TIHDII_VIZILANCE-RAID_GUAMALA-SEBA-SAMBAYA-SAMITI_1

ଗୁଆମାଳ ସୋସାଇଟିରେ ଭିଜିଲାନ୍ସ ଚଢ଼ାଉ

36

ଭଦ୍ରକ/ତିହିଡ଼ି (ବୁ୍ୟରୋ): ଭଦ୍ରକ ଜିଲ୍ଲା ଗୁଆମାଳ ସେବା ସମବାୟ ସମିତିରେ ଦଲାଲ ଓ ବେପାରିଙ୍କଠାରୁ ନକଲି କାଗଜପତ୍ରରେ ଚାଷୀଙ୍କ ନାମରେ ଲକ୍ଷାଧିକ ଟଙ୍କାର ଧାନ କିଣାଯାଇ ଥିବା ଅଭିଯୋଗ ପରେ ବୁଧବାର ଭିଜିଲାନ୍ସ ବିଭାଗର ଡ଼ିଏସ୍ପି ବନମାଳୀ ଧଳଙ୍କ ନେତୃତ୍ୱରେ ଇନ୍ସିପେକ୍ଟର ତପନ କୁମାର ଦାସ, ଜିଲ୍ଲା ଯୋଗାଣ ଅଧିକାରୀ ନରେନ୍ଦ୍ର କୁମାର ରାଉତ, ସମବାୟ ସଂସ୍ଥାର କର୍ମକର୍ତ୍ତା ଗୁଆମାଳ ସୋସାଇଟିରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ବହୁ ଚାଷୀଙ୍କୁ ଭେଣ୍ଡର ସାର୍ଟିଫିକେର୍ଟ ଦିଆଯାଇ ନଥିବା ଓ ଜାଲ୍ ଦସ୍ତଖତ କରାଯାଇ ଦଲାଲଙ୍କ ମାଧ୍ୟମରେ ଧାନ କିଣାଯାଇଥିବା ଜଣାପଡ଼ିଥିଲା । ସୋସାଇଟି ଆଗରେ ପଡ଼ିଥିବା ୮୦୦ ବସ୍ତା ଧାନ କେଉଁ ଚାଷୀ ବିକ୍ରୀ କରିଛି ଓ କିଏ ଏ ଧାନର ଦାବିଦାର ସେ ସମ୍ପର୍କରେ ସୋସାଇଟିର ସମ୍ପାଦକ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ । ସୋସାଇଟିର ସମସ୍ତ କାଗଜପତ୍ରକୁ ଭିଜିଲାନ୍ସ ଜବତ କରିବା ସହିତ ତଦନ୍ତ ଜାରି ରହିଛି ।

ସେଆର କରନ୍ତୁ:



Powered by odothemes.com