ଭାରତୀୟ ପେସାଦାର ସାମ୍ବାଦିକ ମହାସଂଘର ମହାଧିବେଶନ

Journalists

ଭୁବନେଶ୍ୱର, ୧୦ ।୩ (ବୁ୍ୟରୋ): ଭାରତୀୟ ପେଷାଦାର ସାମ୍ବାଦିକ ମହାସଂଘ (ଆଇଏଫଡବ୍ଲୁ୍ୟଜେ)ର ୩୦ତମ ରାଷ୍ଟ୍ରୀୟ ସାଧାରଣ ପରିଷଦ ମହାଧିବେଶନ ଓ ଅନ୍ତର୍ଜାତୀୟ ସାମ୍ବାଦିକ ସମ୍ମିଳନୀ କର୍ଣ୍ଣାଟକର ପଶ୍ଚିମ ବାଙ୍ଗାଲୁର ସ୍ଥିତ ଆଦି ଚୁନ୍ଚୁନାଗିରି ଠାରେ ଅନୁଷ୍ଠିତ ହୋଇଯାଇଛି । ବି.ଜି.ଏସ୍ କଲେଜ୍ ଅଫ୍ ଟେନ୍ନୋଲୋଜି ଅଡ଼ିଟୋରିୟମ୍ ଠାରେ ମାର୍ଚ୍ଚ ୩ ତାରିଖ ଠାରୁ ୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି ମହାସମ୍ମିଳନୀ ଅନୁଷ୍ଟିତ ହୋଇଥିଲା । ଆଇ ଏଫ ଡ଼ବ୍ଲୁ୍ୟ ଜେ ଅନୁବଂଧିତ ଓଡ଼ିଶା ରାଜ୍ୟ ଶାଖା ଉକôଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଜୀମୁତ ମଙ୍ଗରାଜ ଓ ସାଧାରଣ ସଂପାଦକ ବେଣୁଧର ପଣ୍ଡାଙ୍କ ନେତୃତ୍ୱରେ ଓଡ଼ିଶାରୁ ଏକ ୮୫ ଜଣିଆ ସାମ୍ବାଦିକ ପ୍ରତିନିଧି ଦଳ ଏଥିରେ ଯୋଗଦେଇ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସମସ୍ୟା ନେଇ ଦୃଢ଼ଦାବି ଉପସ୍ଥାପନ କରିଥିଲେ । ମହାଧିବେଶନ ଉଦ୍ଘାଟନ ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶିଦ୍ଧ ରମେୟା ଆଇ ଏଫ ଡ଼ବ୍ଲୁ୍ୟ ଜେ ର ପ୍ରତିନିଧି ମଣ୍ଡଳଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ସମ୍ମିଳିତ ହୋଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସମସ୍ୟା ସଂପର୍କରେ ସମିକ୍ଷା କରିବା ସହ ମହାଧିବେଶନର ଲୋଗୋ ଉନ୍ମୋଚନ କରି ସମ୍ମିଳନୀର ସଫଳତା କାମନା କରିଥିଲେ । ଆଇଏଫଡ଼ବ୍ଲୁ୍ୟଜେ ରାଷ୍ଟ୍ରୀୟ ସଭାପତି କେ. ବିକ୍ରମ ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ମହାସଚିବ ଏଚ୍. ମଦନ ଗୋ÷ଡ଼ା ଆଭିମୁଖ୍ୟ ସଂପର୍କରେ ବିବରଣୀ ପ୍ରଦାନ ଓ କୋଷାଧ୍ୟକ୍ଷ ଶ୍ୟାମ୍ ବାବୁ ଆର୍ଥିକ ସମୀକ୍ଷା ରିପୋର୍ଟ ପ୍ରଦାନ କରିଥିଲେ । ତିନିଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ମାନବିକ ଅଧିକାର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଓ ଗଣ ମାଧ୍ୟମର ଆଚାର ସଂହିତା ବିଷୟରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଏହାକୁ କର୍ଣ୍ଣାଟକ ରାଜ୍ୟ ମାନବିକ ଅଧିକାର କମିଶନର ମୀନା ସାକ୍ସେନା ପରିଚାଳନା କରିଥିଲେ । ସମ୍ମିଳନୀର ଅନ୍ତିମ ଦିବସରେ ଆଇ ଏଫ ଡ଼ବ୍ଲୁ୍ୟ ଜେ ର ନୂତନ କର୍ମକର୍ତା ଓ ରାଷ୍ଟ୍ରିୟ କାର୍ଯ୍ୟ କାରିଣୀ ସଦସ୍ୟଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ନିର୍ବାଚନ ଅଧିକାରୀ ଡ଼ଃ ଦେବାଶିଷ୍ ବୋଷ୍ ନିର୍ବାଚିତ କର୍ମକର୍ତାମାନଙ୍କ ନାମ ଘୋଷଣା କରିଥିଲେ । ଏଥିରେ ଶ୍ରୀଲଙ୍କା, ମିଆାଁମାର, ଭୂଟାନ୍ ସମେତ ଦେଶର ୨୭ଟି ରାଜ୍ୟରୁ ୧୨ ଶହରୁ ଉଦ୍ଧ୍ୱର୍ ପ୍ରତିନିଧି ଯୋଗ ଦେଇଥିଲେ । ଓଡ଼ିଶାର ୮୫ ଜଣିଆ ପ୍ରତିନିଧି ମଣ୍ଡଳୀରେ ସାମିଲ ସଂଘ ଉପ ସଭାପତି ବିନାୟକ ମିଶ୍ର, କୋଷାଧ୍ୟକ୍ଷ ତୁଷାର ପଟ୍ଟନାୟକ, ସଂପାଦକ ଦୀପକ୍ ମହାମାତ୍ର, ଜାତୀୟ ପରିଷଦ ସଭ୍ୟ ରାଜ କିଶୋର ସ୍ୱାଇଁ, ପ୍ରକାଶ ମିଶ୍ର, ବଙ୍କିମ୍ ଚନ୍ଦ୍ର ନାୟକ, ବିଶ୍ୱଜିତ୍ ନାୟକ, ପ୍ରଭାକର ଶିରୋମଣୀ, ବିଜୟ କୁମାର ସାହୁ, ଜୟସେନ୍ ପରିଡ଼ା, ସଜନ୍ କୁମାର ଅଗ୍ରୱାଲା, ଭଜରାମ୍ ମହାପାତ୍ର, ଜ୍ଞାନେନ୍ଦ୍ର ପଟ୍ଟନାୟକ, ବାସୁଦେବ ବରାଡ଼ ପ୍ରମୁଖ କର୍ମଶାଳାରେ ଭାଗନେଇ ପ୍ରଶଂସା ପତ୍ର ହାସଲ କରିଥିଲେ ।