ଅହୋରାତ୍ର ଧାରଣାରେ ୪୮୮ବର୍ଗ ଅଧ୍ୟାପକ-କର୍ମଚାରୀ

27

ଭୁବନେଶ୍ୱର, ୧୦ା୨ (ବୁ୍ୟରୋ) : ୪୮୮ ବର୍ଗ ଅନୁଦାନପ୍ରାପ୍ତ କଲେଜର ୮ ହଜାରରୁ ଉଦ୍ଧ୍ୱର୍ ବ୍ଲକଗ୍ରାଣ୍ଟ ଶିକ୍ଷକ ଲୋୟର ପିଏମ୍ଜିରେ ଧାରଣା ଦେଇଛନ୍ତି । ୪୮୮ ବର୍ଗର କଲେଜ ସମନ୍ୱୟ ସମତି ଆହ୍ୱାନରେ ସମୂହ ଛୁଟି ନେଇ ପୂର୍ଣ୍ଣ ଅନୁଦାନ ଦାବିରେ ମାଷ୍ଟରକ୍ୟାଣ୍ଟିନ୍ ରେଳ ଷ୍ଟେସନରୁ ବିଭିନ୍ନ ନାରାବାଜି ସହ ଏକ ର୍ୟାଲିରେ ବାହାରି ବିଧାନସଭା ଅଭିମୁଖେ ଯାଇଥିଲେ । ଚଳିତ ଆର୍ଥିକ ବର୍ଷରେ ପୂର୍ଣ୍ଣ ଅନୁଦାନ ପାଇଁ ଅର୍ଥ ବ୍ୟବସ୍ଥା କରିବା ଓ ଯୋଗ୍ୟତା ଦିନରୁ ଚାକିରୀ ସର୍ତ୍ତାବଳି ସହ ପୁର୍ଣ୍ଣ ଅନୁଦାନ ପ୍ରକାଶ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁରହିବ ବୋଲି ସଂଘ କହିଛି । ପ୍ରକାଶ ଥାଉକି, ଉକ୍ତ ବର୍ଗ କଲେଜ ପାଇଁ ବହୁଦିନରୁ ଏକ ପ୍ରତ୍ୟକ୍ଷ ଦରମା ନୀତି ପ୍ରଚଳିତ ଥିବା ସତ୍ତ୍ୱେ ସରକାର ଏହାକୁ ପାଳନ କରୁନାହାନ୍ତି । ଏଥିସହିତ ଅବସର ପରେ ପେନସନ୍ ପାଇବାକୁ ହକଦାର ଥିବା କର୍ମଚାରୀଙ୍କ ନାର୍ଯ୍ୟ ଦାବିକୁ ସରକାର ବେଖାତିର କରି ସେମାନଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଛନ୍ତି ବୋଲି ସଂଘ ଅଭିଯୋଗ କରିଛି । ଏହାଦ୍ୱାରା କେବଳ ଯେ ଶିକ୍ଷକମାନଙ୍କ କ୍ଷତି ଘଟୁଛି ତାହା ନୁହେଁ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ମଧ୍ୟ ଏହାର ପରିଣାମ ଭୋଗୁଛନ୍ତି । ଉଚ୍ଚଶିକ୍ଷା ମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁ ନଥିବାରୁ ତାଙ୍କ ବାସଭବନ ଘେରାଉ କରିବାକୁ ସଂଘ ଚେତାବନୀ ଦେଇଛି । ଏକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ସଂଘର ସଭାପତି ପବିତ୍ର ମହାଲା ନିବେଦନ କରିଛନ୍ତି । ନଚେତ୍ ଆନ୍ଦୋଳନ ଚାଲୁ ରହିବ ବୋଲି ସେ କହିଛନ୍ତି ।




Powered by odothemes.com