b-patna-mm

ବାଲିପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର

32

ବାଲିପାଟଣା, ୨୩ା୨(ଆପ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟଦେବ ନିର୍ବାଚନ ମଣ୍ଡଳୀର ମଙ୍ଗଳବାର ୩ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଆଜି ପୂର୍ବାହ୍ନ ୧୦ଟା ସମୟରେ ମୁଖ୍ୟମନ୍ତ୍ରୀ ବାଳକାଟିଠାରେ ୯୮.୭୫ ଲକ୍ଷ ଟଙ୍କାରେ ନିର୍ମିତ କଲ୍ୟାଣୀ ମଣ୍ଡପ, ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ୨୫୨.୯୧ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ୧୬ ଶଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ଉଦ୍ଘାଟନ କରିଥିଲେ । ସେଠାରୁ ଏକ ମଟର ସାଇକେଲ ଶୋଭାଯାତ୍ରାରେ ଆସି ବାଲିପାଟଣା ବ୍ଲକ ପରିସରରେ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଉଦ୍ଘାଟନ କରିଥିଲେ । ସେହିପରି ୨୦କୋଟି ୭୮ ଲକ୍ଷ ଟଙ୍କା ବ୍ୟୟରେ ଶିଶୁ ମଠଠାରେ କୁଶଭଦ୍ରା ନଦୀ ଉପରେ ଏକ ସେତୁ, କୁଶଭଦ୍ରା ନଦୀ ଉପରେ ଅଭୟମୁଖୀ ଠାରେ ୧୧ କୋଟି ୩୧ ଲକ୍ଷ ଟଙ୍କାରେ ଅନ୍ୟଏକ ସେତୁ, ଅଭୟମୁଖୀ ଠାରେ ୫ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୩୩/୧୧ କେଭି ସବ୍ଷ୍ଟେସନର ଭିତ୍ତିପ୍ରସ୍ତର ସ୍ଥାପନ, ୩୪ କୋଟି ୩୯ ଲକ୍ଷ ଟଙ୍କା ବ୍ୟୟରେ ହଂସପାଳ-ବନମାଳୀପୁର ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ, ୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ କୁଶଭଦ୍ରା ନଦୀ ବନ୍ଧ ବାମପାଶ୍ୱର୍ର ନଦୀବନ୍ଧ ନିର୍ମାଣ, ତଥା ବାଲିପାଟଣାରେ ୨୫ ଲକ୍ଷ ଟଙ୍କା ବ୍ୟୟରେ ଏକ ମିନି ଷ୍ଟାଡିୟମ ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ କରି ବାଲିପାଟଣା ମେଳନ ପଡିଆରେ ଏକ ବିଶାଳ ଜନସଭାକୁ ଉଦ୍ବୋଧନ ଦେଇ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ଉପସ୍ଥିତ ଲୋକ ପ୍ରତିନିଧିଙ୍କୁ ପରାମର୍ଶ ଦେଇଥିଲେ ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ ପାଟଶାଣୀ, ଜୟଦେବ ବିଧାୟକ ଶଶିଭୂଷଣ ବେହେରା, ଖୋର୍ଦ୍ଧା ଜିଲ୍ଲା ପରିଷଦ ଅଧ୍ୟକ୍ଷା ମିନାକ୍ଷୀ ସାହୁ ପ୍ରମୁଖ ମଞ୍ଚାସୀନ ଥିବାବେଳେ ବ୍ଲକ୍ ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ, ବହୁ ସଂଖ୍ୟାରେ ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ, ସମିତି ସଭ୍ୟ ତଥା ବିଜେଡିର କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com