RAJANAGARA--ALIVAKAICHHA

ଗହୀରମଥାରେ ଅଲିଭ୍ ରିଡ୍ଲେଙ୍କ ଅଣ୍ଡାଦାନ ଆରମ୍ଭ

43

ରାଜନଗର, ୨୮ା୨(ଆପ୍ର): ବିରଳ ଅଲିଭ୍ରିଡ୍ଲେ କଇଁଛମାନେ ବେଙ୍ଗାପସାଗର କୂଳରେ ବିକ୍ଷିପ୍ତ ଭାବେ ଅଣ୍ଡାଦେବା ଆରମ୍ଭ କରିଛନ୍ତି । ଗତ ୧ ସପ୍ତାହ ହେଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ବାବୁବାଲି, ଅଗରନାଶୀ-୧, ନାସୀ-୨, ହବାଳିଖଟି, ବରୁଣେଇ, ସାତଭାୟା, ପେଣ୍ଠ ସଂଲଗ୍ନ ବେଙ୍ଗାପସାଗର କୂଳରେ ହଜାର ହଜାର ସଂଖ୍ୟାର ବିରଳ ଅଲିଭ୍ରିଡ୍ଲେ ମାଈ କଇଁଛ ବାଲୁକାରାଶୀ ଆଡକୁ ଅଗ୍ରସର ହେଉଥିବା ଦେଖିବାକୁ ମିଳିଛି । ସମୁଦ୍ରକୂଳଠାରୁ ୧ କିଲୋମିଟର ମଧ୍ୟରେ ମାଈ କଇଁଛମାନେ ଦଳ ଦଳ ହୋଇ ଭାସୁଛନ୍ତି । ଅପରପକ୍ଷରେ ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଗଣଅଣ୍ଡାଦାନ ପକ୍ରିୟା ଆରମ୍ଭ ହୋଇନଥିଲେ ମଧ୍ୟ ଗତ ଏକ ସପ୍ତାହ ମଧ୍ୟରେ ବାବୁବାଲି ଓ ଅଗରନାଶିରେ ଏହି ବିରଳ କଇଁଛ ବିକ୍ଷିପ୍ତ ଭାବରେ ଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଛନ୍ତି । ଏକ ସପ୍ତାହ ମଧ୍ୟରେ ୨୦ଟି କଇଁଛ ବିକ୍ଷିପ୍ତ ଭାବରେ ଅଣ୍ଡା ଦେଇଛନ୍ତି । ଚଳିତବର୍ଷ ଗଣଅଣ୍ଡାଦାନ ପକ୍ରିୟାର ପୂର୍ବରୁ ବିକ୍ଷିପ୍ତ ଭାବେ କଇଁଛ ଅଣ୍ଡାଦେବା ଆରମ୍ଭ କରିଥିବାରୁ ପରିବେଶପ୍ରେମୀମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com