ଦ୍ୱିତୀୟ ଦିନରେ ଡିପ୍ଲୋମା ଛାତ୍ରଙ୍କ ଧାରଣା, ଆଉ ୨ ଅସୁସ୍ଥ

DIPLOMA STUDENT STRIK AT- PMG (1)

ଭୁବନେଶ୍ୱର,୧୧ା୩(ବୁ୍ୟରୋ): ଧାରଣାରତ ଆଉ ଦୁଇ ଜଣ ଡିପ୍ଳୋମା ଛାତ୍ର ଅସୁସ୍ଥ ହୋଇଥିବା ବେଳେ ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତିର୍ କରାଯାଇଛି । ସେମାନେ ହେଲେ ସମ୍ବିତ ମହାରଣା ଓ ଲିପୁନ୍ ମହାରଣା । ଏ ଦୁଇ ଜଣଙ୍କୁ ମିଶାଇ ମୋଟ ଚାରି ଜଣ ଡିପ୍ଳୋମା ଛାତ୍ର ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଅନ୍ଲାଇନ ଇଣ୍ଟରନାଲ ପରୀକ୍ଷା ବାତିଲ ଦାବିରେ ଡିପ୍ଳୋମା ଛାତ୍ରଙ୍କ ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । କ୍ରମାଗତ ଭାବେ ଧାରଣାରତ ଛାତ୍ରଙ୍କ ମଧ୍ୟରେ ଅସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତକାଲି ଧାରଣାରତ ଛାତ୍ରଙ୍କ ମଧ୍ୟରୁ ସୁଦୀପ୍ତ ଶୁଭଦର୍ଶୀ ନନ୍ଦ ଓ ଦିବ୍ୟରଞ୍ଜନ ସ୍ୱାଇଁଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଓଡିଶା ଡିପ୍ଲୋମା ଇଞ୍ଜିନିୟରିଙ୍ଗ୍ ଛାତ୍ରଛାତ୍ରୀଙ୍କ ଚତୁର୍ଥ ଓ ଷଷ୍ଠ ସେମିଷ୍ଟରରେ ଅନଲାଇନ୍ ଇଣ୍ଟରନାଲ ପରୀକ୍ଷା ବନ୍ଦ୍ ପ୍ରତିବାଦରେ ଆନ୍ଦୋଳନ ଦେଖାଦେଇଛି । ପୂର୍ବରୁ ପରୀକ୍ଷା ବାତିଲ୍ ନେଇ ଛାତ୍ରଛାତ୍ରୀମାନେ ଏକାଧିକବାର ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ତାଲିମ୍ ପ୍ରତିଷ୍ଠାନ ସମ୍ମୁଖରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏସବୁ ସତ୍ତ୍ୱେ ବିଭାଗ ପକ୍ଷରୁ ପରୀକ୍ଷା ବାତିଲ୍ ପାଇଁ କୌଣସି ପଦକ୍ଷେପ ନିଆ ଯାଇନଥିବା ବେଳେ ମଙ୍ଗଳବାରଠାରୁ ସେମାନେ ପିଏମଜିଠାରେ ଧାରଣା ଦେଇଥିଲେ । ଛାତ୍ରଛାତ୍ରୀଙ୍କ ଅଭିଯୋଗ ମୁତାବକ ଶିକ୍ଷାନୁଷ୍ଠାନଗୁଡିକରେ କମ୍ପୁ୍ୟଟର ସୁବିଧା ନଥିବା ବେଳେ ହଠାତ୍ ପାଠ୍ୟକ୍ରମରେ ଅନଲାଇନ୍ ପରୀକ୍ଷା ବାଧ୍ୟତାମୂଳକ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଦୀର୍ଘ ଦିନ ଧରି ଛାତ୍ରଛାତ୍ରୀ ଆନ୍ଦୋଳନ ଜାରି ଫଳରେ ପାଠପଢା ହୋଇନଥିବା ଅଭିଯୋଗ କରିଛନ୍ତି । ଏଭଳି ପରିସ୍ଥିତିରେ ସେମିଷ୍ଟର୍ ସ୍ଥଗିତ ରଖିବା ସହ ଅନ୍ଲାଇନ୍ ଇଣ୍ଟରନାଲକୁ ବାତିଲ ପାଇଁ ଦାବି କରିଛନ୍ତି ।