ବାଲଣ୍ଡା-ଅଭୟପୁର ଗ୍ରାମବାସୀଙ୍କୁ ପାନୀୟ ଜଳ ଚିନ୍ତା | ସର୍ବସାଧାରଣ ଖବରକାଗଜ
nuagaon-photo

ବାଲଣ୍ଡା-ଅଭୟପୁର ଗ୍ରାମବାସୀଙ୍କୁ ପାନୀୟ ଜଳ ଚିନ୍ତା

45

ନୁଆଗାଁ,୨୯ା୨(ଆପ୍ର): ପାନୀୟ ଜଳ ପାଇଁ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ମାଧ୍ୟମରେ ବୋରିଂ, କୂପ ଖନନ ଏବଂ ପମ୍ପ ହାଉସ ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ବିଭାଗୀୟ ଅଧିକାରୀ ମନମୁଖୀ କାର୍ଯ୍ୟ ଯୋଗୁଁ କେତେକ ଗ୍ରାମରେ ଜଳ ଯୋଗାଣ ପ୍ରକଳ୍ପ ଅଧାପାନ୍ତରିଆ ତ ଆଉ କେତେକ ଗ୍ରାମରେ ବୋରିଂ କୂପ ନିର୍ମାଣ କାର୍ଯ୍ୟ ସରୁନି ଏବଂ ଆଉ କେତେକ ଗ୍ରାମରେ ଗୋଟିଏ ଗ୍ରାମର ନାମରେ ପମ୍ପ ହାଉସ କେନ୍ଦ୍ର ଅନ୍ୟ ଗ୍ରାମରେ ବ୍ୟକ୍ତିଗତ ଯାଗାରେ ଫାର୍ମ ହାଉସ ଉଦ୍ଧେଶ୍ୟରେ ତିଆରି ହୋଇଛି ବୋରଂ କୂପ । ଯାହା ଫଳରେ ଲୋକମାନେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବା ସହ ପାନୀୟ ଜଳ ପାଇଁ ନଦୀ ଚୁଆ ଜଳ ଏବଂ ଖୋଲା କୂଅ ଉପରେ ନିର୍ଭର କରୁଛନ୍ତି । ଏଭଳି ଏକ ନମୁନା ଦେଖିବାକୁ ମିଳୁଛି ନୟାଗଡ ଜିଲ୍ଲା ନୂଆଗାଁ ଅନ୍ତର୍ଗତ ପାରାଢିପି ପଞ୍ଚାୟତ ଅଧିନରେ ଥିବା ବାଲଣ୍ଡା ଅଭୟପୁର ଗ୍ରାମରେ । ପ୍ରକାଶ ଯେ, ବାଲଣ୍ଡା ନୁଆସାହିରେ ୫୦୦ରୁ ଅଧିକ ଏବଂ ଅଭୟପୁର ନୁଆସାହିରେ ୪୦୦ରୁ ଅଧିକ ଲୋକ ପାନୀୟ ଜଳ ପାଇଁ ଅଭୟପୁର ଗ୍ରାମ୍ୟ ଜଳ ଯୋଗାଣ କେନ୍ଦ୍ର ନିର୍ଭର କରୁଛନ୍ତି । ଅଭୟପୁର ଗ୍ରାମର ସଭାପତି ବାସୁଦେବ ବେହେରାଙ୍କ କହିବା ଅନୁଯାୟୀ ଜଳ ଯୋଗାଣ ପ୍ରକଳ୍ପ କେନ୍ଦ୍ର ଆରମ୍ଭ ଦିନଠାରୁ ଏ ପର୍ଯ୍ୟନ୍ତ ଆମ ଗ୍ରାମକୁ ଜଳ ଯୋଗାଣ ହେଉନାହିଁ । ବାଧ୍ୟହୋଇ ଲୋକମାନେ ନଦୀରୁ ଚୁଆ ପାଣିକୁ ପାନୀୟ ରୂପେ ବ୍ୟବହାର କରୁଛନ୍ତି । ଗ୍ରାମରେ ଥିବା ୩ଟି ନଳକୂପରୁ ଲୁହାଗୁଣ୍ଡ ବାହାରିବା ସହ କ୍ଲୋରାଇଡ ଯୁକ୍ତ ହୋଇଥିବାରୁ ପାନୀୟ ଜଳ ରୂପେ ବ୍ୟବହାର କର ପାରୁନାହାନ୍ତି ଗ୍ରାମବାସୀ । ବର୍ତ୍ତମାନ ଦୂଷିତ ଜଳ ବ୍ୟବହାର କରି ଲୋକମାନେ ଜଳ ସଂକ୍ରମିନ୍ତ ରୋଗରେ ପୀଡ଼ିତ ହେଲେଣି । ଏହାର ଅନୁରୁପ ବ୍ୟବସ୍ଥା ଦେଖିବାକୁ ମିଳିଛି ବାଲଣ୍ଡା-ନୂଆସାହି ଗ୍ରାମରେ । ଏହି ଗ୍ରାମରେ ମଧ୍ୟ ୧ ବର୍ଷ ହେବ ପାଇପ୍ ଜଳ ଯୋଗାଣ ହୋଇନାହିଁ । ଗ୍ରାମରେ ଥିବା ନଳକୂପ ଗୁଡ଼ିକ କ୍ଲୋରାଇଡଯୁକ୍ତ ଫଳରେ ପାନୀୟ ଜଳ ପାଇଁ ନଦୀ ଜଳ ଏବଂ ଖୋଲା କୂପ ଉପରେ ନିର୍ଭର କରୁଛନ୍ତି । ବର୍ତ୍ତମାନ ଜଳ ସଂକ୍ରମିନ୍ତ ରୋଗ ଏବଂ ଜଣ୍ଡିସ ହେବା ଆଶଙ୍କାରେ ଲୋକମାନେ ଭୟଭୀତ ହୋଇପଡ଼ିଛନ୍ତି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଜଳ ଯୋଗାଣ କାର୍ଯ୍ୟ ନହୋଇ ପମ୍ପ ହାଉସ୍ ଲାଇନ ବିଲ୍ ୫୦ ହଜାର ଟଙ୍କାରୁ ଅଧିକ ହେଲାଣି । ବର୍ତ୍ତମାନ ରକ୍ଷଣାବେକ୍ଷଣର ଅଭାବ ଯୋଗୁଁ ବୋରିଂ କୂପର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । କୂପର ଉପରି ଭାଗରେ ପାରା ଏବଂ ବିଭିନ୍ନ ପକ୍ଷୀ ବସା କରିଛନ୍ତି । ଫଳରେ ପ୍ରତିଦିନ ଅଳିଆ ଆବର୍ଜନା ପକ୍ଷୀଙ୍କ ମଳ ଏବଂ ପକ୍ଷୀମାନେ ମଧ୍ୟ କୂପ ମଧ୍ୟରେ ପଡ଼ି ଯାଇଥାନ୍ତି । ପମ୍ପ ହାଉସ କେନ୍ଦ୍ର ଏବଂ ବୋରିଂ କୂପର ଚାରିପାଖର ଅବସ୍ଥା ନକହିବା ଭଲ । ଏନେଇ ଜିଲ୍ଲାପାଳଙ୍କ ସମାଧାର ଶିବିରରେ ଜଣାଇଲେ ଦିନେ ଦୁଇଦିନ ଜଳ ଯୋଗାଣ ହୋଇଥାଏ ତା ପରେ ପୁଣିଥରେ ବନ୍ଦ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଯାଉଛି ଜଳ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା କେତେ ? ସ୍ୱାଧିନତାର ୬୭ ବର୍ଷପରେ ମଧ୍ୟ ଅଭୟପୁର ଗ୍ରାମ ନାମରେ ଜଳ ଯୋଗାଣ କେନ୍ଦ୍ର ଥାଇ ଅଭୟପୁର ଗ୍ରାମକୁ ଜଳ ଯୋଗାଣ ନହେବା ଏହା ନୁଆଗାଁ ବ୍ଲକରେ କୋଣ ଅନୁକୋଣରେ ଜୋର ଚର୍ଚ୍ଚା ଚାଲିଛି । ଏହି ସମସ୍ୟା ସମ୍ପର୍କରେ ପଞ୍ଚାୟତ ରାଜ ମନ୍ତ୍ରୀ, ଜିଲ୍ଲାପାଳ, ବିଡିଓ, ସ୍ୱତନ୍ତ୍ର ଦୃଷ୍ଟିଦେଇ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଜନସାଧାରଣରେ ଦାବି ହୋଇଛି ।




Powered by odothemes.com