ବିଦୁ୍ୟତ୍ ବିଲ୍ ବଢିÿବ!

gridco

ଭୁବନେଶ୍ୱର, ୧୧ ।୨(ବୁ୍ୟରୋ): ଓଡିଶା ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆର୍ସି) ଯଦି ବିଦୁ୍ୟତ୍ ଉପିାଦନକାରୀ ସଂସ୍ଥା ଓଡିଶା ଶକ୍ତି ଉପିାଦନ ନିଗମ (ଓପିଜିସି), ଓଡିଶା ଜଳ ବିଦୁ୍ୟତ୍ ନିଗମ (ଓଏଚ୍ପିସି), ପାଇକାରୀ ବିଦୁ୍ୟତ୍ ଆବଣ୍ଟନକାରୀ ସଂସ୍ଥା ଗ୍ରୀଡ୍କୋ ଏବଂ ୪ ବିଦୁ୍ୟତ୍ ଆବଣ୍ଟନକାରୀ କମ୍ପାନିଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତି, ତେବେ ଗ୍ରାହକଙ୍କ ବିଦୁ୍ୟତ୍ ଦେୟ ୟୁନିଟ୍ ପିଛା ୧ ଟଙ୍କାରୁ ୩ ଟଙ୍କା ୨୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ପାଇବା ଆଶଙ୍କା ଅଛି । ଓଇଆର୍ସି ନିର୍ଦ୍ଧେଶକ (ନିୟନ୍ତ୍ରଣ ବ୍ୟାପାର) ପ୍ରିୟବ୍ରତ ପଟ୍ଟନାୟକ କହିଛନ୍ତି, ବିଦୁ୍ୟତ୍ ଉପିାଦନକାରୀ, ବିତରକ ଓ ପରିବହନ ସଂସ୍ଥାଙ୍କ ସମେତ ରାଜ୍ୟ ସରକାର ଏବଂ ଉପଭୋକ୍ତାଙ୍କ ଯୁକ୍ତିକୁ ଓଇଆର୍ସି ଶୁଣିଛନ୍ତି । ସମସ୍ତଙ୍କ ଯୁକ୍ତିକୁ ବିଚାରକୁ ନେଇ ମାର୍ଚ୍ଚ ଶେଷ ସୁଦ୍ଧା ଆୟୋଗ ବିଦୁ୍ୟତ୍ ଦେୟ ନିର୍ଦ୍ଧାରଣ କରିବେ ।  ଓଏଚ୍ପିସି ଆଗତ କରିଥିବା ପ୍ରସ୍ତାବରେ ଜଳ ବିଦୁ୍ୟତ୍ ୟୁନିଟ୍ ପିଛା ୮୨ ପଇସାରୁ ୧ ଟଙ୍କା ୪୩ ପଇସାକୁ ବୃଦ୍ଧି କରିବା ପାଇଁ ଯୁକ୍ତି ଦର୍ଶାଇଛି । ଓପିଜିସି ୟୁନିଟ୍ ପିଛା ୨ ଟଙ୍କା ୧୦ ପଇସାରୁ ୨ ଟଙ୍କା ୮୨ ପଇସାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିବାବେଳେ ଗ୍ରୀଡ୍କୋ ବିଦୁ୍ୟତ୍ ୟୁନିଟ୍ ପିଛା ୨ ଟଙ୍କା ୮୪ ପଇସା ବଦଳରେ ୩ ଟଙ୍କା ୬୨ ପଇସାରେ ପାଇକାରୀ ଯୋଗାଣ ପାଇଁ ପ୍ରସ୍ତାବ ଦେଇଛି । ଅନ୍ୟପକ୍ଷରେ ରାଜ୍ୟରେ ବିଦୁ୍ୟତ୍ ଆବଣ୍ଟନ କରୁଥିବା ୪ଟି କମ୍ପାନି ୟୁନିଟ୍ ପିଛା ୧ ଟଙ୍କା ବୃଦ୍ଧି ନକଲେ ରାଜସ୍ୱ କ୍ଷତି ବ୍ୟାପକ ହେବ ବୋଲି ଦର୍ଶାଇଛନ୍ତି । ତେବେ ବିଦୁ୍ୟତ୍ ଦେୟ ବୃଦ୍ଧି ପ୍ରସ୍ତାବକୁ ଉପଭୋକ୍ତା ସଂଘ ବିରୋଧ କରିଛନ୍ତି । ଉପଭୋକ୍ତା ମହାସଂଘର ସଭାପତି ରମେଶ ଶତପଥୀ କହିଛନ୍ତି, ବିଦୁ୍ୟତ୍ ଉପିାଦନକାରୀ, ପାଇକାରୀ ବିଦୁ୍ୟତ୍ ବ୍ୟବସାୟ କରୁଥିବା ରାଜ୍ୟ ସରକାରଙ୍କ ଗ୍ରୀଡ୍କୋ ଓ ୪ଟି ବିଦୁ୍ୟତ୍ ଆବଣ୍ଟନକାରୀ କମ୍ପାନି ବିଦୁ୍ୟତ୍ ଦେୟ ବୃଦ୍ଧି ପାଇଁ ଦେଇଥିବା ପ୍ରସ୍ତାବଗୁଡିକ କୌଣସି ଦୃଷ୍ଟିରୁ ଗ୍ରହଣୀୟ ନୁହେଁ । ଶୁଣାଣି ବେଳେ ମହାସଂଘ ପକ୍ଷରୁ ବିଦୁ୍ୟତ୍ କମ୍ପାନିଙ୍କ ପ୍ରସ୍ତାବକୁ ତୀବ୍ର ବିରୋଧ କରାଯାଇଛି । ଉପଭୋକ୍ତା ସଂଘର ସଦସ୍ୟ ଭଞ୍ଜ କିଶୋର ରଥ କହିଛନ୍ତି, କମ୍ପାନିଗୁଡିକ ବିଦୁ୍ୟତ୍ ଦେୟ ୧୦% ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ସତ, ମାତ୍ର ବିଦୁ୍ୟତ୍ ଦେୟ ୧୦ ପଇସା କମ୍ ହେବା ଯୁକ୍ତିଯୁକ୍ତ । କାରଣ ସଂସ୍କାରର ଦୀର୍ଘ ୧୭ ବର୍ଷ ପରେ ଗ୍ରାହକମାନେ ନିମ୍ନମାନର ବିଦୁ୍ୟତ୍ ଯୋଗାଣ ଯୋଗୁଁ ହନ୍ତସନ୍ତ ହେଉଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୧୫-୧୬ ଆର୍ଥିକ ବର୍ଷର ବିଦୁ୍ୟତ୍ ୟୁନିଟ୍ ପିଛା ୨୦ ପଇସା ବଢିଥିଲା । ତଦନୁଯାୟୀ ପ୍ରଥମ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦୁ୍ୟତ୍ ଗ୍ରାହକମାନେ ୟୁନିଟ୍ ପିଛା ୨ ଟଙ୍କା ୫୦ ପଇସା ବିଲ୍ ଦେଉଥିବାବେଳେ ୫୧ରୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ୪ ଟଙ୍କା ୨୦ ପଇସା ଓ ୨୦୦ରୁ ୪୦୦ ୟୁନିଟ୍ ପର୍ଯ୍ୟନ୍ତ ୟୁନିଟ୍ ପିଛା ୫ ଟଙ୍କା ୨୦ ପଇସା ଦରରେ ବିଲ୍ ପୈଠ କରିଆସୁଛନ୍ତି ।