Anganwadi-Anugul

ଅଙ୍ଗନୱାଡ଼ି କର୍ମୀଙ୍କ ବିକ୍ଷୋଭ

44

ଅନୁଗୁଳ, ୩ା୩(ଆପ୍ର): ଭାରତୀୟ ମଜ୍ଦୁର ସଂଘ ଦ୍ୱାରା ଅନୁବନ୍ଧିତ ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡ଼ିଜ୍ ୱାର୍କର ଆସୋସିଏସନ୍ର ଆହ୍ୱାନ କ୍ରମେ ଆଜି ଅଙ୍ଗନୱାଡ଼ି କର୍ମଚାରୀମାନେ ବୁଢ଼ୀଠାକୁରାଣି ନିକଟରୁ ଏକ ଶୋଭାଯାତ୍ରାରେ ଆସି ବ୍ଲକ୍ ଅଫିସ ସମ୍ମୁଖରେ ପହଁଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସଭାନେତ୍ରୀ ଗୀତାଞ୍ଜଳୀ ଦାଶଙ୍କ ସଭାପତିତ୍ୱରେ ଏ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭାରତୀୟ ମଜ୍ଦୁର ସଂଘର ଦ୍ୱାରିକାନାଥ ବେହେରା, ଆସୋସିଏସନ୍ର ରାଜ୍ୟ ସାଧାରଣ ସଂପାଦିକା ମାମିନା ମନ୍ତ୍ରୀ, ଜିଲ୍ଳା ସଭାନେତ୍ରୀ ସବିତା ଦେହୁରୀ, ବ୍ଲକ୍ ସଂପାଦିକା ମଂଜୁଶ୍ରୀ ସାହୁ, କୋଷାଧ୍ୟକ୍ଷା କାଦମ୍ବିନୀପାଲ ପ୍ରମୁଖ ଯୋଗଦେଇ ଦରମବୃଦ୍ଧି ଦାବି କରିବା ସହ ଆନେ୍ଦାଳନ କରିଥିଲେ । ସର୍ବନିମ୍ନ ମାସିକ ୧୫ହଜାର ଟଙ୍କା ଦରମା, ସରକାରୀ କର୍ମଚାରୀ ମାନ୍ୟତା, ସୁପରଭାଇଜର ପଦକୁ କେବଳ ଅଙ୍ଗନୱାଡ଼ି କର୍ମୀଙ୍କ ପଦୋନ୍ନତି କରାଯିବା ଓ ସହାୟିକା ମାନଙ୍କୁ ୭୫୦୦ ଟଙ୍କା ପ୍ରଦାନ ଦାବି କରି ଏହି ବିକ୍ଷୋଭ କରିଥିଲେ ।




Powered by odothemes.com