32-tama-bhubaneswar-pustak-mela-re-danika-khabara-kagaja-SARBASADHARANA-ra-sampadaka-HARAPRASAD-PARICHA-PATTANAIK-nku-commitee-pakhyaru-sambardhita-karajauchi--(3)

‘ପୁସ୍ତକ ପଠନ ବିନା ଜ୍ଞାନର ବିକାଶ ଅସମ୍ଭବ’

39

ହରପ୍ରସାଦଙ୍କୁ ‘ସଚ୍ଚି ରାଉତରାୟ କବିତା ସମ୍ମାନ’
ଭୁବନେଶ୍ୱର,୨ ।୩(ବୁ୍ୟରୋ): ପୁସ୍ତକ ପଠନ ବିନା ଜ୍ଞାନର ବିକାଶ ଅସମ୍ଭବ । ପୁସ୍ତକର ଚାହିଦା ବଢିଛି ଏବଂ ପାଠକଙ୍କ ସଂଖ୍ୟା ମଧ୍ୟ ବଢିଛି । ପୁସ୍ତକ କେବେ ଲୋପ ପାଇବ ନାହିଁ । ବିଭିନ୍ନ ପୁସ୍ତକ ପଠନ ଦ୍ୱାରା ବିଭିନ୍ନ ଭାଷା ଶିଖିହୁଏ । ଆଧୁନିକ ସମାଜରେ ଯୁବପିଢିଙ୍କର ପୁସ୍ତକ ପ୍ରତି ଆଗ୍ରହ କମି କମି ଯାଉଛି । ଯୁବପିଢିଙ୍କର ପୁସ୍ତକ ପ୍ରତି କିପରି ଆକୃଷ୍ଟ ହେବ ସେଥିପାଇଁ ପୁସ୍ତକମେଳାର ଆୟୋଜନ କରାଯାଇଥାଏ ବୋଲି ମତପ୍ରକାଶ ପାଇଛି । ପ୍ରଦର୍ଶନୀ ପଡ଼ିଆରେ ୩୨ତମ ଭୁବନେଶ୍ୱର ପୁସ୍ତକମେଳାର ଉଦ୍ଘାଟନୀ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ଏହା କହିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଡ଼. ସଚ୍ଚିଦାନନ୍ଦ ମହାନ୍ତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତି ପ୍ରଫେସର ଡ. ବିମଳେନ୍ଦୁ ମହାନ୍ତି, ଡ. ଖଗେଶ୍ୱର ମହାପାତ୍ର ଓ ଅଶୋକ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ପ୍ରଫେସର ଡ. ଆଶୁତୋଷ ପଟ୍ଟନାୟକ ଓ ପ୍ରଫେସର ଡ. ଆଶା ମିଶ୍ରଙ୍କୁ ପୁସ୍ତକମେଳା ସାରସ୍ୱତ ସମ୍ମାନ, ‘ସର୍ବସାଧାରଣ’ ର ସମ୍ପାଦକ ଡ. ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କୁ ‘ସଚ୍ଚି ରାଉତରାୟ କବିତା ସମ୍ମାନ’, ନାରୁ ମହାନ୍ତିଙ୍କୁ ‘ବିଜୟ କୃଷ୍ଣ ମହାନ୍ତି ଗଳ୍ପ ସମ୍ମାନ’ରେ ସମ୍ମାନିତ ହୋଇଥିଲେ । ପୁସ୍ତକମେଳାରେ ୧୫ଟି ପୁସ୍ତକ ଉନ୍ମୋଚିତ ହୋଇଥିଲା । ଚଳିତବର୍ଷ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୩୫୦ରୁ ଉଦ୍ଧ୍ୱର୍ ପୁସ୍ତକ ପ୍ରତିଷ୍ଠାନ ଯୋଗ ଦେଇଛନ୍ତି । ଡ. ବୈରାଗୀ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଯୁଗଳ କିଶୋର ଦତ୍ତ ଧନ୍ୟବାଦ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com