mou

ଆଦିବାସୀ ଶିଶୁଙ୍କ ଯତ୍ନ ଓ ଶିକ୍ଷା ପାଇଁ ମିଳିବ ୧.୨୭ କୋଟି

32

ଭୁବନେଶ୍ୱର (ବୁ୍ୟରୋ): ଆଦିବାସୀ ଶିଶୁମାନଙ୍କର ଗୁଣାତ୍ମକ ଯତ୍ନ ନେବା ସହ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବା ଓ ଭୁବନେଶ୍ୱରରେ ଏକ ସ୍ମାର୍ଟ ଶିଶୁ କେନ୍ଦ୍ର ପ୍ରତିଷ୍ଠା ଲାଗି ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ଓ ନଗରଉନ୍ନୟନ ବିଭାଗ ସହ ଅନ୍ତରାଷ୍ଟ୍ରୀୟ ସଂସ୍ଥା ବର୍ଣ୍ଣାର୍ଡ଼ ଭାନ୍ ଲିର୍ ଫାଉଣ୍ଡେସନ୍ (ବିଭିଏଲ୍ଏଫ୍) ସହ ରାଜ୍ୟ ସରକାର ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିଛନ୍ତି । ମୁଖ୍ୟତଃ ୧ରୁ ୮ବର୍ଷ ମଧ୍ୟରେ ଆର୍ଥିକ ଓ ସାମଜିକ ଅନଗ୍ରସରର ଶିକାର ହେଉଥିବା ଶିଶୁଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏହି ସଂସ୍ଥା କାର୍ଯ୍ୟକରିବ । ଏହି ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି ୧.୫ ନିୟୁତ ୟୁରୋ ଅର୍ଥ ବିନିଯୋଗ କରିବ । ଏମ୍ଓୟୁ ସ୍ୱାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ, ପ୍ରାଥମିକ ଅବସ୍ଥାରେ ଶିଶୁଙ୍କ ଯତ୍ନ ନେବା ଓ ଶିକ୍ଷା ପ୍ରଦାନ ଓଡ଼ିଶା ଦେଶର ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ । ସରାକା ୧୦ଟି ମାତୃଭାଷାରେ ପିଲାଙ୍କୁ ଶିକ୍ଷା ପ୍ରଦାନ ଲାଗି ‘ନୂଆ ଅରୁଣିମା’ ପାଠ୍ୟକ୍ରମ ପ୍ରଚଳନ କରିଛନ୍ତି । ବିଭିଏଲ୍ଏଫ୍ ସହାୟତାରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକର ଦକ୍ଷତା ବୃଦ୍ଧି ପାଇବ । ସେମାନେ କ୍ଷେତ୍ରଗୁଡ଼ିକରେ କାର୍ଯ୍ୟ କରିବା ଲାଗି ସହାୟତା ପଦାନ କରିବା ସହ ଆବଶ୍ୟକ ପଡ଼ୁଥିବା ପାଠ୍ୟ ସରଞ୍ଜାମର ବିକାଶ କରିବେ ଓ ଶୈଶବ ଅବସ୍ଥାରେ ଶିଶୁଙ୍କ ଯତ୍ନ ନେବା ସହ ସେମାନଙ୍କୁ ଶିକ୍ଷା ପ୍ରଦାନ କରିବେ । ସହରାଞ୍ଚଳ ପାଇଁ କରାଯାଉଥିବା ଯୋଜନା ସମୟରେ ଶିଶୁମାନଙ୍କ ଲାଗି ସମ୍ବେବଦନଶୀଳ ହେବା ଉଚିତ୍ । ଭୁବନେଶ୍ୱରକୁ ସ୍ମାର୍ଟ ସିଟି କରିବା ପାଇଁ ଧାର୍ଯ୍ୟ କରଯାଇଥିବା ଲକ୍ଷ୍ୟରେ ମଧ୍ୟ ଶିଶୁ ଓ ତାଙ୍କ ପରିବାରବର୍ଗଙ୍କୁ ସାମିଲ କରାଯିବା ଉିଚତ୍ । ବିଭିଏଲ୍ଏଫ୍ ସହାୟତାରେ ଜାତୀୟ ସହରାଞ୍ଚଳ ବ୍ୟାପାର ପ୍ରତିଷ୍ଠାନର ସହଯୋଗରେ ଭୁବନେଶ୍ୱରରେ ଶିଶୁ ଉପଯୋଗୀ ଏକ ସ୍ମାର୍ଟ ସିଟି କେନ୍ଦ୍ର ପ୍ରତିଷ୍ଠା କରାଯିବ । ଯାହା ସେମାନଙ୍କ ଜ୍ଞାନର ବିକାଶରେ ସହାୟକ ହେବ ଓ ସେମାନଙ୍କ ଭବିଷ୍ୟତ ଲାଗି ସହାୟକ ହେବ । ଏହାଛଡ଼ା ଟାଉନ୍ ପ୍ଲାନର୍, ଇଞ୍ଜିନିୟର ଓ ମୁ୍ୟନିସ୍ପାଲ୍ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ମହିଳା ଓ ଶିଶୁ ବିକଶା ବିଭାଗ ସଚିବ ବିଶାଲ ଦେବ କହିଛନ୍ତି, ଶୈଶବ ଅବସ୍ଥାରେ ଯତ୍ନ ଓ ସେମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ କରାଯିବା ଫଳରେ ସେମାନଙ୍କ ମସ୍ତିଷ୍କର ବିକାଶ ହେବ ଭବିଷ୍ୟତରେ ସେମାନଙ୍କର ବିକାଶ ହୋଇ ପାରିବ । ଏହି ଏମ୍ଓୟୁ ସ୍ୱାକ୍ଷର ଅବସରରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଉଷା ଦେବୀ, ନଗରଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟ ସଚିବ, ନଗର ଉନ୍ନୟନ ସଚିବ ଜି.ମାଥିଭାତନ୍, ବିଡ଼ିଏ ଉପାଧ୍ୟକ୍ଷ କିଶନ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com