁହଁତୋଡ ଜବାବ ଦେବା ପାଇଁ ସେମାନେ ପ୍ରସ୍ତୁତ । ଶାସକ ବିଜେଡ଼ି ହାତରେ ପୁଣି କେନ୍ଦ୍ର ଅବହେଳାର ଅମୋଘ ଅସ୍ତ୍ର ଲାଗିଛି । ଯାହା ଏଥର ଅଧିବେଶନରେ ବିଜେଡ଼ିର ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଜଣାପଡ଼ିଛି । ଆସନ୍ତାକାଲି ବିରୋଧୀ କଂଗ୍ରେସ ଓ ଶାସକ ବିଜେଡ଼ିର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇ ରଣନୀତି ନିର୍ଦ୍ଧାରଣ କରାଯିବ । ତେବେ ସୂଚନା ଅନୁଯାୟୀ, ଶାସକ ବିଜେଡ଼ି ପୁଣି କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇବ । ବିଜୁ ପଟ୍ଟନାୟକଙ୍କକ ଜନ୍ମ ଶତବାର୍ଷିକୀ ପାଳନ ପାଇଁ କେନ୍ଦ୍ର ସରକାର ଟଙ୍କାଟିଏ ପ୍ରଦାନ କରି ନାହାଁନ୍ତି । ଅପର ପକ୍ଷରେ ପଣ୍ଡିତ ଦୀନଦୟାଲ ଉପାଧ୍ୟୟ ଓ ଗୁରୁ ଗୋବିନ୍ଦ ସିଂଙ୍କ ଜନ୍ମଶତବାର୍ଷିକୀ ପାଳନ ପାଇଁ ବଜେଟ୍ରେ ଅର୍ଥ ବରାଦ କରାଯାଇଛି । ତେବେ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତାବର୍ଷିକୀ ପାଳନ ପାଇଁ କେନ୍ଦ୍ର ସରକାର ଅର୍ଥ ବରାଦ କରିବା ଲାଗି ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲେ ସୁଦ୍ଧା ତାହାକୁ ଅଣଦେଖା କରାଯାଇଛି । କେନ୍ଦ୍ର ସରକାର ଆସନ୍ତା ଆର୍ଥିକବର୍ଷ ଲାଗି ଯେଉଁ ବଜେଟ୍ ଆଗତ କରିଛନ୍ତି ସେଥିରେ ଓଡ଼ିଶାକୁ ପୁଣି କ୍ଷତିଗ୍ରସ୍ତ ହୋଇଛି । ଗତ ଆର୍ଥିକବର୍ଷରୁ ବନ୍ଦ ହୋଇଥିବା ୮ଟି ଯୋଜନାକୁ ପୁର୍ନବାର ଚାଲୁ କରିବା ପାଇଁ ରାଜ୍ୟ ପକ୍ଷରୁ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା ତାହାକୁ ଗ୍ରହଣ କÿରାଯାଇନି । ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଅନୁଯାୟୀ ରାଜ୍ୟ ୪୬୦୦ କୋଟି ଟଙ୍କା ୨୦୧୬-୧୭ରେ ହରାଇବ । ଏହାର ଭରଣା ପାଇଁ ମଧ୍ୟ ବଜେଟ୍ରେ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏହାଛଡ଼ା ଦରଦାମ ନିୟନ୍ତ୍ରଣରେ କେନ୍ଦ୍ରର ବିଫଳତା, ପୋଲାଭରମ ପ୍ରକଳ୍ପରେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା, ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବା ଆଦି ବିଷୟକୁ ବିଜେଡ଼ି ପ୍ରସଙ୍ଗ କରିବ । ସେହିଭଳି କଂଗ୍ରେସ ମଧ୍ୟ ଧଳସମାନ୍ତ ଭା୍ରତାଙ୍କ ସହ ବିଜେଡ଼ି ନେତାଙ୍କ ସଂପର୍କ, ପୂର୍ବତନ ବିଧାୟକ ରମେଶ ଜେନାଙ୍କୁ ଆକ୍ରୋଶ ମୂଳକ ଭାବେ ଗିରଫ କରିବା, ରାସନ୍ କାର୍ଡ଼ ସମସ୍ୟା, ପାନୀୟ ଜଳ ଓ ଆଇନ୍ ଶୃଙ୍ଖଳାକୁ ଦଳ ପକ୍ଷରୁ ପ୍ରସଙ୍ଗ କରାଯିବ । ସେହିଭଳି ବିଜେପି ମଧ୍ୟ ଚାଷୀଙ୍କ ସମସ୍ୟା ସହ ଆଳୁ ସଙ୍କଟ ଓ ରାସନ୍ କାର୍ଡ଼ ପ୍ରଦାନରେ ଅନିୟମିତାତାକୁ ପ୍ରସଙ୍ଗ କରିବ ।
ତେବେ କଂଗ୍ରେସ ଓ ବିଜେପି ବିଧାୟକ ଦଳ ଏବେ ବହୁଧା ଭାବେ ବିଭାଜିତ । କେଉଁ ପ୍ରସଙ୍ଗ ପ୍ରଥମେ ଆସିବ ଓ କେଉଁ ପ୍ରସଙ୍ଗ ପରେ ଆସିବ ସେ ସଂପର୍କରେ ଦଳ ମଧ୍ୟରେ ଦ୍ୱନ୍ଦ ରହିଛି । ଅଧିକାଂଶ ପ୍ରସଙ୍ଗରେ ଦଳରେ ସହମତି ନାହିଁ । ପୂର୍ବତନ ବିଧାୟକ ରୋମଶ ଜେନାଙ୍କ ଗିରଫଦାରୀ ପ୍ରସଙ୍ଗରେ ମଧ୍ୟ ଦଳରେ ଦ୍ୱିମତ ରହିଛି । ସେହିଭଳି ବିଜେପି ବିଧାୟକ ଦଳ ମଧ୍ୟରେ ବି ଅସନ୍ତୋଷ ବଢିଛି । ଆଜି ଅନୁଷ୍ଠିତ ବିଧାୟକଦଳର ବୈଠକରେ କନକ ବର୍ଦ୍ଧନ ସିଂହଦେଓ, ଦିଲିପ ରାୟ ଓ ଦୁର୍ଯେ୍ୟାଧନ ମାଝୀ ପ୍ରମୁୂଖ ଅନୁପସ୍ଥିତ ଥିଲେ । ବସନ୍ତ ପଣ୍ଡା ବିଜେପି ରାଜ୍ୟ ଶାଖା ସଭାପତି ହେଲା ପରେ ଦଳୀୟ ସମ୍ବିଧାନ ଅନୁଯାୟୀ ସେ ବିଧାୟକ ଦଳ ନେତା ପଦ ଛାଡ଼ିବା କଥା । ମାତ୍ର ବିଧାୟକ ଦଳର ନେତା କିଏ ହେବ ସହମତି ହୋଇ ନପାରିବାରୁ ତାହା ଚୟନ ହୋଇ ପାରି ନାହିଁ । ନିଜ ନିଜ ମଧ୍ୟରେ ଯୁଝୁ ଥିବା ବିରୋଧୀ ବିଧାୟକମାନେ ସରକାର ବିରୋଧରେ କିଭଳି ଏକଜୁଟ୍ ହେବେ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।