kiss

କିସ୍‍ରେ ଏମ୍‍ଏସ୍‍ ସ୍ୱାମୀନାଥନ୍‍ ରିସର୍ଚ୍ଚ ଚେୟାର ପ୍ରତିଷ୍ଠା

39

ଭୁବନେଶ୍ୱର,୨୮ା୨(ବୁ୍ୟରୋ): କଳିଙ୍ଗ ଇନ୍‍ଷ୍ଟିଚୁ୍ୟଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍)ରେ ଏମ୍‍ ଏସ୍‍ ସ୍ୱାମୀନାଥନ ରିସର୍ଚ୍ଚ ଚେୟାର ପ୍ରତିଷ୍ଠା ହୋଇଛି । ଏହି ଅବସରରେ ରବିବାର କିସ୍‍ ଓ ଏମ୍‍ଏସ୍‍ ସ୍ୱାମୀନାଥନ୍‍ ରିସର୍ଚ୍ଚ ଫାଉଣ୍ଡେସନ୍‍ (ଏମ୍‍ଏସ୍‍ଏସ୍‍ଆର୍‍ଏଫ୍‍) ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଏମ୍‍ଏସ୍‍ଏସ୍‍ଆର୍‍ଏଫ୍‍ ପକ୍ଷରୁ ଏହାର ପ୍ରତିଷ୍ଠାତା ପ୍ରଫେସର ଏମ୍‍ ଏସ୍‍ ସ୍ୱାମୀନାଥନ୍‍ ଏବଂ କିସ୍‍ ପକ୍ଷରୁ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏମ୍‍ଏସ୍‍ଏସ୍‍ଆର୍‍ଏଫ୍‍ ପକ୍ଷରୁ କୌଣସି ବେସରକାରୀ ଅନୁଷ୍ଠାନରେ ରିସର୍ଚ୍ଚ ଚେୟାର ପ୍ରତିଷ୍ଠା କରାଯିବା କ୍ଷେତ୍ରରେ କିସ୍‍ ହେଉଛି ପ୍ରଥମ । ବୁଝାମଣା ଅନୁଯାୟୀ, ଉଭୟ ଅନୁଷ୍ଠାନ ଭାରତର ଅବହେଳିତ ବର୍ଗର ଶିଶୁଙ୍କ ଜ୍ଞାନର ବିକାଶ ଓ ଦକ୍ଷତା ସଶକ୍ତୀକରଣ କ୍ଷେତ୍ରରେ କାର୍ଯ୍ୟ କରିବା ସହ ଅବହେଳିତଙ୍କ ସାମଗ୍ରିକ ବିକାଶ ନିମନ୍ତେ ଉଭୟ ଅନୁଷ୍ଠାନ ପରସ୍ପର ମଧ୍ୟରେ ତଥ୍ୟର ଆଦାନ ପ୍ରଦାନ କରିବେ ବୋଲି ବୁଝାମଣା ପତ୍ରରେ ଉଲ୍ଲେଖ କରାଯାଇଛି । ନିଜ ପ୍ରତିକି୍ରୟାରେ , ସ୍ୱାମୀନାଥନ କହିଛନ୍ତି, ଉଭୟ ଅନୁଷ୍ଠାନ ଗରିବ ଓ ଅବହେଳିତଙ୍କ ବିକାଶ ନିମନ୍ତେ ସେମାନଙ୍କ ଜ୍ଞାନ, ଦକ୍ଷତା ଓ ଅଭିଜ୍ଞତାର ବିନିଯୋଗ କରିବ । କିସ୍‍ ଏକ ପରିବର୍ତ୍ତନକାରୀ ଏଜେଣ୍ଟ ଭାବେ ବହୁ ଅବହେଳିତ ଜନଜାତିବର୍ଗର ପିଲାଙ୍କ ଜୀବନ ବଦଳାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଥମ ପର୍ଯ୍ୟାୟରେ ଉଭୟ ଅନୁଷ୍ଠାନ ମିଳିତ ଭାବେ କୋରାପୁଟ୍‍ରୁ କାର୍ଯ୍ୟ ଆରମ୍ଭ କରିବାକୁ ନିିଷ୍ପତ୍ତି ନେଇଛିି । ଅପରପକ୍ଷରେ ଶ୍ରୀ ସାମନ୍ତ କହିଥିଲେ, ବିଶିଷ୍ଟ କୃଷି ବୈଜ୍ଞାନିକ ଏମ୍‍ ଏସ୍‍ ସ୍ୱାମୀନାଥନ୍‍ଙ୍କ ଦ୍ୱାରା ପ୍ରତିଷ୍ଠିତ ରିସର୍ଚ୍ଚ ଫାଉଣ୍ଡେସନ୍‍ ସହ ମିଶି ଅବହେଳିତ ବର୍ଗର ବିକାଶ ନିମନ୍ତେ କାର୍ଯ୍ୟ କରିବା କିସ୍‍ ପାଇଁ ଗୌରବର ବିଷୟ ।




Powered by odothemes.com