BJD-PRESS-MEET-(3)

ବରମୁଣ୍ଡାରେ ବିଜୁ ଶତବାର୍ଷିକୀ ରାଜ୍ୟସ୍ତରୀୟ ସମାବେଶ

35

ଭୁବନେଶ୍ୱର (ବୁ୍ୟରୋ): ମାର୍ଚ୍ଚ ୫ ତାରିଖରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ବର୍ଷ ତମାମ ବିଭିନ୍ନ ସ୍ତରରେ, ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ୫ଟି କମିଟି ଗଠନ କରିଛନ୍ତି । ଏହି ଉପଲକ୍ଷେ ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆ ଠାରେ ଏକ ରାଜ୍ୟସ୍ତରୀୟ ସ୍ମୃତିସଭାର ଆୟୋଜନ କରାଯାଇଛି । ବିଜୁ ବାବୁ ଦଳମତ ନିର୍ବିଶେଷରେ ଉଦ୍ଧ୍ୱର୍ରେ ଥିବାରୁ ତାଙ୍କ ଜୟନ୍ତୀ ପାଳନ କରିବାକୁ ବାରଣ ନାହିଁ । ବିଜେଡ଼ି ଓ ସରକାର ଉଭୟ ଏଥିଲାଗି ପୃଥକ ପୃଥକ କାର୍ଯ୍ୟକ୍ରମ କରୁଛନ୍ତି । ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନ୍ମଶତବାର୍ଷିକୀ କମିଟର ଆବାହକ ବେଦ ପ୍ରକାଶ ଅଗ୍ରୱାଲା, ବିଜେଡ଼ି ଉପସଭାପତି ସୂର୍ଯ୍ୟ ନାରୟଣ ପାତ୍ର, ସାଧାରଣ ସଂପାଦକ ଦେବୀ ପ୍ରସାଦ ମିଶ୍ର ଓ ବିଜୁ ଯୁବ ଜନତା ସଭାପତି ସଞ୍ଜୟ ଦାସବର୍ମା କହିଲେ, ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ସାଂସଦବୃନ୍ଦ, ବିଧାୟକବୃନ୍ଦ, ଦଳର ବରିଷ୍ଠ କର୍ମକର୍ତ୍ତା, ତୃଣମୂଳସ୍ତରୀୟ କର୍ମୀ, ପଞ୍ଚାୟତ ଓ ପୌରସଂସ୍ଥାର ନିର୍ବାଚିତ ଲୋକପ୍ରତିନିଧି, ଛାମୁଆ ସଂଗଠନର କର୍ମକର୍ତ୍ତାମାନେ ବରମୁଣ୍ଣା ସମାବେଶରେ ଯୋଗଦେବେ । ସ୍ୱାଧୀନତା ଆନେ୍ଦାଳନ ଓ ସ୍ୱାଧୀନତା ପରବର୍ତ୍ତୀ ରାଷ୍ଟ୍ର ଗଠନରେ ବିଜୁବାବୁଙ୍କର ଅବଦାନ ଅତୁଳନୀୟ । ଆଧୁନିକ ଓଡ଼ିଶାର ନବ ନିର୍ମାଣରେ ତାଙ୍କର ଭୂମିକା ଉଲ୍ଲେଖନୀୟ । ତାଙ୍କର କର୍ମଭୂମି ବ୍ୟାପକ ଥିଲା । ତାଙ୍କ ସ୍ୱାଧୀନ ଓ କୃତିକୁ ଆଧାର କରି ତାଙ୍କର ଜୀବନାଦର୍ଶର ବାର୍ତ୍ତା ନୂତନ ପିଢ଼ି ପାଖରେ ପହଞ୍ଚାଇ ସେମାନଙ୍କୁ ସମୃଦ୍ଧ ରାଜ୍ୟ ଗଠନରେ ଅନୁପ୍ରାଣିତ କରିବା ଆୟୋଜନର ମୁଖ୍ୟ ଲକ୍ଷ୍ୟ । ବିଜୁବାବୁଙ୍କ କର୍ମଭୂମି କେବଳ ଓଡ଼ିଶାରେ ସୀମିତ ନଥିଲା, ତେଣୁ ରାଜ୍ୟରେ, ଦେଶରେ ଓ ଦେଶ ବାହାରେ ମଧ୍ୟ ଜନ୍ମ ଶତବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ବିଦେଶରେ ବିଶେଷକରି ଯେଉଁ ଦେଶରେ ବିଜୁବାବୁଙ୍କର କୃତି ଓ ସଂପୃକ୍ତି ରହିଥିଲା ସେ ଦେଶରେ ଅଗ୍ରାଧିକାର ଭିତ୍ତିରେ ପାଳନ କରାଯିବ । ସେହିଭଳି ଜାତୀୟ ସ୍ତରରେ ଓ ଓଡ଼ିଆ ଅଧ୍ୟୁଷିତ ସ୍ଥାନମାନଙ୍କରେ ଏହା ପାଳନ କରାଯିବ । ସମସ୍ତ କାର୍ଯ୍ୟକ୍ରମରେ ବାହାରେ କାର୍ଯ୍ୟ କରୁଥିବା ଓଡ଼ିଆ ସଂଗଠନଗୁଡିକର ସହାୟତା ଲୋଡ଼ାଯିବ । ବିଜୁବାବୁ ହେଉଛନ୍ତି ଓଡ଼ିଆ ସ୍ୱାଭିମାନ ଓ ସମୃଦ୍ଧିର ପ୍ରତୀକ । ତାଙ୍କର ସ୍ମୃତିଚାରଣ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ଅନୁପ୍ରାଣିତ କରିବା ଲକ୍ଷ୍ୟରେ ଓଡ଼ିଶାର କୋଣ ଅନୁକୋଣରେ ଗାଁ ଗଣ୍ଡା ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ପାଳନ କରାଯିବ । ଏଥିରେ ସମସ୍ତ ଗୋଷ୍ଠୀ, ବର୍ଗ ଓ ବିଜୁ ପ୍ରେୀମାନଙ୍କୁ ସାମିଲ କରାଯିବ । ଶତବାର୍ଷିକୀ କାର୍ଯ୍ୟକ୍ରମକୁ ସରସ ସୁନ୍ଦର ମର୍ଯ୍ୟାଦାବନ୍ତ କରିବା ପାଇଁ ସମସ୍ତଙ୍କ ଠାରୁ ପ୍ରସ୍ତାବ ଓ ପରାମର୍ଶ ଆହ୍ୱାନ କରାଯାଇଛି ଏବଂ ଏହାକୁ ସଂକଳିତ କରି ବର୍ଷବ୍ୟାପୀ କାର୍ଯ୍ୟକ୍ରମର ଚୂଡ଼ାନ୍ତ ଚିଠା ରୂପରେଖ ପ୍ରସ୍ତୁତ ହେଉଛି ବୋଲି ସେମାନେ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com