ବିଏମ୍ସି ପରିଦର୍ଶନରେ ଗୌହାଟୀ ମହାନଗର ନିଗମ ଦଳ

BMC

ଭୁବନେଶ୍ୱର ୧୦ା୩(ବୁ୍ୟରୋ): ସ୍ମାର୍ଟ ସିଟି ପ୍ରସଙ୍ଗ ନେଇ ଆଜି ଗୌହାଟୀ ମହାନଗର ନିଗମ (ଜିଏମ୍ସି)ର କମିଶନର ନାରାୟଣ କନୱାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ମେୟର ଅନନ୍ତ ନାରାୟଣ ଜେନା ଏବଂ କମିଶନର କିଷନ୍ କୁମାରଙ୍କ ସହ ଆଲୋଚନା କରିଛନ୍ତି । ଗୌହାଟୀ ସ୍ମାର୍ଟ ସିଟି ତାଲିକାର ୧୭ ନମ୍ବର ସ୍ଥାନରେ ଥିବା ବେଳେ ଭୁବନେଶ୍ୱର ଏକ ନମ୍ବର ସ୍ଥାନରେ ରହିଥିବାରୁ ସ୍ମାର୍ଟ ସିଟି ପ୍ରସ୍ତୁତି ଯୋଜନା କିପରି ହେବ ସେ ନେଇ ମେୟରଙ୍କ ସହ ପ୍ରତିନିଧି ଦଳ ଆଲୋଚନା କରିଛନ୍ତି । ଭୁବନେଶ୍ୱର ପରିଦର୍ଶନରେ ଆସିଥିବା ଗୌହାଟୀ କମିଶନରଙ୍କ ସମେତ ଅନ୍ୟ ତିନିଜଣ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସବୁଜିମା ବୁଲି ଦେଖିଛନ୍ତି । ସେମାନେ ଦୁଇଦିନିଆ ଗସ୍ତରେ ଆସି ଭୁବନେଶ୍ୱରର ପରିମଳ ବ୍ୟବସ୍ଥା, ଆଲୋକ ବ୍ୟବସ୍ଥା, ଗମନାଗମନ ବ୍ୟବସ୍ଥା ଇତ୍ୟାଦି ବୁଲି ଦେଖିବେ । ଆଲୋଚନାରେ ମେୟର ସ୍ୱାଗତ ଭାଷଣ ଦେଇ କହିଲେ, ଆମେ ବହୁ ପ୍ରଥାକୁ ଅବଲମ୍ବନ କରିଛୁ । ଦୁଇଜଣଙ୍କ ବୁଦ୍ଧି ଆଦାନ ପ୍ରଦାନ ହେଲେ ତାହା ଏକ ଭଲ ଫଳରେ ପରିଣତ ହେବ । ସେ ଆହୁରି ମଧ୍ୟ କହିଲେ, ମୋଟର ସାଇକଲ୍ର ୯୮୫ ଏକରରେ ସ୍ମାର୍ଟ ରାସ୍ତାର ବ୍ୟବସ୍ଥା କରାଯିବ; ଯାହା ବାପୁଜୀ ନଗରରୁ ସହିଦ ନଗର ପର୍ଯ୍ୟନ୍ତ ଆଧୁନିକୀକରଣ କରାଯିବ । ଜିଏମ୍ସି ପକ୍ଷରୁ ପୂର୍ବରୁ ଏଲ୍ଇଡି ଲାଇଟ୍ ଓ ବସ୍ତି ଅଞ୍ଚଳର ଉନ୍ନତିକରଣ ସଫଳ ରୁପାୟନ ହୋଇପାରିଛି ବୋଲି ଶ୍ରୀ ଜେନା କହିଛନ୍ତି । ଏଥି ସହିତ ସହର ମଧ୍ୟରେ ମନ୍ଧୁତା ସ୍ଥାପନ ପାଇଁ ଭୁବନେଶ୍ୱର ଉନ୍ନୟନ କତ୍ତୃପକ୍ଷ ବର୍ନାଡ ଭାନ୍ ଲିଅର ଫାଉଣ୍ଡେସନ ସହିତ ଏକ ଚୁକ୍ତି ସ୍ୱାକ୍ଷର କରିଛି । ସୂଚନାଯୋଗ୍ୟ ସର୍ବଭାରତୀୟ ସ୍ତରରେ ୯୮ସହର ମଧ୍ୟରୁ ଭୁବନେଶ୍ୱର ସ୍ମାର୍ଟ ସିଟି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଗୌହାଟୀ ୧୭ତମ ସ୍ଥାନ ଅଧିକାର କରିଛି । ପ୍ରଥମ ପର୍ଯ୍ୟୟ ୨୦ଟି ସହର କାର୍ଯ୍ୟକାରୀ ହେବ ବୋଲି ସ୍ଥିର ହୋଇଥିବା ବେଳେ ଉତ୍ତର ପୁର୍ବାଞ୍ଚଳର ଗୌହାଟୀ ଏକ ମାତ୍ର ସିଟି ଭାବେ ଏହ ସ୍ଥାନ ପାଇଛି ।