naveen

କୃଷକଙ୍କ କଲ୍ୟାଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ: ମୁଖ୍ୟମନ୍ତ୍ରୀ

48

ବଲାଙ୍ଗିର (ଆପ୍ର): ରାଜ୍ୟରେ କୃଷି ଓ କୃଷକମାନଙ୍କ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ତେଣୁ ସେମାନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡିକ ନିର୍ମାଣ କରାଯାଉଛି । ଗୁରୁବାର ବଲାଙ୍ଗିର ଜିଲ୍ଲା ଗୁଡଭେଲ ଠାରେ ୧୩.୨୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଇଥିବା ଏହି ପ୍ରକଳ୍ପକୁ ଲୋକାର୍ପିତ କରିବା ଅବସରରେ ସେ ଏହା କହିଛନ୍ତି । ଏହା ଦ୍ୱାରା ଅଞ୍ଚଳର ହଜାର ହଜାର ଚାଷୀ ଉପକୃତ ହୋଇପାରିବେ । କେବଳ ବଲାଙ୍ଗିର ନୁହେଁ ପଶ୍ଚିମ ଓଡ଼ିଶାକୁ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରିବା ପାଇଁ ୮ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କହିବା ସହ ବିଜୁ କେବିକେ ଯୋଜନା ପାଇଁ ମଧ୍ୟ ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି କହିଥିଲେ । ଚାଷୀମାନଙ୍କୁ ରିହାତି ମୂଲ୍ୟରେ ଉନ୍ନତ କିସମର ବିହନ ଓ କମ୍ ସୁଧରେ ଋଣ ବ୍ୟବସ୍ଥା କରାଯାଇଛି । ସରକାର ସମାଜର ସମସ୍ତ ବର୍ଗର ଲୋକଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ କାମ କରିଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉପସ୍ଥିତ ପ୍ରାୟ ୨୫ହଜାର ଜନ ସମାବେଶରେ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁବାର ଟିଟିଲାଗଡ଼ ବିଧାନସଭା ମଣ୍ଡଳୀ ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ଡ଼ାହିମାଳସ୍ଥିତ ଖେଳ ପଡ଼ିଆରେ ଅପରାହ୍ନ ୨ଟା ବେଳେ ପହଞ୍ଚି ଥିଲେ । ସେଠାରେ ସେ ୨ଟି ପ୍ରକଳ୍ପକୁ ଉଦଘାଟନ କରିଥିବା ବେଳେ ୭ଟି ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ୧୩.୨୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ମେଗା ଉଠା ଜଳସେଚନ ପ୍ରକଳ୍ପ ଓ ଏହି ବ୍ଳକର ସିକେଲପଦର ସେବାଶ୍ରମରେ ନିର୍ମିତ ୧୦୦ ସିଟ୍ ବିଶିଷ୍ଠ ଅନୁସୂଚୀତ ଜନଜାତି ଛାତ୍ରୀ ନିବାସ ଉଦଘାଟନ କରିଥିଲେ । ଜାମୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୬୦ ଲକ୍ଷ ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ୧୦୦ ସିଟ ବିଶିଷ୍ଟ ଅନୁସୂଚୀତ ଜନଜାତି ଛାତ୍ରୀ ନିବାସ, ଗୁଡ଼ଭେଲା ଠାରେ ୫.୨୬ କୋଟି ବ୍ୟୟ ଅଟକଳରେ ୩୩/୧୧ କେଭି ଗ୍ରୀଡ଼ ସବଷ୍ଟେସନ, ତୁଷରାଠାରେ କ୍ରୀଡ଼ା ଏବଂ ଯୁବଦକ୍ଷତା ବିକାଶ ପାଇଁ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନୂତନ ମିନି ଷ୍ଟାଡ଼ିିୟମ, ଟିଟିଲାଗଡ଼ ଠାରେ ଏକ ମିନି ଷ୍ଟାଡ଼ିୟମ, ୧୩ କୋଟି ୮୪ ଲକ୍ଷ ୭୪ ହଜାର ଟଙ୍କା ବ୍ୟୟ ଅଟକଳରେ ବାଦିପଡ଼ା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରାସ୍ତା ଓ ସଇଁନ୍ତଲା ମଧ୍ୟରେ ସଂଯୋଗୀକରଣ ପାଇଁ ଲାନ୍ଥ ନଦୀ ଉପରେ ହାଇଲେଭେଲ ସେତୁ ନିର୍ମାଣ, ୧୧କୋଟି ୯୨ ଲକ୍ଷ ୯୬ ହଜାର ଟଙ୍କା ବ୍ୟୟ ଅଟକଳରେ ତେଲନଦୀ ବାମପାଶ୍ୱର୍ରେ ବେଳଗାଁ ଠାରୁ ଆମ୍ବପାଲି ପର୍ଯ୍ୟନ୍ତ ବନ୍ୟା ଜଳ ନିୟନ୍ତ୍ରଣ ଆଡ଼ିବନ୍ଧ ନିର୍ମାଣ, ୨୩.୯୬ କୋଟି ଟଙ୍କା ବ୍ୟୟ ଅଟକଳରେ ବୃହତ ଗ୍ରାମ୍ୟ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ସ୍ଥାପନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଗୁଡ଼ଭେଲା ବ୍ଳକର ୧୬ ଜଣ ହିତାଧିକାରୀ ଇନ୍ଦିରା ଆବାସ ୨ ରୁ ୬ ମାସ ଭିତରେ ସଂପୂର୍ଣ୍ଣ କରିଥିବାରୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସହନ ରାଶି, ୫ ଜଣ ହିତାଧିକାରୀଙ୍କୁ ବିଜୁ ପକ୍କା ଘର ଶୀଘ୍ର ସଂପୂର୍ଣ୍ଣ କରିଥିବାରୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ, ଆଦିବାସୀ ଓ ହରିଜନ ବିଭାଗ ପକ୍ଷରୁ ୧୭୪ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମିପଟ୍ଟା ପ୍ରଦାନ, ଜାତୀୟ ପରିବାର ମଙ୍ଗଳ ଯୋଜନା ଅର୍ନ୍ତଗତ ୭ ଜଣଙ୍କ ୨୦ ହଜାର ଟଙ୍କା ଲେଖାଏଁ ସାହାଯ୍ୟ ରାଶି ପ୍ରଦାନ, ୩୦୨ ଜଣ ବିଧବା ଓ ବାର୍ଦ୍ଧକ୍ୟ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ, ତୁଷରା ଓ ସଇଁନ୍ତଲା ତହସିଲ ତରଫରୁ ୨୬ ଜଣଙ୍କୁ ଭୁମିହୀନଙ୍କୁ ଗୃହ ଡ଼ିହ ପ୍ରଦାନ, ସଇଁନ୍ତଲା, ଗୁଡ଼ଭେଲା ଓ ଟିଟିଲାଗଡ଼ ବ୍ଳକର ୧୫ ଜଣ ଚାଷୀଙ୍କୁ ରିହାତି ଦରରେ ପମ୍ପସେଟ, ଗୁଡ଼ଭେଲା ଆସିଡ଼ିଏସ ତରଫରୁ ୬ଟି ଏସଏଚଜି ଗ୍ରୁପକୁ ଶ୍ରମ ଲାଘବ ଯନ୍ତ୍ର ଲାଗି ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ, ନିର୍ମାଣ ଶ୍ରମିକଙ୍କୁ ଶ୍ରମ ବିଭାଗ ତରଫରୁ ମାଗଣାରେ ସାଇକେଲ, ବିବାହ ସାମଗ୍ରୀ, ହେଲମେଟ, ଜୋତା, ଟୋପି ପ୍ରଦାନ ଆଦି ମୁଖ୍ୟମନ୍ତ୍ରୀ ଆର୍ଥର୍କ ରାଶି ଚେକ ଆକାରରେ ପ୍ରଦାନ କରିଥିଲେ । ବଲାଙ୍ଗିର ଜିଳ୍ଳାପାଳ ଡ଼.ଏମ.ମୁଥୁକୁମାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଅନଙ୍ଗ ଉଦୟ ସିଂହଦେଓ, କୃଷିମନ୍ତ୍ରୀ ପ୍ରଦୀପ ମହାରଥି, ଲଘୁ ଉଦ୍ୟୋଗ ଓ ସାଧାରଣ ପେନସନ ବିଭାଗ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା, ବଲାଙ୍ଗିର ସାଂସଦ କଲିକେଶ ନାରାୟଣ ସିଂହଦେଓ, ଟିଟିଲାଗଡ଼ ବିଧାୟିକା ଟୁକୁନୀ ସାହୁ, କଣ୍ଟାବାଞ୍ଜି ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବିଧାୟକ ମହୀଧର ରଣା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ । ଜିଲା ପ୍ରଶାସନ ତରଫରୁ ବଲାଙ୍ଗିର ଏସପି ଡ଼.ଦୀପକ କୁମାର, ଏଡ଼ିଏମ ଅଶୋକ ନାୟକ, ଉପଜିଲ୍ଲାପାଳ ବିମଳ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଦଳ ପର୍ଯ୍ୟବେକ୍ଷକ ଅଜୟ ନାୟକ, ବିଜେଡ଼ି ଜିଲ୍ଲା ଉପସଭାପତି ଭବାନୀ ଶଙ୍କର ହୋତା, ଜିଲ୍ଲା ପରିଷଦ ସଭ୍ୟ ଅଶୋକ ଚନ୍ଦ୍ର ଦୋରା, ରଣଜିତ ପୃଷ୍ଟି, ପ୍ରମୋଦ ପ୍ରଧାନ, ରାଜକିଶୋର ଡ଼ାଙ୍ଗ, ଅରୁଣ ମିଶ୍ର, ଗୁଡ଼ଭେଲା ବ୍ଳକ ଅଧ୍ୟକ୍ଷ ରମେଶ ପ୍ରଧାନ, ମୁରିବାହାଳ ବ୍ଳକ ଉପାଧ୍ୟକ୍ଷ ହଂସରାଜ ଜୈନ, ସନ୍ତୋଷ ଜାନୀ ଶ୍ରମିକ ନେତା ଲଲିତ ନାୟକ, ତୁଷରା ଏନଏସି ଇଓ ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଥିବା ବେଳେ ବଲାଙ୍ଗିର ଏସପି ଡ.ଦୀପକ କୁମାର, ୨ଜଣ ଅତିରିକ୍ତ ଏସପି, ଏସଡ଼ିପିଓ ନାରାୟଣ ନାୟକ, ଏସଡ଼ିପିଆରଓ କମଳାକାନ୍ତ ସାହୁଙ୍କ ସମେତ ୧୨ ପ୍ଲାଟୁନ ପୁଲିସବଳ ସୁରକ୍ଷା ଦାୟିତ୍ୱରେ ଥିଲେ ।

ସେଆର କରନ୍ତୁ:



Powered by odothemes.com