Untitled-1

ଖଣ୍ଡଗିରି-ଉଦୟଗିରିରେ ଶ୍ରଦ୍ଧାଳୁଙ୍କ ଭିଡ଼

35

ଭୁବନେଶ୍ୱର,୧୪ା୨(ବୁ୍ୟରୋ): ପବିତ୍ର ମାଘ ସପ୍ତମୀରେ ପ୍ରସିଦ୍ଧ କୁମ୍ଭମେଳା ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ଆଜି ଠାରୁ ଆରମ୍ଭ ହୋଇଛି । ଯଥା ରିତୀ ଅନୁଯାୟୀ ଜାଗମରା ଗାଁରେ ପୂଜା ପାଉଥିବା ଅନନ୍ତକେଶରୀ ଦେବ ବିରାଟ ପଟୁଆରରେ ଉଦୟଗିରି ପାହାଡ ରାଣୀହଂସ ଗୁମ୍ପାରେ ସ୍ନାନ କରିବା ପରେ ମା’ ବାରଭୂଜାଙ୍କ ନିକଟରେ ଯଜ୍ଞ ଆରମ୍ଭ ହୋଇଥିଲା । ଆବାହମାନ କାଳରୁ ହୋଇଆସୁଥିବା ପ୍ରସିଦ୍ଧ କୁମ୍ଭମେଳା ୯ ଦିନ ଧରି ଚାଲିବ । ପୂର୍ଣ୍ଣିମାଦିନ ପୂର୍ଣ୍ଣାହୁତୀ ହେବ । ସାଧୁସନ୍ଥଙ୍କ ସମାବେଶ ଦେଖାଦେବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିବ । ଏବେଠାରୁ ସାଧୁସନ୍ଥମାନେ ପାହାଡ ଗୁମ୍ଫାରେ ରହି ଭଜନ କୀର୍ତ୍ତନ କରୁଛନ୍ତି । ରାତିଦିନ ଏକାକାର ହୋଇଛି । ଅଖଣ୍ଡ ଧ୍ୱନୀ ଜାଳି ସାଧୁସନ୍ଥମାନେ ତପସ୍ୟାରତ ଅଛନ୍ତି । ମେଳା ସୂଚାରୁରୂପେ ପାଳିତ ହେବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି), ସାଧାରଣ ପ୍ରଶାସନ ଓ ପୁଲିସ୍ ପ୍ରଶାସନ ସେଠାରେ ଡେରା ପକାଇଛନ୍ତି ।
ପୂର୍ବପ୍ରଥା ଅନୁଯାୟୀ
ଖଣ୍ଡଗିରି-ଉଦୟଗିରି ପାଦ ଦେଶରେ ସାଧୁସନ୍ଥମାନେ ପୂର୍ବେ ସିଦ୍ଧି ଳାଭ କରୁଥିଲେ । ବର୍ଷ ବର୍ଷ ଧରି ତପସ୍ୟାରେ ବସୁଥିଲେ । ଏହି ସମୟରେ ସାଧୁସନ୍ଥମାନେ ମାଘ ସପ୍ତମୀରେ ବୁଡ ପକାଇ ଖଣ୍ଡଗିରିରେ ସୂର୍ଯ୍ୟ ଦେବତାଙ୍କୁ ପ୍ରାତଃ ଦର୍ଶନ କରୁଥିଲେ । ସେହି ଅନୁଯାୟୀ ଶତାଧିକ ସାଧୁସନ୍ଥ ଆଜି ଖଣ୍ଡଗିରିରେ ସୂର୍ଯ୍ୟ ଦର୍ଶନ କରିଥିବା ଦେଖାଯାଇଛି ।
ମା’ ବାରଭୂଜାଙ୍କ ନିକଟରେ ସାଧୁ ସମାବେଶ
କୁମ୍ଭମେଳା ଅପସରରେ ମା’ ବାରଭୂଜାଙ୍କ ନିକଟରେ ସବୁବର୍ଷ ଭଳି ଚଳିତ ବର୍ଷ ସାଧୁ ସମ୍ମିଳନୀ ହେବ । ଏଥିପାଇଁ ବିଭିନ୍ନ ଅଞ୍ଚଳର ସାଧୁସନ୍ଥମାନଙ୍କୁ ନିମନ୍ତ୍ରଣ କରାଯାଇଛି ।
ବ୍ୟବସାୟୀଙ୍କ ଭିଡ
ଏହି ମେଳା ଉପଲକ୍ଷେ ବିଏମ୍ସି ପକ୍ଷରୁ ବ୍ୟବସାୟୀଙ୍କ ଅସ୍ଥାୟୀ ଭାବେ ପ୍ଳଯ ଯୋଗାଇ ଦିଆଯାଇଛି । ସେହି ସବୁ ସ୍ଥାନରେ ବ୍ୟବସାୟୀମାନେ ନିଜ ନିଜର ପସରା ମେଲିଲେଣି । ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟ, ଘର ସାଜସଜ୍ଜା ଉପକରଣ ଓ ଛୋଟ ପିଲାମାନଙ୍କ ପାଇଁ ଦୋଳି ଆଦି ଦୋକାନ ଖୋଲିଛି । ସେଠାରେ ଆଜି ସନ୍ଧ୍ୟା ଠାରୁ ଭିଡ ଜମିବା ଦେଖାଦେଇଛି ।
୧୭ରୁ ଅପେରା
ମେଳା ଉପଲକ୍ଷେ ୫ଟି ପେଣ୍ଡାଲରେ ପ୍ରାୟ ୧୦ଟି ଦାମିନାମୀ ଅପେରାପାର୍ଟ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ । ଗୋଟିଏ ପେଣ୍ଡାଲରେ ୩ ହଜାରରୁ ଅଧିକ ଦର୍ଶକ ଯାତ୍ରା ଉପଭୋଗ କରିବେ । ପ୍ରାୟ ୧୦ ଦର୍ଶକ ପ୍ରତି ଦିନ ଯାତ୍ରା ଦେଖିବେ । ବିଭିନ୍ନ ଜିଲ୍ଲାରୁ ଯାତ୍ରା ପ୍ରେମୀମାନେ ପହଞ୍ଚି ମଞ୍ଚସ୍ଥ ନାଟକ ଗୁଡିକ ଉପଭୋଗ କରିବେ । ଏଥିପାଇଁ ଅପେରାପାର୍ଟିମାନେ ଏବେଠୁ ଡେରା ପକାଇଲେଣି । ଛକରେ ନିଜ ନିଜ ନାଟକର ହୋଡିଂ ମାରିଲେଣି । ଯାତ୍ରାପ୍ରେମୀଙ୍କ ମଧ୍ୟରେ ବି ଉକ୍ରଣ୍ଠା ଦେଖାଦେଲାଣି ।
ରାତି ୧୨ଟା ପର୍ଯ୍ୟନ୍ତ ରହିବେ ଟ୍ରାଫିକ୍, ଜଗିଛି ସିସିଟିଭି
ରାତି ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ୍ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଏଥିପାଇ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସନ୍ଧ୍ୟାରୁ ରାତି ୧୨ ପର୍ଯ୍ୟନ୍ତ ଭାରିଜାନ ଯାତାୟତ ପ୍ରତି କଟକଣା କରାଯାଇଛି । ଭିଡ ନକମିବା ପର୍ଯ୍ୟନ୍ତ ଟ୍ରାଫିକ୍ କର୍ମଚାରୀ ଉପସ୍ଥିତ ରହିବେ । ଖଣ୍ଡଗିରି ଛକରୁ ପାହାଡ ପର୍ଯ୍ୟନ୍ତ ଗାଡିମଟର ପ୍ରବେଶ ନିଷେଧ କରାଯାଇଛି । ପରିସ୍ଥିତିକୁ ଲକ୍ଷ୍ୟ କରି ଫୋର୍ସ ମୁତୟନ କରାଯାଇଛି । ଆଇନ୍ ଶୃଙ୍ଖଳା ପରିସ୍ଥିତି ପ୍ରତି ପୁଲିସ୍ କଡା ନଜର ରଖିଛି । ସମ୍ବେଦନଶୀଳ ସ୍ଥାନଗୁଡିକରେ ସିସିଟିଭି ଲାଗିଛି ।




Powered by odothemes.com