nuagaon-medical-4

ଅବ୍ୟବସ୍ଥା ମଧ୍ୟରେ ମହିପୁର ସିଏଚସି ସ୍ୱାସ୍ଥ୍ୟକେନ୍ଦ୍ର

35

ନୂଆଗାଁ, ୩ା୩(ଆପ୍ର): ସ୍ୱାସ୍ଥ୍ୟ ସେବା ପାଇବାପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ କର୍ତ୍ତବ୍ୟରେ ଅବହେଳା ଯୋଗୁଁ ଅଧିକାଂଶ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୟନୀୟ ଅବସ୍ଥାରେ ରୋଗୀମାନେ ଚିକିସôିତ ହେଉଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକର ପରିବେଶ ଏବଂ ପରିମଳ ବ୍ୟବସ୍ଥା ଭୁଷୁଡି ପଡିଛି । ଏପରିକି ଏଲୋପାଥିକ ଡାକ୍ତର ଠିକ୍ ଭାବରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ନଆସି ଉଚ୍ଚପଦସ୍ଥ ଅଧିକାରୀଙ୍କୁ ହାତକରି ଦରମା ପାଉଛନ୍ତି । ଯାହାଦ୍ୱାରା ରୋଗୀମାନେ ଆୟୁର୍ବେଦିକ ଏବଂ ହୋମିଓ ପାଥିକ ଡାକ୍ତରଙ୍କ ଦ୍ୱାରା ଚିକିସôିତ ହେଉଛନ୍ତି । ଏଭଳି ଏକ ସମସ୍ୟା ଦେଖିବାକୁ ମିଳିଛି ନୂଆଗାଁ ବ୍ଳକରେ ଥିବା ସିଏଚସି ମହିପୁର ସ୍ୱାସ୍ଥ୍ୟକେନ୍ଦ୍ର । ନୂଆଗାଁ ବ୍ଳକର ୨୦ଟି ପଞ୍ଚାୟତର ଲୋକମାନେ ମହିପୁର ସି.ଏଚ.ସି. ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକ୍ ଭାବେ ସେବା ପାଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ନଥିବାରୁ ବଜାରରୁ ଜଳ କିଣି ରୋଗୀମାନେ ପିଉଛନ୍ତି । ଆବଶ୍ୟକସଂଖ୍ୟକ ଶୌଚାଳୟ ନଥିବା ସହ ଫିନାଇଲ୍ ବ୍ୟବହାର ହେଉନଥିବା ଯୋଗୁଁ ପରିବେଶଟି ସର୍ବଦା ଦୁର୍ଗନ୍ଧଯୁକ୍ତ ରହିଥାଏ । ସ୍ୱାସ୍ଥ୍ୟକେନ୍ଦ୍ରର ହତା ଭିତର ଅବସ୍ଥା ନ କହିବା ଭଲ । ପ୍ରଶ୍ନ ଉଠୁଚି ଯଦି ସ୍ୱାସ୍ଥ୍ୟକେନ୍ଦ୍ରର ପରିମଳ ବ୍ୟବସ୍ଥା ଓ ପରିବେଶ ଏପରି ? ତେବେ ସ୍ୱାସ୍ଥ୍ୟସେବା କପରି ହେଉଥିବ ଏଥିରୁ ସ୍ପଷ୍ଟ ଅନୁମେୟ । ଖଟିଆରେ ବେଡ୍ସିଟ ନଥିବା ବେଳେ, ଆଲୋକର ମଧ୍ୟ ବ୍ୟବସ୍ଥା ନାହିଁ । ହସ୍ପିଟାଲ ଆମ୍ବୁଲାନସ୍ ଗାଡି ମାସ ମାସ ଧରି ଅଚଳ ଥିବା ଯୋଗୁଁ ଗୁରୁତର ରୋଗୀମାନେ ଗାଡି ଭଡାକରି ଯାଇଥାନ୍ତି । ଗାଡି ଠିକ ସମୟରେ ନମିଳିଲେ ରୋଗୀମାନେ ପ୍ରାଣ ମଧ୍ୟ ହରାଇଥାନ୍ତି । ନିକଟରେ ୨ ଜଣ ରୋଗୀ ମହିପୁର ଓ ଖୁଣ୍ଟୁବନ୍ଧ ଗ୍ରାମର ପ୍ରାଣ ହରାଇଛନ୍ତି । ଶୁଣିବାକୁ ମିଳୁଛି ଆଜକୁ ୬ ମାସ ହେବ ଯୋଗ ଦେଇଥିବା ମହିଳା ଡାକ୍ତର ମାସ ମାସ ଧରି ମେଡିକାଲକୁ ନଆସି ଉପରିସ୍ଥ ଅଧିକାରୀଙ୍କୁ ହାତକରି ଦରମା ପାଉଛନ୍ତି । ଏହା କେତେଦୂର ସତ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ସ୍ୱତନ୍ତ୍ରଟିମ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ । ଆବଶ୍ୟକ ସଂଖ୍ୟକ ଏଲୋପାଥିକ ଡାକ୍ତର ନଥିବାରୁ ଆୟୁରବେଦିକ ଏବଂ ହୋମିଓପାଥିକ ଡାକ୍ତରଙ୍କ ଦ୍ୱାରା ରୋଗୀମାନେ ଚିକିସ୍ôିତ ହେଉଛନ୍ତି । ଏପରିକି ସବୁବେଳେ ଆଉଟ୍ଡୋରରେ ଆୟୁର୍ବେଦିକ ଡାକ୍ତର ବସୁଛନ୍ତି । ସ୍ୱଳ୍ପ ମୂଲ୍ୟରେ କିଣା ହୋଇଥିବା ବି.ପି. ମେସିନ ଅଧିକାଂଶ ସମୟ ଅଚଳ । ପ୍ରଶ୍ନ ଉଠୁଛି ଯଦି ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଲକ୍ଷ ଲକ୍ଷ ଟଙ୍କା ଆସୁଛି, ରୋଗୀଙ୍କୁ ଉଚିତ ସେବା ଯୋଗାଇ ଦେବାପାଇଁ ତେବେ ଅର୍ଥର ଉପଯୋଗ କାହିଁକି ଠିକ୍ ଭାବେ ହେଉନାହିଁ ? ଯଦି ଅର୍ଥର ସଠିକ ବିନିଯୋଗ ହେଉନାହିଁ ତେବେ ଅର୍ଥକୁ ବାଟମାରଣା କରୁଛି କିଏ ? ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ, ଜିଲ୍ଲାପାଳ ସ୍ୱତନ୍ତ୍ର ତଦନ୍ତ ପାଇଁ ନିଦେ୍ର୍ଦଶ ଦେବାସହ ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ଜନ ସାଧାରଣରେ ଦାବି କରୁଛନ୍ତି ।

ସେଆର କରନ୍ତୁ:



Powered by odothemes.com