mahanaga--ETabhati

ବେଧଡ଼କ ବେଆଇନ ଇଟା ପୋଡ଼ା, ନାମକୁ ମାତ୍ର କାର୍ଯ୍ୟାନୁଷ୍ଠାନ

625

 ମାହାଙ୍ଗା, ୧୮ା୨(ଆପ୍ର): ମାହାଙ୍ଗା ଅଞ୍ଚଳରେ ବେଆଇନ୍ ଇଟା ପୋଡା ଯାଉଛି । ଇଟା ବେପାରୀଙ୍କ ଉପରେ ପ୍ରଶାସନର ଅଙ୍କୁଶ କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି । ସୂଚନାନୁଯାୟୀ, ବ୍ଲକ୍ର ୩୪ଟି ପଞ୍ଚାୟତରେ ୬୫ରୁ ଊଦ୍ଧ୍ୱର୍ ବ୍ୟକ୍ତିଙ୍କ ବିରୋଧରେ ଇଟା ପୋଡକୁ ନେଇ ପ୍ରଶାସନ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସେମାନଙ୍କ ବିରୋଧରେ ୨୫ହଜାର ଟଙ୍କ ଲେଖାଏଁ ଜରିମାନା ଆଦାୟ କରିବାକୁ ତାଗିଦା କରିଛି । ହେଲେ ଇଟା ବ୍ୟବସାୟୀମାନଙ୍କ ପ୍ରତି ଏହା କୌଣସି ସମସ୍ୟା ହୋଇ ରହିନାହିଁ । ଯେଉଁମାନେ ୨ଲକ୍ଷ ଇଟା ପକାଉଛନ୍ତି । ଇଟା ହଜାରକ ବର୍ତ୍ତମାନ ୫ହଜାର ଊଦ୍ଧ୍ୱର୍ ଟଙ୍କାରେ ବିକ୍ରି ହେଉଛି । ୨୦ ହଜାରରୁ ଊଦ୍ଧ୍ୱର୍ ଇଟା ପକାଇବା ପାଇଁ ସେମାନେ ୨୫ହଜାର ଟଙ୍କା ଥରେ ଜରିମାନା ଦେଇ ଲକ୍ଷାଧିକ ଇଟା ପକାଉଛନ୍ତି । ଏଥିରେ କିଛି ସରକାରୀ କର୍ମଚାରୀଙ୍କ ହାତ ରହିଥିବା ଅଭିଯୋଗ ହେଉଛି । ଇଟା ବେପାରୀ ଓ ପ୍ରଶାସନର ମଧୁଚନ୍ଦ୍ରିକା ଫଲରେ ବେଆଇନ ଇଟା ପକାଇବା କାର୍ଯ୍ୟ ଚାଲିଛି । ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।




Powered by odothemes.com