JAAJAPAUAR----haridaspur-pania-jala-karyaku-banda-kaley-gramabasi

ନିମ୍ନମାନର ପାଣି ପାଇପ୍ ସଂଯୋଗ

39

ପ୍ରକଳ୍ପ କାର୍ଯ୍ୟ ବନ୍ଦକଲେ ଗ୍ରାମବାସୀ
ଯାଜପୁର, ୨୮ା୨(ଆପ୍ର): ପାହାଡିଆ ଅଞ୍ଚଳରେ ଏବେଠୁ ଜଳ ସଙ୍କଟ ଦେଖାଦେଲାଣି । ଲୋକେ ହାହାକାର ହେଲେଣି । ସରକାର ମଧ୍ୟ ସାଧରଣ ଜନତାଙ୍କ ପାନୀୟ ଜଳ କଷ୍ଟ ଦୂର କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କିଛି ଆସାଧୁ ବିଭାଗୀୟ ଅଧିକାର ଏବଂ ଠିକାଦର ପ୍ରୀତି ଯୋଗୁ କାର୍ଯ୍ୟରେ ନିମ୍ନମାନର ସାମଗ୍ର ଏବଂ କଞ୍ଚାମଲ ବ୍ୟବହାର କରି ଏଥିରୁ ବେଶ ଲାଭଭାନ ହେଉଛନ୍ତି । ତେଣୁ ସାଧରଣଜନତାଙ୍କ ଜଳକଷ୍ଟ ଦୂର ହେଉପାରୁନି । ଏପର କି ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ପାହାଡ ପାଦଦେଶରେ ଅବସ୍ଥିତ ହୋଇଥିବା ବେଳେ ପ୍ରତ୍ୟକ ଗୀଷ୍ମ ଋୁତରେ ପାନୀୟ ଜଳର ଅସୁବିଧା ଲାଗିରହିଥାଏ । ଏହାକୁ ଦୂର କରିବା ପାଇଁ ଦୀର୍ଘ ଦିନରୁ ପଞ୍ଚାୟତର ସମସ୍ତ ଗ୍ରମାବସୀଙ୍କ ସହିତ ନେଉଳପୁର ପଞ୍ଚାୟତର ରହିଥିବା କଦଳା ଗ୍ରାମବାସୀ ଦାବି କରିଥିଲେ । ଏକ ସ୍ୱତନ୍ତ୍ର ପକଳ୍ପ କରାଯାଇ ସ୍ଥାନୀୟ କଦଳା ହଦ୍ରଠାରେ ଏକ ବୋରିଂ କରି ସେଠାରୁ ଜଳସଂଯୋଗ କରିବା ପାଇଁ ପ୍ରସ୍ତାବ ରହିଥିଲା । ଏଥିପାଇଁ ଧର୍ମଶାଳା ବିଧାୟକକୁ ମଧ୍ୟ ଗ୍ରମବାସୀ ନିବଦେନ କରିଥିଲେ । ଦୀର୍ଘଦିନର ଅଭିଳାସ ପରେ ଗ୍ରମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ହରିଦାସପୁର ପାନୀୟ ଜଳ ଯୋଗାଣ ନାମରେ ଏକ ପକଳ୍ପ ଅନୁମୋଦିତ କରାଯାଇଥିଲା । ଏଥିପାଇଁ ୫୮ଲକ୍ଷ ଟଙ୍କା ବ୍ୟାୟ ବରାଦ କରାଯାଇଥିବା ବେଳେ ଏହାକୁ ଦୀଘ ୨.୫ କିମି ଦୂରତା ବିଶିଷ୍ଠ ସମସ୍ତ ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ରହିଛି । କାର୍ଯ୍ୟକୁ ଜନୈକ ଠିକାଦର ସୁବାସ ବେହେରାଙ୍କ ନାମରେ କାର୍ଯ୍ୟଦେଶ ପ୍ରଦାନ କରାଯାଇଛି । ମାତ୍ର କାର୍ଯ୍ୟ ଆରମ୍ଭରୁ ଯେଉଁଠାରେ ବୋରିଂ କରାଯାଇଛି ତାହା ଏକ ପାର୍ବତ୍ୟର ନିମ୍ନ ପାଦଦେଶ ହୋଇଥିବା ବେଳେ ସେଠାରୁ ଠିକ୍ ଭାବେର ଜଳ ଯୋଗାଇବା ସମ୍ଭବ ହେବନାହିଁ ବୋଲି ଅଭିଯୋଗ ହୋଇଛି । ପାଇପ ଗୁଡିକ ବହୁ ନିମ୍ନମାନର ବୋଲି ଅଭିଯୋଗ ହୋଇଛି । ଆଜି ଶତାଧିକ ଗ୍ରାମବାସୀ ଏକାଠି ହୋଇ ନମ୍ନମାନର କାର୍ଯ୍ୟର ପତିବାଦ କରିବା ସହିତ କାର୍ଯ୍ୟବନ୍ଦ କରିବାକୁ କହିଥିଲେ । ଜେଇ ବିକ୍ରମ କିଶୋର ସେଠୀଙ୍କୁ ତଦାରକ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ବେଳେ ସେ କାର୍ଯ୍ୟସ୍ଥଳକୁ ଆସୁନଥିବା ସହିତ ଠିକାଦର ସଙ୍ଗରେ ହାତ ମିଳାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଆଜି କାର୍ଯ୍ୟବନ୍ଦ କରିବାରୁ କନିଷ୍ଠଯନ୍ତ୍ରୀ କାର୍ଯସ୍ଥଳକୁ ଆସି ଗ୍ରାମବାସୀଙ୍କ ସହିତ ଆଲୋଚନା କରିଥିଲେ । ଗ୍ରାମର ଶରତ ବିଶ୍ୱାଳ, ରୂପେଶ ଭଦ୍ର, ଶ୍ୟାମା ରାଉତ, ନବକିଶୋର ଦାସ, ଶ୍ରୀଧର ଭଦ୍ର, ରମେଶ ଚନ୍ଦ୍ର ରାଉତ, ଅଭିମନୁ୍ୟ ଦାସ ପ୍ରମୁଖ ବିରୋଧ କରି ନିମ୍ନମାନର ପାଇପକୁ କନିଷ୍ଠଯନ୍ତ୍ରୀ ଦେଖାଇଥିଲେ । କନିଷ୍ଠଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ ସହିତ ଆଲୋଚନାକରି ସେମାନଙ୍କ କହିବା ଅନୁଯାୟୀ କାର୍ଯ୍ୟ କରାଯିବା ବୋଲି ପ୍ରକାଶ କରିଥିଲେ ।




Powered by odothemes.com